Advertisment

ସମସ୍ତେ ଦେଖୁଥିଲେ, ରାସ୍ତା ଉପରେ ଚାଲିଲା ଲାଇଭ୍‌ ମର୍ଡ଼ର

ମିରଟ(ଉତ୍ତରପ୍ରଦେଶ): ଶୂନଶାନ ନୁହେଁ କି ନିର୍ଜନତା ନୁହେଁ। ଜନ ଶୂନ୍ୟ ନୁହଁ ବରଂ ଜନଗହଳି ରାସ୍ତାରେ ହେଉଥିଲା ମର୍ଡ଼ର। ସମସ୍ତଙ୍କ ସମ୍ମୁରେ ଦିନ ଆଲୁଅରେ ଦୁର୍ବୃତ୍ତମାନେ ନିର୍ମମ ଭାବେ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରୁଥିଲେ। ହେଲେ ସମସ୍ତେ ଦେଖଣାହାରି ସାଜି ନିଜ ନିଜ ବାଟରେ ଚାଲି ଯାଉଥିଲେ। ଆକ୍ରମଣକାରୀଙ୍କୁ ଅଟକାଇବା କେହି ଆସିଲେନି। ଆଉ ଆକ୍ରମଣରେ ଛଟପଟ ହୋଇ ଲୋକଟିର ପ୍ରାଣ ଚାଲିଗଲା। ଏମିତି ଏକ ବର୍ବରକାଣ୍ଡ ଘଟିଛି  ଉତ୍ତରପ୍ରଦେଶର ମିରଟରେ। ହତ୍ୟାକାଣ୍ଡ ବେଳର ଦୃଶ୍ୟ ସିସିଟିଭି […]

ସମସ୍ତେ ଦେଖୁଥିଲେ, ରାସ୍ତା ଉପରେ ଚାଲିଲା ଲାଇଭ୍‌ ମର୍ଡ଼ର  

couple-murder-in-udla-under-m

Advertisment

ମିରଟ(ଉତ୍ତରପ୍ରଦେଶ): ଶୂନଶାନ ନୁହେଁ କି ନିର୍ଜନତା ନୁହେଁ। ଜନ ଶୂନ୍ୟ ନୁହଁ ବରଂ ଜନଗହଳି ରାସ୍ତାରେ ହେଉଥିଲା ମର୍ଡ଼ର। ସମସ୍ତଙ୍କ ସମ୍ମୁରେ ଦିନ ଆଲୁଅରେ ଦୁର୍ବୃତ୍ତମାନେ ନିର୍ମମ ଭାବେ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରୁଥିଲେ। ହେଲେ ସମସ୍ତେ ଦେଖଣାହାରି ସାଜି ନିଜ ନିଜ ବାଟରେ ଚାଲି ଯାଉଥିଲେ। ଆକ୍ରମଣକାରୀଙ୍କୁ ଅଟକାଇବା କେହି ଆସିଲେନି। ଆଉ ଆକ୍ରମଣରେ ଛଟପଟ ହୋଇ ଲୋକଟିର ପ୍ରାଣ ଚାଲିଗଲା। ଏମିତି ଏକ ବର୍ବରକାଣ୍ଡ ଘଟିଛି  ଉତ୍ତରପ୍ରଦେଶର ମିରଟରେ। ହତ୍ୟାକାଣ୍ଡ ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି।

Advertisment

ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାରେ ପୁଲିସ ମଧ୍ୟ କାହାକୁ ଗିରଫ କରି ନାହିଁ।  ଏହି ଭିଡିଓରେ ୩ ଜଣ ମିଣି ଜଣକୁ ଛୁରୀରେ ହାଣୁଥିବା ଦେଖାଯାଇଛି। ତାଙ୍କୁ ଦୁଇ ଜଣ ବ୍ୟକ୍ତି ତଳେ ପକାଇ ଦେଇଥିବା ବେଳେ ଆଉ ଜଣେ ହାଣୁଥିଲେ। ଆକ୍ରମଣ ପରେ ଭିନ୍ନ ଭିନ୍ନ ଆକ୍ରମଣକାରୀ ଦିଗରେ ଖସିଯାଇ ଥିବା ସିସିଟିଭିରେ କଏଦ ହୋଇଛି। ସମ୍ପୂର୍ଣ୍ଣ ଜନଗହଳିପୂର୍ଣ୍ଣ ରାସ୍ତାରେ ଏହି ଆକ୍ରମଣ ହୋଇଛି ।

ଏହି ଜଘନ୍ୟ ଅପରାଧ ଘଟୁଥିବା ବେଳେ ସେଇ ବାଟ ଦେଇ ଗାଡ଼ ମୋଟର ଯାଉଥିଲା। ହେଲେ କେହି ଜଣେ ଆକ୍ରମଣରେ ଶିକାର ହେଉଥିବା ଲୋକକୁ ରକ୍ଷା କରିବାକୁ ଆସି ନଥିଲେ। ରାସ୍ତା ମଝିରେ ଲୋକଟି ଜୁଡ଼ୁବୁଡ଼ୁ ହୋଇ ପଡ଼ିରହିଥିଲା। ସେ ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଥିଲା । ହେଲେ କେହି ତାଙ୍କ କଥା ଶୁଣି ନଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିଲା । ପୁଲିସ କହିଛି ଯେ, ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଛି। ବ୍ୟକ୍ତିଗତ ସମ୍ପତ୍ତିର ବିବାଦକୁ ନେଇ ମୃତକଙ୍କ ମାମୁ ଏହି ହତ୍ୟାକାଣ୍ଡ ଭିଆଇଥିବାପୁଲିସ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe