Advertisment

ଗଣଦୁଷ୍କର୍ମ ପୀଡିତାଙ୍କୁ ଥାନା ଭିତରେ ପୁଣି ରେପ୍‌, ଥାନା ଅଧିକାରୀ ସସ୍‌ପେଣ୍ଡ

ଲକ୍ଷ୍ନୌ: ରକ୍ଷକ ସାଜିଲା ଭକ୍ଷକ। ଲୋକଙ୍କ ସୁରକ୍ଷା ଦାୟିତ୍ୱ ପୁଲିସର। ହେଲେ ଏବେ ସେହି ପୁଲିସ ପାଇଁ ଅସୁରକ୍ଷିତ ହୋଇପଡିଛନ୍ତି ନାବାଳିକା। ପୁଲିସ ଆଗରେ ଗୁହାରି କହିବାକୁ ଯାଇଥିବା ଜଣେ ଗଣଦୁଷ୍କର୍ମ ପୀଡିତାଙ୍କୁ ଥାନା ଭିତରେ ପୁଣି ରେପ୍‌ କରିଛନ୍ତି ଥାନା ଅଧିକାରୀ। ଏହି ଘଟଣା ଯେତିକି ଲଜ୍ଜାଜନକ ସେତିକି ଚିନ୍ତାର ବିଷୟ ମଧ୍ୟ। ଉତ୍ତରପ୍ରଦେଶର ଲଳିତପୁର। ଏପ୍ରିଲ ୨୨ ତାରିଖ। ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଚାରି ଜଣ ଯୁବକ ଅପହରଣ କରିନେଇ ତାଙ୍କ ସହ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସମ୍ପର୍କୀୟ ଜେଜେଙ୍କ କୁକର୍ମ, ନାବାଳିକା ନାତୁଣୀ ୭ ମାସର ଗର୍ଭବତୀ

Rape

ଲକ୍ଷ୍ନୌ: ରକ୍ଷକ ସାଜିଲା ଭକ୍ଷକ। ଲୋକଙ୍କ ସୁରକ୍ଷା ଦାୟିତ୍ୱ ପୁଲିସର। ହେଲେ ଏବେ ସେହି ପୁଲିସ ପାଇଁ ଅସୁରକ୍ଷିତ ହୋଇପଡିଛନ୍ତି ନାବାଳିକା। ପୁଲିସ ଆଗରେ ଗୁହାରି କହିବାକୁ ଯାଇଥିବା ଜଣେ ଗଣଦୁଷ୍କର୍ମ ପୀଡିତାଙ୍କୁ ଥାନା ଭିତରେ ପୁଣି ରେପ୍‌ କରିଛନ୍ତି ଥାନା ଅଧିକାରୀ। ଏହି ଘଟଣା ଯେତିକି ଲଜ୍ଜାଜନକ ସେତିକି ଚିନ୍ତାର ବିଷୟ ମଧ୍ୟ।

Advertisment

ଉତ୍ତରପ୍ରଦେଶର ଲଳିତପୁର। ଏପ୍ରିଲ ୨୨ ତାରିଖ। ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଚାରି ଜଣ ଯୁବକ ଅପହରଣ କରିନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ପୀଡିତା ନାବାଳିକା ଜଣକ ଅଭିଯୁକ୍ତଙ୍କ କବଳରୁ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ଏହାପରେ ନ୍ୟାୟ ପାଇଁ ଥାନାରେ ପହଞ୍ଚି ଗୁହାରି କରିଥିଲେ। ତେବେ ଏଠାରେ ତାଙ୍କୁ ନ୍ୟାୟ ମିଳିବା ବଦଳରେ ପୁଣି ଥରେ ଯୌନ ଉତ୍ପୀଡନର ଶିକାର ହେବାକୁ ପଡିଥିଲା। ଥାନା ଅଧିକାରୀ ଉକ୍ତ ଗଣଦୁଷ୍କର୍ମ ପୀଡିତାଙ୍କ ସହ ପୁଣି ଥରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତା ଜଣକ ଏସ୍‌ପିଙ୍କ ନିକଟରେ ଗୁହାରି କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ୬ ଜଣଙ୍କ ନାଁରେ ପୋକ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ଲଳିତପୁର ଥାନାର ଥାନାଅଧିକାରୀ ତିଲକଧାରୀ ସରୋଜ ଘଟଣା ପରେ ଫେରାର ଥିବା ବେଳେ ତାଙ୍କୁ ନିଲମ୍ବିତ କରାଯାଇଛି। ଡିଆଇଜି ରେଞ୍ଜ ଝାନ୍ସିରୁ  ୨୪ ଘଣ୍ଟା ମଧ୍ୟରେ ପୂରା ମାମଲାର ରିପୋର୍ଟ ମଗାଯାଇଛି।

Advertisment

ଲଳିତପୁର ଏସ୍‌ପି ନିଖିଲ ପାଠକଙ୍କ କହିବାକୁ ଅନୁଯାୟୀ, ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କୁ ପଚରାଉଚରା ଜାରି ରହିଛି। ସେପଟେ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି, ସେ ଜଣେ ଅପରାଧୀ। ଏଥିପାଇଁ ତାଙ୍କୁ ଗିରଫ କରିବା ଲାଗି ଏକ ଟିମ୍‌ ଗଠନ କରାଯାଇଛି। ପୀଡିତା ନାବାଳିକଙ୍କୁ ତାଙ୍କ ମଉସାଙ୍କ ସହ ଚାଇଲ୍ଡ ଲାଇନ୍‌କୁ ପଠାଇ ଦିଆଯାଇଛି।