Advertisment

ଦିଲ୍ଲୀର ନୂଆ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିନୟ କୁମାର ସାକ୍ସେନା ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି  ରାମ ନାଥ କୋବିନ୍ଦ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ବିନୟ କୁମାର ସାକ୍ସେନାଙ୍କୁ ଏହି ନିଯୁକ୍ତ କରିଛନ୍ତି । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଅନିଲ ବୈଜଲ ଉପ ରାଜପାଳ ପଦରୁ ଇସ୍ତଫା ଦେବା ପରେ ବିନୟ ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ। ଗତ ସପ୍ତାହରେ ଅନିଲ ବୈଜଲଙ୍କ ସହ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ […]

author-image
Tapas Behera
ଅଦ୍ୟତନ ହୋଇଛି
ଦିଲ୍ଲୀର ନୂଆ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନା

789

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିନୟ କୁମାର ସାକ୍ସେନା ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି  ରାମ ନାଥ କୋବିନ୍ଦ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ବିନୟ କୁମାର ସାକ୍ସେନାଙ୍କୁ ଏହି ନିଯୁକ୍ତ କରିଛନ୍ତି । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଅନିଲ ବୈଜଲ ଉପ ରାଜପାଳ ପଦରୁ ଇସ୍ତଫା ଦେବା ପରେ ବିନୟ ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ।

Advertisment

ଗତ ସପ୍ତାହରେ ଅନିଲ ବୈଜଲଙ୍କ ସହ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମତଭେଦ ଉପୁଜିଥିଲା।  ଏହା ପରେ ବୈଜଲ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିବା ଚର୍ଚ୍ଚା ହୋଇଥିଲା।  କିନ୍ତୁ ସେ ତାଙ୍କ ଇସ୍ତଫାପତ୍ରରେ ରାଜ୍ୟ ସରକାରଙ୍କ ବିରୋଧରେ କୌଣସି ଟିପ୍ପଣୀ ଦେଇ ନଥିଲେ।  ବ୍ୟକ୍ତିଗତ ସମସ୍ୟା ପାଇଁ ସେ ଇସ୍ତଫା ଦେଇଥିବା ଉଲ୍ଲେଖ ରହିଛି । ଆଜି ତାଙ୍କରଇସ୍ତଫାପତ୍ର ଗ୍ରହଣ କରାଯାଇଛି ।

୧୯୫୮ ମାର୍ଚ୍ଚ ୨୩ ତାରିଖରେ ବିନୟ କୁମାର ଜନ୍ମ ଗ୍ରହଣ କରିଥିଲେ। କାନପୁର ବିଶ୍ୱବିଦ୍ୟାଳୟର ବିନୟ ହେଉଛନ୍ତି ପୁରାତନ ଛାତ୍ର।  ଏବେ ସେ ଖଦି ଏବଂ ଗ୍ରାମ୍ୟ ଶିଳ୍ପ କମିଶନର ଅଧ୍ୟକ୍ଷ ଅଛନ୍ତି। ରାଜସ୍ତାନର ସିମେଣ୍ଟ କମ୍ପାନୀ ଜେକେ ଗ୍ରୁପରେ ନିଜ କ୍ୟାଅର ଆରମ୍ଭ କରିଥିଲେ ବିନୟ କୁମାର। ଉକ୍ତ ସଂସ୍ଥାରେ ୧୧ ବର୍ଷ ବିଭିନ୍ନ କାମ କରିବା ପରେ ୧୯୯୫ରେ ଜେନେରାଲ ମ୍ୟାନେଜରକୁ ପଦୋନ୍ନତି ହୋଇଥିଲା। ଗୁଜରାଟରେ ଉକ୍ତ କମ୍ପାନୀର ଥିବା ବନ୍ଦର ପ୍ରକଳ୍ପର ପରିଚାଳନା ଦାୟିତ୍ୱ ବୁଝିଥିଲେ ବିନୟ କୁମାର । ପରେ ସେ କମ୍ପାନୀର ସିଇଓ ହୋଇପାରି ଥିଲେ । ଏହାପରେ ସେ ଡୋଲେର ପୋର୍ଟ ପ୍ରୋଜେକ୍ଟର ନିର୍ଦ୍ଦେଶକ ହୋଇଥିଲେ।  ପରେ ସେ ୨୦୧୫ରେ  ଖଦି ଏବଂ ଗ୍ରାମ୍ୟ ଶିଳ୍ପ କମିଶନରେ ଅଧ୍ୟକ୍ଷ ନିଯୁକ୍ତ ହୋଥିଲେ। ତାଙ୍କ କର୍ଯ୍ୟକାଳ  ସମୟରେ ଖଦି ଏବଂ ଗ୍ରାମ୍ୟ ଉନ୍ନୟନ ଶିଳ୍ପର ଅନେକ ନୂଆ ଧରଣର ସ୍କିମ ଆଣି ପ୍ରଗତୀ ନୂଆ ସୋପାନରେ ପହଞ୍ଚାଇ ପାରିଛନ୍ତି।

Advertisment
Delhi