Advertisment

ସରିଲା ଦ୍ୱିତୀୟ ପର୍ଯ୍ୟାୟ, ପଶ୍ଚିମବଙ୍ଗରେ ୮୦ ପ୍ରତିଶତରୁ ଅଧିକ ଭୋଟିଂ

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ବମ୍ପର ଭୋଟିଂ ହୋଇଛି। ପଶ୍ଚିମବଙ୍ଗରେ ଆଜି ୪ଟି ଜିଲ୍ଲାରେ ୩୦ଟି ଆସନ ଏବଂ ଆସାମରେ ୩୯ଟି ଆସନରେ ମତଦାନ ହୋଇଛି। ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ୮୦ ପ୍ରତିଶତରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୬ଟା ସୁଦ୍ଧା ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ୮୦.୪୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଆସାମରେ […]

ଅଦ୍ୟତନ ହୋଇଛି
ସରିଲା ଦ୍ୱିତୀୟ ପର୍ଯ୍ୟାୟ, ପଶ୍ଚିମବଙ୍ଗରେ ୮୦ ପ୍ରତିଶତରୁ ଅଧିକ ଭୋଟିଂ

West-bengal

Advertisment

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ବମ୍ପର ଭୋଟିଂ ହୋଇଛି। ପଶ୍ଚିମବଙ୍ଗରେ ଆଜି ୪ଟି ଜିଲ୍ଲାରେ ୩୦ଟି ଆସନ ଏବଂ ଆସାମରେ ୩୯ଟି ଆସନରେ ମତଦାନ ହୋଇଛି। ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ୮୦ ପ୍ରତିଶତରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୬ଟା ସୁଦ୍ଧା ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ୮୦.୪୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଆସାମରେ ୭୩.୦୩ ପ୍ରତିଶତ ମତଦାନ ହୋଇଛି।

Advertisment

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନନ୍ଦିଗ୍ରାମରେ ୮୦.୭୯ ପ୍ରତିଶତ ମତଦାନ ହୋଇଛି। ଦକ୍ଷିଣ ୨୪ ପରଗନାରେ ୭୯.୫୬ ପ୍ରତିଶତ, ପୂର୍ବ ମେଦିନାପୁରରେ ୮୧.୨୩ ପ୍ରତିଶତ, ପଶ୍ଚିମ ମେଦିନାପୁରରେ ୭୮.୦୨ ପ୍ରତିଶକ, ବାଙ୍କୁଡାରେ ୮୨.୯୨ ପ୍ରତିଶତ ମତଦାନ ହୋଇଛି।

ଏହି ପର୍ଯ୍ୟାୟରେ ୧୭୧ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଏଥିରେ ୧୫୨ ଜଣ କେବଳ ପୁରୁଷ ପ୍ରାର୍ଥୀ ଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ। ସେହିପରି ଡେବାରେ ବିଧାନସଭା ନିର୍ବାଚଳ ମଣ୍ଡଳରୁ ଦୁଇ ପୂର୍ବ ଆଇପିଏସ୍ ଅଧିକାରୀ ଟିମଏସି ପ୍ରାର୍ଥୀ ହୁମାୟୁନ୍ କବୀର ଓ ବିଜେପି ପ୍ରାର୍ଥୀ ଭାରତୀ ଘୋଷ ମଧ୍ୟରେ ଲଢ଼େଇ ଥିଲା।

Advertisment

କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ନିର୍ବାଚନ ହୋଇଥିଲା ଏବଂ ମତଦାନର ସମୟକୁ ବୃଦ୍ଧି କରାଯାଇଥିଲା। କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ପାର୍ଟିମାନେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଇଥିଲେ। ତେବେ ନନ୍ଦିଗ୍ରାମରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାକାର ଏକ ଭୋଟିଂ ସେଣ୍ଟରକୁ ଯାଇଥିଲେ। ସେ ଅଭିଯୋଗ ଆଣିଛନ୍ତି ଯେ ବାହାରୁ ଲୋକ ଆଣି ନନ୍ଦିଗ୍ରାମରେ ଅରାଜକତା ସୃଷ୍ଟି ପାଇଁ ପ୍ରୟାସ କରାଯାଉଛି।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଛିଡ଼ା ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ କନଭୟ ଉପରକୁ ପଥରମାଡ଼ ହୋଇଥିଲା। ଏହି ଘଟଣା ନନ୍ଦିଗ୍ରାମର ସାତେଙ୍ଗାବାରୀ ଅଞ୍ଚଳରେ ଘଟିଛି। ଅପରାହ୍ଣରେ ଶୁଭେନ୍ଦୁ ଅଧିକାରୀ ମତଦାନ ପାଇଁ ପୋଲିଂ ବୁଥକୁ ଯାଇଥିଲେ ଏବଂ ସେଠାରୁ ଫେରିବା ବେଳେ ତାଙ୍କ କନଭୟ ଉପାକୁ ପଥର ମାଡ଼ କରାଯାଇଥିଲା। ସୌଭାଗ୍ୟବଶତଃ ଏଥିରେ ଶୁଭେନ୍ଦୁଙ୍କୁ କୌଣସି ଆଘାତ ଲାଗିନାହିଁ।

ଏହି ଆକ୍ରମଣକୁ ନେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗରେ ଏବେ ଜଙ୍ଗଲ ରାଜ ଚାଲିଛି। ଯେଉଁମାନେ ଆକ୍ରମଣ କରିଛନ୍ତି, ସେମାନେ ଜୟ ବାଙ୍ଗଲା ନାରା ଲଗାଇଥିଲେ। ଏହି ନାରା ବେଙ୍ଗଲର ନୁହେଁ ବରଂ ଏହା ବାଂଲାଦେଶର। ପଶ୍ଚିମବଙ୍ଗକୁ ଏବେ ବାଂଲାଦେଶ କରାଯିବା ଲାଗି ପ୍ରସ୍ତୁତି ଚାଲିଛି।

West Bengal Assembly Election Assam Election 2021 AssamAssemblyElection West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe