Advertisment

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟାଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ପ୍ରେସମିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ଚାରି ବର୍ଷ ପାଇଁ ଦଳ ତାଙ୍କୁ ଏହି ଦାୟିତ୍ୱରେ ରଖିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ତ୍ରିବେନ୍ଦ୍ର ଗତକାଲି ଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ସେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିଥିଲେ। ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ […]

ଅଦ୍ୟତନ ହୋଇଛି
ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

trivendra singh rawat

Advertisment

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟାଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ପ୍ରେସମିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ଚାରି ବର୍ଷ ପାଇଁ ଦଳ ତାଙ୍କୁ ଏହି ଦାୟିତ୍ୱରେ ରଖିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ତ୍ରିବେନ୍ଦ୍ର ଗତକାଲି ଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ସେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିଥିଲେ। ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଶାସକ ଦଳ ବିଜେପିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।

Advertisment

ଦଳରେ ତ୍ରିବେନ୍ଦ୍ରଙ୍କ କାର୍ଯ୍ୟକଳାପକୁ ନେଇ କିଛି ବିଧାୟକ ଅସନ୍ତୁଷ୍ଟ ଥିଲେ। ଯଦି ରାଓ୍ୱତ ଏଭଳି କାର୍ଯ୍ୟଧାରା ଜାରି ରଖିବେ ତାହେଲେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ପରାଜୟ ବରଣ କରିବ ବୋଲି ଆଶଙ୍କା କରିଥିଲେ ଦଳୀୟ ନେତା। ଆଉ ଅସନ୍ତୁଷ୍ଟ ନେତା ଏବଂ ବିଧାୟକ ଦିଲ୍ଲୀରେ ଦଳର ଶୀର୍ଷ ନେତାଙ୍କୁ ଭେଟି ଅବଗତ କରାଇଥିଲେ। ଏବେ ରାଜ୍ୟର ନୂଆମୁଖ୍ୟମନ୍ତ୍ରୀ ଭାବରେ ଶିକ୍ଷାମନ୍ତ୍ରୀ ଦୁଷ୍ୟନ୍ତ ଗୌତମ ନହେଲେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ହୋଇପାରନ୍ତି। ବିଜେପି ନେତାଙ୍କ ମଧ୍ୟରେ ଏହି ଚର୍ଚ୍ଚା ଚାଲିଛି।

ଦଳରେ କନ୍ଦଳ ବଢ଼ିବା ପରେ ଦୁଇ ପର୍ଯ୍ୟବେକ୍ଷକ ଦୁଷ୍ୟୁନ୍ତ କୁମାର ଗୌତମ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁୁ ଉତ୍ତରାଖଣ୍ଡ ପଠାଇଥିଲା ବିଜେପି। ଏହାପରେ ପର୍ଯ୍ୟବେକ୍ଷକ ଟିମ୍ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଜେପି ସଭାପତିଙ୍କୁ ବୈଠକ ବାବଦରେ ଅବଗତ କରାଇଥିଲେ ଏହି ପର୍ଯ୍ୟବେକ୍ଷକ ଟିମ୍ । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ଦଳର ନେତା ଅସନ୍ତୁଷ୍ଟ ଥିବା କୁହାଯାଇଥିଲା।

Advertisment

ଏହାପରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ସୋମବାର ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ସେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିବା ସୂଚନା ରହିଛି। ସେହିପରି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ବିଜେପିର ୧୦ ବିଧାୟକ ଏବଂ ୪ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଆଗକୁ ବିଧାନସଭା ନିର୍ବାଚନ ରହିଛି। ଏଭଳି ହେଲେ ଦଳର ବପର୍ଯ୍ୟୟ ହୋଇପାରେ ବୋଲି ଅସନ୍ତୁଷ୍ଟ ନେତା ପ୍ରକାଶ କିରଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe