Advertisment

୪ ରାଜ୍ୟର ୧୬ ରାଜ୍ୟସଭା ଆସନରେ କଡ଼ା ଟକ୍କର, ୪୧ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ଖାଲି ପଡ଼ିବାକୁ ଯାଉଥିବା ୧୬ଟି ଆସନରେ ଆଜି ଭୋଟିଂ ଆରମ୍ଭ ହୋଇଛି। ୪ ରାଜ୍ୟର ଏହି ୧୬ଟି ଆସନରେ କଡ଼ା ମୁକାବିଲା ହେଉଥିବାରୁ ସବୁ ରାଜନୀତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ନିଜ ବିଧାୟକମାନଙ୍କୁ କ୍ରସ ଭୋଟିଂ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିପରି ବାକି ୪୧ଟି ରାଜ୍ୟସଭା ଆସନରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ନିର୍ବାଚିତ ହୋଇଥିବା ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୩ ଜଣ ରହିଛନ୍ତି। ସେହିପରି […]

author-image
Hemant Lenka
ଅଦ୍ୟତନ ହୋଇଛି
୪ ରାଜ୍ୟର ୧୬ ରାଜ୍ୟସଭା ଆସନରେ କଡ଼ା ଟକ୍କର, ୪୧ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

Rajya-sabha

ନୂଆଦିଲ୍ଲୀ: ରାଜ୍ୟସଭାରେ ଖାଲି ପଡ଼ିବାକୁ ଯାଉଥିବା ୧୬ଟି ଆସନରେ ଆଜି ଭୋଟିଂ ଆରମ୍ଭ ହୋଇଛି। ୪ ରାଜ୍ୟର ଏହି ୧୬ଟି ଆସନରେ କଡ଼ା ମୁକାବିଲା ହେଉଥିବାରୁ ସବୁ ରାଜନୀତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ନିଜ ବିଧାୟକମାନଙ୍କୁ କ୍ରସ ଭୋଟିଂ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Advertisment

ସେହିପରି ବାକି ୪୧ଟି ରାଜ୍ୟସଭା ଆସନରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ନିର୍ବାଚିତ ହୋଇଥିବା ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୩ ଜଣ ରହିଛନ୍ତି। ସେହିପରି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେତାଙ୍କ ମଧ୍ୟରେ କଂଗ୍ରେସର  ପି ଚିଦାମ୍ବରମ ଓ ଆରଜେଡି ନେତା ମିଶା ଭାରତୀଙ୍କ ଭଳି ହେଭିୱେଟ ରହିଛନ୍ତି। ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଆଜିର ରାଜ୍ୟସଭା ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ।

ଆଜି ମହାରାଷ୍ଟ୍ର, କର୍ଣ୍ଣାଟକା, ରାଜସ୍ଥାନ ଓ ହରିଆଣାର ୧୬ଟି ରାଜ୍ୟସଭା ଆସନରେ କଡ଼ା ମୁକାବିଲା ହେଉଛି। ମୋଟ ଉପରେ ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାର ଥିଲା। ତେବେ ୪୧ଟି ଆସନରେ ପ୍ରାର୍ଥୀମାନେ ବିନା ଲଢ଼େଇରେ ଜିତି ଯାଇଛନ୍ତି। ଖାଲି ପଡ଼ିଥିବା ୫୭ଟି ଆସନରୁ ବିଜେପି ପାଖରେ ୨୩ଟି ଓ କଂଗ୍ରେସ ପାଖରେ ୮ଟି ଆସନ ରହିଥିଲା। ବାକି ଆସନ ଗୁଡ଼ିକ ବିଭିନ୍ନ ଦଳରୁ ନେତାମାନେ ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ।

Advertisment

ଏବେ ୧୬ଟି ଆସନ ପାଇଁ ହେଉଥିବା ଭୋଟିଂ ବେଳେ ସବୁଠାରୁ ବଡ଼ ଲଢ଼େଇ ରାଜସ୍ଥାନ ଓ ମହାରାଷ୍ଟ୍ରରେ ହେଉଛି। ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇ ରାଜ୍ୟରେ ବିଧାୟକମାନଙ୍କୁ ନିଜ ନିଜ ଦଳ ପକ୍ଷରୁ ହୋଟେଲରେ ରଖାଯାଇଥିଲା। ଘୋଡ଼ା ବେପାର ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଛି।

ସେହିପରି ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନେ ନେତୃତ୍ୱାଧୀନ ସରକାରଙ୍କୁ ଅସାଦୁଦ୍ଦିନ ଓୱେସୀଙ୍କ ଦଳର ୨ ଜଣ ବିଧାୟକ ସମର୍ଥନ ଘୋଷଣା କରିଛି। ଆଜି ୫ଟା ଯାଏ ମହାରାଷ୍ଟ୍ରର ୬ଟି, ରାଜସ୍ଥାନର ୪ଟି, କର୍ଣ୍ଣାଟକାର ୪ଟି ଓ ହରିଆଣାର ୨ଟି ରାଜ୍ୟସଭା ଆସନ ପାଇଁ ଭୋଟିଂ ହେବ। ଏହାପରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Rajya Sabha Election