Advertisment

ଗୋଡ଼ରେ ମାସ୍କ ଲଗାଇ ମିଟିଂରେ ବ୍ୟସ୍ତ ମନ୍ତ୍ରୀ

ଡେରାଡୁନ: କରୋନାର ଦ୍ୱିତୀୟ ଲହର ମହାମାରୀ ସାଜି ଲକ୍ଷାଧିକ ଜୀବନ ନେଲାଣି। ଏବେବି ଶହ ଶହ ଜୀବନ ଯାଉଛି । ଆଗକୁ ତୃତୀୟ ଲହରର ଭୟାବହତା ନେଇ ବିଶେଷଜ୍ଞ ସତର୍କ କରାଇସାରିଲେଣି। ମାସ୍କ , ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର। ବିଶେଷ କରି ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଉତ୍ତରାଖଣ୍ଡର ମନ୍ତ୍ରୀଙ୍କ ହାବଭାବ ଦେଖିଲେ ସେମାନେ ଯେ ଏଥିପ୍ରତି କେତେ ସଚେତନ ସେନେଇ ପ୍ରଶ୍ନ […]

ଅଦ୍ୟତନ ହୋଇଛି
ଗୋଡ଼ରେ ମାସ୍କ ଲଗାଇ ମିଟିଂରେ ବ୍ୟସ୍ତ ମନ୍ତ୍ରୀ

minister

Advertisment

ଡେରାଡୁନ: କରୋନାର ଦ୍ୱିତୀୟ ଲହର ମହାମାରୀ ସାଜି ଲକ୍ଷାଧିକ ଜୀବନ ନେଲାଣି। ଏବେବି ଶହ ଶହ ଜୀବନ ଯାଉଛି । ଆଗକୁ ତୃତୀୟ ଲହରର ଭୟାବହତା ନେଇ ବିଶେଷଜ୍ଞ ସତର୍କ କରାଇସାରିଲେଣି। ମାସ୍କ , ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର। ବିଶେଷ କରି ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଉତ୍ତରାଖଣ୍ଡର ମନ୍ତ୍ରୀଙ୍କ ହାବଭାବ ଦେଖିଲେ ସେମାନେ ଯେ ଏଥିପ୍ରତି କେତେ ସଚେତନ ସେନେଇ ପ୍ରଶ୍ନ ଉଠୁଛି।

Advertisment

ଉତ୍ତରାଖଣ୍ଡର ମନ୍ତ୍ରୀ ଯତିଶ୍ୱରାନନ୍ଦଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ମନ୍ତ୍ରୀ ଜଣକ ଅନ୍ୟ ଜଣେ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି। ତେବେ ମନ୍ତ୍ରୀଙ୍କ ମାସ୍କ ଲାଗିଛି ଗୋଡ ଆଙ୍ଗୁଠିରେ। ବେଶ୍ ହାଲକା ଭାବେ ମନ୍ତ୍ରୀ ମାସ୍କକୁ ମୁହଁରେ ନଲଗାଇ ଗୋଡ ଆଙ୍ଗୁଠିରେ ଝୁଲାଇ ରଖିଛନ୍ତି। ସୋସିଆଲ ମିଡିଆରେ ମନ୍ତ୍ରୀଙ୍କ ଏହି ଫଟୋ ଦେଖି ଲୋକେ ପ୍ରଶ୍ନ କରୁଛନ୍ତି ଯେ, ସବୁ ନିୟମ କାନୁନ କଣ ସାଧାରଣ ଲୋକଙ୍କ ପାଇଁ ? ନୀତି ନିର୍ଦ୍ଧାରଣ କରୁଥିବା ନେତା କଣ ନିୟମ ମାନିବେନି ?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ତିନି ଜଣ ମନ୍ତ୍ରୀ ଚୌକିରେ ବସି କଥାବାର୍ତ୍ତା କରୁଛନ୍ତି । ରାଜ୍ୟ କୃଷି ମନ୍ତ୍ରୀ ସୁବୋଧ ଉନିୟାଲ, ବିଶନ ସିଂହ ଚୁକାଲଙ୍କ ସହ ଆଲୋଚନା କରୁଛନ୍ତି ମନ୍ତ୍ରୀ ଯତିଶ୍ୱରାନନ୍ଦ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କାହା ମୁହଁରେ ବି ଠିକସେ ମାସ୍କ ନାହିଁ ଏବଂ ଯତିଶ୍ୱରାନନ୍ଦଙ୍କ ମୁହଁ ବଦଳରେ ପାଦ ଆଙ୍ଗୁଠିରେ ରହିଛି ମାସ୍କ।

Advertisment
Viral Photo Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe