Advertisment

ଏୟାରପୋର୍ଟରେ ରିଲ୍ ରାମଙ୍କ ଗୋଡ଼ ତଳେ ପଡ଼ିଗଲେ ମହିଳା

ନୂଆଦିଲ୍ଲୀ: ରିଲ ରାମଙ୍କ ଗୋଡ଼ ତଳେ ପଡ଼ିଗଲେ ମହିଳା। ମୁଣ୍ଡିଆ ମାରିଲେ, ପାଦ ଧୂଳି ନେଇ ମୁଣ୍ଡରେ ବୋଳିଲେ। ଏୟାରପୋର୍ଟରେ ଘଟିଛି ଏହି ଘଟଣା। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓକୁ ହଜାର ହଜାର ଲୋକ ସେୟାର କରିଛନ୍ତି। ୯୦ ଦଶକରେ ରାମାନନ୍ଦ ସାଗରଙ୍କ ଦ୍ୱାରା ପ୍ରସ୍ତୁତ ରାମାୟଣରେ ରାମ ଚରିତ୍ର କରିଥିବା ଅରୁଣ ଗୋଭିଲ୍‌ଙ୍କୁ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି। ରାମାୟଣରେ ରାମଙ୍କ ଭୂମିକାରେ ଏହି ଅଭିନେତାଙ୍କୁ ଦେଖିବା ପରଠାରୁ ତାଙ୍କର ହଜାର […]

ଅଦ୍ୟତନ ହୋଇଛି
ଏୟାରପୋର୍ଟରେ ରିଲ୍ ରାମଙ୍କ ଗୋଡ଼ ତଳେ ପଡ଼ିଗଲେ ମହିଳା

ram

Advertisment

ନୂଆଦିଲ୍ଲୀ: ରିଲ ରାମଙ୍କ ଗୋଡ଼ ତଳେ ପଡ଼ିଗଲେ ମହିଳା। ମୁଣ୍ଡିଆ ମାରିଲେ, ପାଦ ଧୂଳି ନେଇ ମୁଣ୍ଡରେ ବୋଳିଲେ। ଏୟାରପୋର୍ଟରେ ଘଟିଛି ଏହି ଘଟଣା। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓକୁ ହଜାର ହଜାର ଲୋକ ସେୟାର କରିଛନ୍ତି। ୯୦ ଦଶକରେ ରାମାନନ୍ଦ ସାଗରଙ୍କ ଦ୍ୱାରା ପ୍ରସ୍ତୁତ ରାମାୟଣରେ ରାମ ଚରିତ୍ର କରିଥିବା ଅରୁଣ ଗୋଭିଲ୍‌ଙ୍କୁ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି।

Advertisment

ରାମାୟଣରେ ରାମଙ୍କ ଭୂମିକାରେ ଏହି ଅଭିନେତାଙ୍କୁ ଦେଖିବା ପରଠାରୁ ତାଙ୍କର ହଜାର ହଜାର ଭକ୍ତ ସୃଷ୍ଟି ହୋଇଯାଇଛନ୍ତି। ଯେଉଁମାନେ କି ତାଙ୍କୁ ଭଗବାନ ରାମ ଭାବେ ପୂଜା କରନ୍ତି। ତେଣୁ ଭାଇରାଲ ହୋଇଥିବା ଭିଡ଼ିଓରୁ ସ୍ପଷ୍ଟ ହୋଇଛି ଯେ, ଆଜି ବି ଲୋକଙ୍କ ଭିତରେ ଏହି ଧାରାବାହିକ ଶୋର କ୍ରେଜ୍ କମିନି। ଏହି ଧାରାବାହିକ ଶୋ’ରେ ଅଭିନୟ କରିଥିବା ଅଭିନେତାମାନେ ଦର୍ଶକଙ୍କ ହୃଦରେ ପୂର୍ବଭଳି ସ୍ଥାନ ନେଇ ବସିଛନ୍ତି।

ଭାଇରାଲ ଭିଡିଓରେ ଅରୁଣ ବାରମ୍ବାର ଏହି ମହିଳାଙ୍କୁ ପାଦତଳୁ ଉଠିବାକୁ କହୁଛନ୍ତି। ହେଲେ ମହିଳା ଜଣକ ଉଠୁନାହାନ୍ତି। ମହିଳାଙ୍କ ସାଥୀରେ ଥିବା ବ୍ୟକ୍ତି ମଧ୍ୟ ଅରୁଣଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି। ଅରୁଣ ଉକ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରିଥିଲେ ଯେ, ସମ୍ପୃକ୍ତ ମହିଳାଙ୍କୁ ତଳୁ ଉଠାଇ ନେବାକୁ। ପରେ ଯାଇ ଏହି ମହିଳା ଅରୁଣଙ୍କ ପାଦ ତଳୁ ଉଠିଥିଲେ। ସେତେବେଳକୁ ଏହି ମହିଳାଙ୍କ ଆଖିରେ ଆଖିଏ ଲୁହ ଥିଲା। ସେ ଭାବବିହ୍ୱଳ ହୋଇଯାଇଥିଲେ।

Advertisment

ମହିଳା ଜଣଙ୍କ ଅରୁଣଙ୍କୁ ଉତ୍ତରୀୟ ଦେବାକୁ ଆଗ୍ରହ ଦେଖାଇଥିଲେ। ହେଲେ ଅରୁଣ ଏହି ଉତ୍ତରୀୟକୁ ମହିଳାଙ୍କ ପ୍ରଦାନ କରିବା ସହ ଅନୁରୋଧ କ୍ରମେ ଫଟୋ ଉଠାଇଥିଲେ। ଏବେ ସୁଦ୍ଧା ଏହି ଭିଡିଓକୁ ୪.୬୫ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ୨୧ ହଜାର ଲାଇକ୍ କରିଛନ୍ତି। ସେହିପରି ୪୫ ହଜାର ୟୁଜର ଏହାକୁ ରିସେୟାର କରିଛନ୍ତି।

ସୂଚନା ଥାଉକି, ୧୯୮୭ ମସିହାରେ ରାମାୟଣ ଧାରାବାହିକ ଦୂରଦର୍ଶନ ନ୍ୟାସନାଲରେ ପ୍ରସାରିତ ହୋଇଥିଲା। ଏହାର ୩୩ ବର୍ଷ ପରେ ଅର୍ଥାତ୍ ୨୦୨୦ ଲକ୍‌ଡାଉନ୍ ସମୟରେ ଏହା ପୁନଃପ୍ରସାରଣ ଦୂରଦର୍ଶନରେ ଦେଖିବାକୁ ମିଳିଥିଲା। ଯାହା ଦର୍ଶକ ଦେଖୁଥିବା ସବୁଠାରୁ ଲୋକପ୍ରିୟ ଧାରାବାହିକ ବୋଲି ପୁଣି ପ୍ରମାଣିତ ହୋଇଥିଲା। ଏହି ସମୟରେ ପ୍ରାୟ ୭.୭ କୋଟି ଦର୍ଶକ ଏହି ସିରିଏଲ୍‌କୁ ସମଗ୍ର ବିଶ୍ୱରେ ଦେଖିଥିଲେ।

https://twitter.com/MrSinha_/status/1575860579150880768?s=20&t=JSkTO-LGq0ZxKFUIyLz52A

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe