Advertisment

``ହଜାର ହଜାର ଗଛ କାଟିଛି, କିନ୍ତୁ ସେହି ଗଛ ମୋ ଜୀବନ ବଞ୍ଚାଇଲା''

ଉତ୍ତରାଖଣ୍ଡ: “ମୋ କାମ ହେଲା ଗଛ କାଟିବା। ପାହାଡ ଖୋଦେଇ କରି ଭୂମିକୁ ସମତଳ କରିବା। ମୁଁ କେବେ ବି ପ୍ରକୃତିକୁ ସଂରକ୍ଷଣ କଲା ଭଳି କାମ କରିନି। କିନ୍ତୁ ଆଜି ସେହି ପ୍ରକୃତି ହିଁ ମୋ ଜୀବନ ବଞ୍ଚାଇଛି। ପ୍ରକୃତି ଗଛ ରୂପରେ ଆସି ମୋତେ ନୂଆ ଜୀବନ ଦେଇଛି।” ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ଯୋଗୁଁ ଆସିଥିବା ଭୟଙ୍କର ବିପର୍ଯ୍ୟୟରୁ ନୂଆ ଜୀବନ ଦାନ ପାଇଥିବା ୪୯ ବର୍ଷୀୟ ବିକ୍ରମ ଚୌହାନ ଏଭଳି କହିଛନ୍ତି। ହିମସ୍ଖଳନରୁ […]

ଅଦ୍ୟତନ ହୋଇଛି
``ହଜାର ହଜାର ଗଛ କାଟିଛି, କିନ୍ତୁ ସେହି ଗଛ ମୋ ଜୀବନ ବଞ୍ଚାଇଲା''

Vikram Chauhan

Advertisment

ଉତ୍ତରାଖଣ୍ଡ: ``ମୋ କାମ ହେଲା ଗଛ କାଟିବା। ପାହାଡ ଖୋଦେଇ କରି ଭୂମିକୁ ସମତଳ କରିବା। ମୁଁ କେବେ ବି ପ୍ରକୃତିକୁ ସଂରକ୍ଷଣ କଲା ଭଳି କାମ କରିନି। କିନ୍ତୁ ଆଜି ସେହି ପ୍ରକୃତି ହିଁ ମୋ ଜୀବନ ବଞ୍ଚାଇଛି। ପ୍ରକୃତି ଗଛ ରୂପରେ ଆସି ମୋତେ ନୂଆ ଜୀବନ ଦେଇଛି।'' ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ଯୋଗୁଁ ଆସିଥିବା ଭୟଙ୍କର ବିପର୍ଯ୍ୟୟରୁ ନୂଆ ଜୀବନ ଦାନ ପାଇଥିବା ୪୯ ବର୍ଷୀୟ ବିକ୍ରମ ଚୌହାନ ଏଭଳି କହିଛନ୍ତି।

Advertisment

ହିମସ୍ଖଳନରୁ ବର୍ତ୍ତି ଯାଇଥିବା ଋଷିଗଙ୍ଗା ହାଇଡ୍ରୋ ପାୱାର ପ୍ରୋଜେକ୍ଟରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ବିକ୍ରମ ଚୌହାନ ହେଉଛନ୍ତି ଅନ୍ୟତମ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ଗଛ ସାହାରାରେ ନିଜ ଜୀବନ ବଞ୍ଚାଇଥିଲେ ସତ ହେଲେ ମାଟି ଏବଂ କାଦୁଅ ପାଣି ଯୋଗୁଁ ତାଙ୍କ ମୁଣ୍ଡ ଏବଂ କାନ ଓ ନାକରେ ଗଭୀର ଅଘାତ ଲାଗିଛି। ତାଙ୍କୁ ଡେରାଡୁନର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ବିକ୍ରମ ଚୌହାନଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ପ୍ରକୃତି ତାଙ୍କୁ ରକ୍ଷା କରିଛି। ପ୍ରଥମ ଦିନ ଅପେକ୍ଷା ଏବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି।

ତେବେ ଏହା ପୂର୍ବରୁ ସେ ଟାଇମ୍ସ ଅଫ ଇଣ୍ଡିଆକୁ ଏକ ସାକ୍ଷାତକାର ଦେଇ ପୁଣି ଥରେ ସେହି ଭୟଙ୍କର ବିପର୍ଯ୍ୟୟକୁ ମନେ ପକାଇଛନ୍ତି। ସେ କହିଛନ୍ତି, 'ସବୁ ଦିନ ଭଳି ରବିବାର ମଧ୍ୟ ସେ ସକାଳୁ କାମରେ ଯାଇ ଖୋଦେଇ ମେସିନ ଜରିଆରେ ନଦୀ ତଟରେ ବାଲି ଭର୍ତ୍ତି କରୁଥିଲେ। ତେବେ ହଠାତ ବରଫ ପାଣିର ଜୁଆର ଉଠି ପ୍ରକଳ୍ପ ଆଡକୁ ମାଡି ଆସିଥିଲା। ପାଣି ମାଡରେ ମୋ ସହ ସାଇଟ୍‌ରେ ଉପସ୍ଥିତ ଥିବା ଅନେକ ଶ୍ରମିକ ଭାସି ଯାଇଥିଲେ। ପାଣି ସୁଅରେ ଭାସି ଏକ ଗଛରେ ବାଡେଇ ହେବା ପରେ ମୁଁ ଗଛକୁ ଧରି ନେଇଥିଲି। ୩୦ ମିନିଟ ଯାଏଁ ସେ ଗଛକୁ ଧରି ରହିବା ପରେ ରେସକ୍ୟୁ ଟିମ୍‌ ତାଙ୍କ ପାଖରେ ପହଞ୍ଚିଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି, ମୁଁ ମୃତ୍ୟୁ ମୁଖରେ ପଡିଥିଲି। ମୁଁ ଗଛ ଏବଂ ଉଦ୍ଭିଦକୁ ସମ୍ମାନ ଦେଉଥିଲି କାରଣ ସେମାନେ ଆମକୁ ଅମ୍ଳଜାନ ଦିଅନ୍ତି । ମୁଁ ଏହା ଛଡା ଆଉ କିଛି ଜାଣି ନଥିଲି । କିନ୍ତୁ ସେଦିନ ସକାଳେ ମୁଁ ଏକ ନୂଆ ପାଠ ପଢ଼ିଲି। ପ୍ରକୃତିର ଦୁଇଟି ଶକ୍ତି ଅଛି - ବଞ୍ଚାଇବା ଏବଂ ମାରିବା।' ଏହି ଭୟଙ୍କର ବିପର୍ଯ୍ୟୟରେ ସେ ତାଙ୍କ ୨ଜଣ ଭଲ ବନ୍ଧୁଙ୍କୁ ମଧ୍ୟ ହରାଇଥିବା କହିଛନ୍ତି।

Advertisment

ବିକ୍ରମ ଏବଂ ତାଙ୍କର ଦୁଇ ସାଥୀ ଚମୋଲିର ଲମ୍ବାବାଡରେ ରୁହନ୍ତି। ଗତ ପାଞ୍ଚ ବର୍ଷ ହେଲା ସେମାନେ ଋଷି ଗଙ୍ଗା ପାୱାର ପ୍ଲାଣ୍ଟରେ କାମ କରୁଥିଲେ। ସେମାନେ ଗଛ କଟା ଏବଂ ମାଟି ଖନନ କାମରେ ନିୟୋଜିତ ଥିଲେ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଉତ୍ତରାଖଣ୍ଡର ଚମୋଲି ନିକଟରେ ହିମସ୍ଖଳନ ଯୋଗୁଁ ଭୟଙ୍କର ଜଳପ୍ରଳୟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏଥିରେ ୩୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୬୮ ଜଣ ନିଖୋଜ ରହିଛନ୍ତି। ୧୨ଟି କ୍ଷତ ବିକ୍ଷତ ମାନବ ଅଙ୍ଗ ମିଳିଛି। ଏଠାରେ ଥିବା ୨.୫ କିମି ସୁଡ଼ଙ୍ଗ ମଧ୍ୟରେ କିଛି ଲୋକ ଫସି ରହିଥିବାରୁ ସେମାନଙ୍କ ସନ୍ଧାନ ଜାରି ରହିଛି।

Uttarakhand Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe