Advertisment

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ତିରଥ ସିଂହ ରାଓ୍ୱତ

ଡେରାଡୁନ: ତ୍ରିବେନ୍ଦ୍ର ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଉତ୍ତରାଖଣ୍ଡର ଘରୱାଲର ବିଜେପି ସାଂସଦ ତିରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟା ତାଙ୍କୁ ଶପଥ ପାଠ କରାଇଛନ୍ତି। ବିଜେପି ବିଧାୟକ ଦଳର ବୈଠକରେ ତିରଥଙ୍କୁ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ତାଙ୍କର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। Dehradun: Tirath Singh […]

ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ତିରଥ ସିଂହ ରାଓ୍ୱତ

tirtha

Advertisment

ଡେରାଡୁନ: ତ୍ରିବେନ୍ଦ୍ର ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଉତ୍ତରାଖଣ୍ଡର ଘରୱାଲର ବିଜେପି ସାଂସଦ ତିରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟା ତାଙ୍କୁ ଶପଥ ପାଠ କରାଇଛନ୍ତି। ବିଜେପି ବିଧାୟକ ଦଳର ବୈଠକରେ ତିରଥଙ୍କୁ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ତାଙ୍କର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

Advertisment

https://twitter.com/ANI/status/1369597749784551425?s=20

୫୬ ବର୍ଷୀୟ ତିରଥ ସିଂହ ରାୱତଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା ହେବା ପରେ ସେ ବିଦାୟୀ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ତାଙ୍କ ବଡ଼ ଭାଇ ବୋଲି ସମ୍ଵୋଧନ କରିଥିଲେ। ସେ କହିଥିଲେ ତ୍ରିବେନ୍ଦ୍ର ସିଂହ ରାୱତଙ୍କ କାମକୁ ସେ ଆଗକୁ ନେବେ। ୪ ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ବିକାଶ କାମ ହୋଇଛି। ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି। ଏଥିସହ ଚାରିଧାମକୁ ସଂଯୋଗ ହେଉଥିବା ରାସ୍ତା କାମ ମଧ୍ୟ ଶେଷ କରିବେ ବୋଲି କହିଛନ୍ତି। ରାଜ୍ୟର ବିକାଶ ପାଇଁ କୃଷି ଓ ପର୍ଯ୍ୟଟନକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।

https://twitter.com/ANI/status/1369600306078752769?s=20

ପାର୍ଟି ନେତୃତ୍ୱ ତାଙ୍କୁ ଏହି ଦାୟିତ୍ୱ ଦେଇଥିବାରୁ ସେ କୃତଜ୍ଞ ବୋଲି କହିଛନ୍ତି। ଏଥିପାଇଁ ସେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ସର୍ବଦା ପ୍ରୟାସ କରିବେ ବୋଲି କହିଛନ୍ତି।

Advertisment

ଘରୱାଲର କଲଗିକଲ ବିକାଶ ବ୍ଲକର ସିରୋନରେ ଜନ୍ମଗ୍ରହଣ କରିଥିବା ତିରଥ ସିଂହ ରାୱତ ଛାତ୍ର ସମୟରୁ ଆରଏସଏସ ସହ ଯୋଡ଼ି ହୋଇଥିଲେ। ଆରଏସଏସ ପୃଷ୍ଠଭୂମିରେ ରାୱତ ସକ୍ରିୟ ହେବା ପରେ ବିଜେପିରେ ସକ୍ରିୟ ହୋଇଥିଲେ। ୧୯୯୭ରେ ସେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ବିଧାନ ପରିଷଦର ସଦସ୍ୟ ହୋଇଥିଲେ। ପରେ ସେ ମନ୍ତ୍ରୀ ହୋଇଥିଲେ।

୨୦୧୨ରେ, ଚୌବଟଖାଲ ବିଧାନସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ। ୨୦୧୩ରୁ ୩୧ ଡିସେମ୍ବର ୨୦୧୫ ପର୍ଯ୍ୟନ୍ତ ୟୁପି ବିଜେପିର ରାଜ୍ୟ ସଭାପତି ଥିଲେ। ହେଲେ ୨୦୧୭ରେ ତିରଥ ସିଂ ରାୱତଙ୍କ ବିଧାନସଭା ଟିକେଟ୍ କଟାଯାଇଥିଲା। ସେତେବେଳେ ସେ ଚୌବାଟଖାଲରୁ ବିଧାୟକ ସହିତ ରାଜ୍ୟ ବିଜେପି ସଭାପତି ଥିଲେ।

ରାୱତଙ୍କ ଟିକେଟ୍ କାଟି କଂଗ୍ରେସ ନେତା ସତ୍ୟପାଲ ମହାରାଜଙ୍କୁ ବିଜେପି ଟିକେଟ୍ ଦେଇଥିଲା। ସେତେବେଳେ ଆଶା କରାଯାଉଥିଲା ତିରଥ ସିଂ ବିଦ୍ରୋହ କରିବେ। କିନ୍ତୁ ସେ ଦଳର ନିଷ୍ପତ୍ତିକୁ ଗ୍ରହଣ କରି ପାର୍ଟି ପାଇଁ କାମ କରିଥିଲେ। ଏହାପରେ ତିରଥ ସିଂହ ରାୱତଙ୍କୁ ରାଷ୍ଟ୍ରୀୟ ସଚିବ କରାଯାଇଥିଲା। ଏହି ସମୟରେ ୨୦୧୯ରେ ତିରଥ ସିଂହ ରାୱତ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ସାଂସଦ ହୋଇଥିଲେ।

Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe