Advertisment

VLC ଉପରେ ଲାଗିଥିବା ବ୍ୟାନ ଆଦେଶ ହଟିଲା, ଏବେ କରିହେବ ଡାଉନଲୋଡ୍‌

ନୂଆଦିଲ୍ଲୀ: ମଲ୍ଟିମିଡିଆ ପ୍ଲେୟାର ଭିଏଲସି ଉପରେ ଲାଗିଥିବା ବ୍ୟାନ ଆଦେଶ ହଟିଛି। ଏବେ ୟୁଜର୍ସମାନେ ଭାରତରେ ଏହାକୁ ଡାଉନଲୋଡ କରିପାରିବେ। କିଛି ମାସ ତଳେ ଭାରତ ସରକାର ଭିଏଲସି ଉପରେ ରୋକ ଲଗାଇଥିଲେ। ଆଜି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ବ୍ୟାନକୁ ହଟାଇ ଦେଇଛି। ବ୍ୟାନ ହଟିଥିବାରୁ ଲୋକମାନେ ଭିଡିଓଲାନର ୱେବସାଇଟକୁ ଯାଇ ଭିଏଲସିକୁ ଡାଉନଲୋଡ କରିପାରିବେ। ଏଯାଏ ୭୩ ମିଲିୟନ ଲୋକ ଏହାକୁ ଡାଉନଲୋଡ କରି ସାରିଲେଣି। ଏବେ ବି ଅନେକ ଡାଉନଲୋଡ୍‌ ପ୍ରକ୍ରିୟା ଜାରି […]

VLC ଉପରେ ଲାଗିଥିବା ବ୍ୟାନ ଆଦେଶ ହଟିଲା, ଏବେ କରିହେବ ଡାଉନଲୋଡ୍‌

VLC

Advertisment

ନୂଆଦିଲ୍ଲୀ: ମଲ୍ଟିମିଡିଆ ପ୍ଲେୟାର ଭିଏଲସି ଉପରେ ଲାଗିଥିବା ବ୍ୟାନ ଆଦେଶ ହଟିଛି। ଏବେ ୟୁଜର୍ସମାନେ ଭାରତରେ ଏହାକୁ ଡାଉନଲୋଡ କରିପାରିବେ। କିଛି ମାସ ତଳେ ଭାରତ ସରକାର ଭିଏଲସି ଉପରେ ରୋକ ଲଗାଇଥିଲେ। ଆଜି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ବ୍ୟାନକୁ ହଟାଇ ଦେଇଛି।

Advertisment

ବ୍ୟାନ ହଟିଥିବାରୁ ଲୋକମାନେ ଭିଡିଓଲାନର ୱେବସାଇଟକୁ ଯାଇ ଭିଏଲସିକୁ ଡାଉନଲୋଡ କରିପାରିବେ। ଏଯାଏ ୭୩ ମିଲିୟନ ଲୋକ ଏହାକୁ ଡାଉନଲୋଡ କରି ସାରିଲେଣି। ଏବେ ବି ଅନେକ ଡାଉନଲୋଡ୍‌ ପ୍ରକ୍ରିୟା ଜାରି ରଖିଛନ୍ତି। ତେବେ କ’ଣ ପାଇଁ ଭିଏଲସି ଉପରେ ବ୍ୟାନ ଲଗା ଯାଇଥିଲା ଓ ଏବେ କାହିଁକି ଏହାକୁ ପୁଣି କାର୍ଯ୍ୟକ୍ଷମ କରାଗଲା, ସେକଥା ଜଣାପଡ଼ିନି।

ଚଳିତ ବର୍ଷ ଅକ୍ଟୋବର ମାସରେ ଭିଏଲସିର ମୂଳ କମ୍ପାନୀ ଭାରତ ସରକାରଙ୍କୁ ବ୍ୟାନ ବିରୋଧରେ ଲିଗାଲ ନୋଟିସ ପଠାଇଥିଲା। ଭାରତରେ କାହିଁକି କମ୍ପାନୀର ସେବା ବନ୍ଦ କରାଗଲା ଓ କମ୍ପାନୀକୁ ନିଜର ପକ୍ଷ ରଖିବା ପାଇଁ ଭିଡିଓ କନଫରେନ୍ସର ସୁବିଧା ଯୋଗାଇ ଦେବାକୁ ନୋଟିସରେ କୁହାଯାଇଥିଲା।

Advertisment

ଯଦି ଭାରତ ସରକାର ବ୍ୟାନ ପାଇଁ ଉପଯୁକ୍ତ କାରଣ ନ ଦେବେ, ତା’ହେଲେ ଭିଡିଓଲାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଧମକ ଦେଇଥିଲା। ଏହା ଉପରେ ଭାରତ ସରକାର ସମୀକ୍ଷା କରିଥିଲେ। କମ୍ପାନୀ ଠିକ ଭାବେ ନିଜର ପକ୍ଷ ରଖିବାକୁ ସକ୍ଷମ ହୋଇଥିବାରୁ ସମ୍ଭବତଃ ଭାରତ ସରକାର ଲାଗିଥିବା ବ୍ୟାନକୁ ହଟାଇ ଦେଇଥିବା କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe