Masjid
ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପୀ ମସଜିଦ ଭିତରେ ଚାଲିଥିବା ସର୍ଭେକୁ ନେଇ ବିବାଦ ଦେଖାଯାଇଛି। କୋର୍ଟ ନିଯୁକ୍ତ କରିଥିବା ଟିମ୍ ସର୍ଭେ ଶେଷ କରିଥିଲେ ମଧ୍ୟ ରିପୋର୍ଟ ଉପସ୍ଥାପନ କରିବାକୁ ଆହୁରି ଦୁଇ ଦିନ ସମୟ ମାଗିଛି। ବାରାଣସୀ କୋର୍ଟ ଏଥିପାଇଁ ରାଜି ମଧ୍ୟ ହୋଇଛନ୍ତି।
ତେବେ କୋର୍ଟ ଆଜିର ଶୁଣାଣି ବେଳେ ସର୍ଭେ ଟିମ୍ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ଭେ ଟିମ୍ରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ କମିଶନରଙ୍କୁ ତଥ୍ୟ ଲିକ୍ ଘଟଣା ପାଇଁ କୋର୍ଟ ବହିଷ୍କୃତ କରିଛନ୍ତି। ବହିଷ୍କୃତ କମିଶନର ଜଣଙ୍କ ହେଲେ ଅଜୟ ମିଶ୍ରା। ତାଙ୍କ ଆସିସଷ୍ଟାଣ୍ଟ ହିଁ ସର୍ଭେ ସମ୍ପର୍କରେ କିଛି ତଥ୍ୟ ମିଡିଆ ଆଗରେ ଲିକ୍ କରିଥିଲେ। ତେଣୁ କୋର୍ଟ ଅଜୟ ମିଶ୍ରାଙ୍କୁ ଏଥିପାଇଁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ତେବେ କୋର୍ଟ ଦ୍ୱାରା ନିଯୁକ୍ତି ପାଇଥିବା ବିଶାଲ ସିଂହ ଓ ଅଜୟ ପ୍ରତାପ ପୂର୍ବଭଳି କାମ କରିବେ। ବିଶାଲ ସିଂହ କୋର୍ଟ କମିଶନର ଓ ଅଜୟ ଡେପୁଟି କମିଶନର ଭାବେ କାର୍ଯ୍ୟ କରିବେ।
ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ପାଖରେ ଜ୍ଞାନବାପୀ ମସଜିଦ ରହିଛି। ଏହାର ଯାଞ୍ଚ ପାଇଁ ଦୀର୍ଘ ବର୍ଷ ହେଲାଣି ଆଇନଗତ ଲଢ଼େଇ ଜାରି ରହିଛି। ମସଜିଦକୁ ନିର୍ମାଣ ପାଇଁ ସେଠାରେ ଥିବା ମନ୍ଦିରକୁ ଭଙ୍ଗା ଯାଇଥିବା ଦାବି ହେବା ପରେ ବାରାଣସୀରେ ଥିବା ଗୋଟିଏ କୋର୍ଟ ଏଏସ୍ଆଇକୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ।
କିଛି ଦିନ ତଳେ ମାମଲାର ଶୁଣାଣି କରି ବାରାଣସୀ ସିଭିଲ କୋର୍ଟ ୩ ଜଣଙ୍କୁ ସର୍ଭେ କମିଶନର ଭାବେ ନିଯୁକ୍ତି ଦେଇଥିଲେ। ଏହାପରେ ସେମାନେ ମସଜିଦ ଭିତରେ ଭିଡଓ ଗ୍ରାଫି କରି ସର୍ଭେ କରିଥିଲେ। ସର୍ଭେ ବେଳେ କୁଆଡ଼େ ମସଜିଦ ଭିତରେ ଥିବା ଗୋଟିଏ କୂଅରୁ ଶିବଲିଙ୍ଗ ବାହାରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ କୋର୍ଟ କମିଶନର ଅଜୟ ମିଶ୍ରାଙ୍କୁ ଆଜି ବହିଷ୍କୃତ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/Masjid-1.jpg)