ନିଆଁ ଲାଗି ପୋଡ଼ିଗଲା ୨୫ ଲକ୍ଷ ଟଙ୍କାର କରୋନା ଟିକା

ଇନ୍ଦୋର: ଗୋଟିଏ ପଟେ ସାରା ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ଅଭାବ ଦେଖିବାକୁ ମିଳିଛି। ଏସବୁ ଭିତରେ ୨୫ ଲକ୍ଷ ଟଙ୍କାର ଟିକା ଓ ମାରାତ୍ମକ ବ୍ଲାକ ଫଙ୍ଗସ ରୋଗର ଇଞ୍ଜେକସନ ନିଆଁ ଲାଗି ନଷ୍ଟ ହୋଇଯାଇଛି। ଏହି ସବୁ ଟିକା ଓ ଇଞ୍ଜେକସନ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଥିବା ଗୋଟିଏ ଗୋଦାମରେ ରଖାଯାଇଥିଲା। ସୂଚନା ଅନୁସାରେ, ଇନ୍ଦୋରରେ ଥିବା ଭାରତ ସେରମ୍ସ ଓ ଭ୍ୟାକସିନ ଲିଃ ୱେରହାଉସରେ ଏହି ଟିକା […]

Vaccine

Hemant Lenka
  • Published: Monday, 17 May 2021
  • , Updated: 17 May 2021, 03:09 PM IST

ଇନ୍ଦୋର: ଗୋଟିଏ ପଟେ ସାରା ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ଅଭାବ ଦେଖିବାକୁ ମିଳିଛି। ଏସବୁ ଭିତରେ ୨୫ ଲକ୍ଷ ଟଙ୍କାର ଟିକା ଓ ମାରାତ୍ମକ ବ୍ଲାକ ଫଙ୍ଗସ ରୋଗର ଇଞ୍ଜେକସନ ନିଆଁ ଲାଗି ନଷ୍ଟ ହୋଇଯାଇଛି। ଏହି ସବୁ ଟିକା ଓ ଇଞ୍ଜେକସନ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଥିବା ଗୋଟିଏ ଗୋଦାମରେ ରଖାଯାଇଥିଲା।

ସୂଚନା ଅନୁସାରେ, ଇନ୍ଦୋରରେ ଥିବା ଭାରତ ସେରମ୍ସ ଓ ଭ୍ୟାକସିନ ଲିଃ ୱେରହାଉସରେ ଏହି ଟିକା ରହିଥିଲା। ଟିକା ସହ ବ୍ଲାକ ଫଙ୍ଗସର ଇଞ୍ଜେକସନ ମଧ୍ୟ ରଖାଯାଇଥିଲା। କିନ୍ତୁ ହଠାତ୍‌ ଆଜି ସକାଳୁ ଗୋଦାମରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ।

ତେବେ ସେତେବେଳକୁ ନିଆଁରେ କରୋନା ଟିକା ଓ ବ୍ଲାକ ଫଙ୍ଗସ ଇଞ୍ଜେକସନ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ନିଆଁ ଲାଗି ଏତେ ସଂଖ୍ୟକ ଟିକା ଓ ଇଞ୍ଜେକସନ ନଷ୍ଟ ହୋଇଥିଲେ ହେଁ ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story