Advertisment

ଅର୍ବାନ ନକ୍ସଲମାନେ ସର୍ଦ୍ଦାର ସରୋବର ଡ୍ୟାମ ପ୍ରକଳ୍ପକୁ ଅଟକାଇ ରଖିଥିଲେ: ମୋଦି

ନୂଆଦିଲ୍ଲୀ: ପୁଣି ଥରେ ଅର୍ବାନ ନକ୍ସଲ କହି ବାମପନ୍ଥୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ଯେ, ଦୀର୍ଘ ଦିନ ଧରି ଅର୍ବାନ ନକ୍ସଲ ଓ ବିକାଶ ବିରୋଧୀ ତତ୍ୱମାନେ  ଗୁଜରାଟର ନର୍ମଦା ନଦୀ ଉପରେ ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣକୁ ବହୁ ବର୍ଷ ଧରି ଅଟକାଇ ରଖିଥିଲେ। ନିଜର ରାଜନୈତି ସ୍ୱାର୍ଥର ଅଭିସଦ୍ଧି ରଖି ଏମାନେ ପରିପେଶ ପ୍ରଦୂଷଣକୁ ଆଳ କରି ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣ କାର୍ଯ୍ୟକୁ ପ୍ରତିରୋଧ କରି […]

ଅର୍ବାନ ନକ୍ସଲମାନେ ସର୍ଦ୍ଦାର ସରୋବର ଡ୍ୟାମ ପ୍ରକଳ୍ପକୁ ଅଟକାଇ ରଖିଥିଲେ: ମୋଦି

Modi

Advertisment

ନୂଆଦିଲ୍ଲୀ: ପୁଣି ଥରେ ଅର୍ବାନ ନକ୍ସଲ କହି ବାମପନ୍ଥୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ଯେ, ଦୀର୍ଘ ଦିନ ଧରି ଅର୍ବାନ ନକ୍ସଲ ଓ ବିକାଶ ବିରୋଧୀ ତତ୍ୱମାନେ  ଗୁଜରାଟର ନର୍ମଦା ନଦୀ ଉପରେ ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣକୁ ବହୁ ବର୍ଷ ଧରି ଅଟକାଇ ରଖିଥିଲେ। ନିଜର ରାଜନୈତି ସ୍ୱାର୍ଥର ଅଭିସଦ୍ଧି ରଖି ଏମାନେ ପରିପେଶ ପ୍ରଦୂଷଣକୁ ଆଳ କରି ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣ କାର୍ଯ୍ୟକୁ ପ୍ରତିରୋଧ କରି ଆସୁଥିଲେ।

Advertisment

ଗୁଜରାଟର ନର୍ମଦା ଜିଲ୍ଲା ଅନ୍ତର୍ଗତ ଏକତା ନଗରରେ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ଭିଡିଓ କନ୍‌ଫେରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ଘାଟନ କରି ମୋଦି ଏହା କହିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟର ପରିବେଶ ମନ୍ତ୍ରୀମାନ ଉପସ୍ଥିତ ଥିଲେ।  ମୋଦି କହିଥିଲେ ଯେ, ରାଜନୈତିକ ସମର୍ଥନ ଥିବା ଅର୍ବାନ ନକ୍ସଲ୍‌ ଓ ବିକାଶ-ବିରୋଧୀ ତତ୍ୱମାନେ ବହୁ ବର୍ଷ ହେବ ଗୁଜରାଟର ନର୍ମଦା ନଦୀ ଉପରେ ‘ସର୍ଦାର ସରୋବର ଜଳଭଣ୍ଡାର’ ନିର୍ମାଣ ବିରୋଧରେ ଅଭିଯାନ ଚଳାଇ ଆସୁଥିଲେ। ଏହି ପ୍ରକଳ୍ପ ପରିବେଶକୁ କ୍ଷତି ପହଞ୍ଚାଇବ। ଆଳ କରି ବିରୋଧ କରୁଥିଲେ।

ଏହି ବିଳମ୍ବ ହେତୁ ବିପୁଳ ପରିମାଣର ଅର୍ଥ ନଷ୍ଟ ହୋଇଛି । ବର୍ତ୍ତମାନ ଡ୍ୟାମ ସମ୍ପୂର୍ଣ୍ଣ ହୋଇଯାଇଛି । ସେମାନଙ୍କର ଦାବି କେତେ ସନ୍ଦେହଜନକ ତାହା ଆପଣ ଭଲ ଭାବରେ ବିଚାର କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏବେ ମଧ୍ୟ ଏହି ଅର୍ବାନ ନକ୍ସଲ୍‌ମାନେ ସକ୍ରିୟ ଅଛନ୍ତି। ବ୍ୟବସାୟ ଅଥବା ଜୀବନକୁ ସୁଗମ କରିବା ନିମନ୍ତେ ଉଦ୍ଦିଷ୍ଟ ଯୋଜନା ସବୁ ଯେମିତି ଅକାରଣରେ ଅଟକି ନ ଯାଏ ସେଥିପ୍ରତି ଧ୍ୟାନ ଦେବାକୁ  ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ବୋଲି ମୋଦି କହିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe