Advertisment

ହିଜାବ ପରିଧାନ କରୁଥିବା ଜଣେ ଯୁବତୀ ଏ ଦେଶରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ: ଓୱେସୀ

ନୂଆଦିଲ୍ଲୀ: ହିଜାବକୁ ନେଇ ବିବାଦ ଥମୁନି। କର୍ଣ୍ଣାଟକର ଏକ କଲେଜରୁ ଆରମ୍ଭ ହୋଇଥିବା ଏହି ବିବାଦ ପରେ ଆଇନ ଏବଂ ରାଜନୈତିକ ପଶାପାଲିରେ ଫସିଥିଲା। ନିକଟରେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅମିମାଂସିତ ଥିବା ବେଳେ ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସୀଙ୍କ ରାଜନୈତିକ ବୟାନ ପ୍ରସଙ୍ଗକୁ ତାଜା କରିଛି। ଓୱେସୀ କହିଛନ୍ତି ଯେ, ଭବିଷ୍ୟତରେ ଏ ଦେଶରେ ଜଣେ ହିଜାବ ପରିଧାନ କରୁଥିବା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। କର୍ଣ୍ଣାଟକ ବିଜାପୁରରେ ଆଗକୁ ପୌର ନିର୍ବାଚନ […]

ଅଦ୍ୟତନ ହୋଇଛି
ଦିନ ଆସିବ ହିଜାବ ପିନ୍ଧୁଥିବା ଜଣେ ମହିଳା ହେବେ ଦେଶର ପ୍ରଧାନମନ୍ତ୍ରୀ: ଓୱେସି

AIMIM chief Owaisi

Advertisment

ନୂଆଦିଲ୍ଲୀ: ହିଜାବକୁ ନେଇ ବିବାଦ ଥମୁନି। କର୍ଣ୍ଣାଟକର ଏକ କଲେଜରୁ ଆରମ୍ଭ ହୋଇଥିବା ଏହି ବିବାଦ ପରେ ଆଇନ ଏବଂ ରାଜନୈତିକ ପଶାପାଲିରେ ଫସିଥିଲା। ନିକଟରେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅମିମାଂସିତ ଥିବା ବେଳେ ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସୀଙ୍କ ରାଜନୈତିକ ବୟାନ ପ୍ରସଙ୍ଗକୁ ତାଜା କରିଛି। ଓୱେସୀ କହିଛନ୍ତି ଯେ, ଭବିଷ୍ୟତରେ ଏ ଦେଶରେ ଜଣେ ହିଜାବ ପରିଧାନ କରୁଥିବା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। କର୍ଣ୍ଣାଟକ ବିଜାପୁରରେ ଆଗକୁ ପୌର ନିର୍ବାଚନ ଥିବା ବେଳେ ସେଠାକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ ଓୱେସୀ। ଏଠାରେ ୪ଟି ୱାର୍ଡ଼ରେଏଆଇଏମଆଇଏମ ନିର୍ବାଚନ ଲଢ଼ୁଛି। ଅକ୍ଟୋବର ୨୮ରେ ଏଠାରେ ନିର୍ବାଚନ ହେବାର ଅଛି।

Advertisment

ଏଆଇଏମଆଇଏମ ନେତା ଓୱେସୀ ଏଥିପାଇଁ ଡୋର ଟୁ ଡୋର କ୍ୟାମ୍ପେନିଂ କରିଛନ୍ତି। ଏହି ଅବସରରେ ସେ ମଙ୍ଗଳବାର ରୋଡ୍ ଶୋ’ ମଧ୍ୟ କରିଥିଲେ। ସୂଚନା ଅନୁଯାୟୀ, କର୍ଣ୍ଣାଟକ ହିଜାବ ବିବାଦ ଉପରେ ଶୁଣାଣି କରିଥିବା ସୁପ୍ରିମକୋର୍ଟର ଦୁଇ ବିଚାରପତି ଭିନ୍ନ ଭିନ୍ନ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ବିଭାଜିତ ରାୟ ପରେ ହିଜାବ ବିବାଦର କୌଣସି ସମାଧାନ ହୋଇପାରି ନାହିଁ। ଏହା ସହିତ ମାମଲାର ଶୁଣାଣି ତିନି ଜଣିଆ ବିଚାରପତି ପୀଠରେ କରିବା ଲାଗି ସୁପାରିସ କରାଯାଇଛି।

କର୍ଣ୍ଣାଟକର ଶିକ୍ଷାନୁଷ୍ଠାନ ଗୁଡିକରେ ମୁସଲମାନ ଛାତ୍ରୀଙ୍କ ହିଜାବ ପରିଧାନକୁ ବାରଣ କରାଯାଇଥିବାବେଳେ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। କର୍ଣ୍ଣାଟକ ସରକାର ଶିକ୍ଷାନୁଷ୍ଠାନ ଗୁଡିକରେ ମୁସଲମାନ ଛାତ୍ରୀଙ୍କ ହିଜାବ ପରିଧାନକୁ ବେଆଇନ ଘୋଷଣା ପୂର୍ବକ ବାରଣ କରିଥିଲେ। ଫେବୃଆରୀ ୫ରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନକୁ ନିଷିଦ୍ଧ କରିଥିଲେ। ପରବର୍ତ୍ତି ସମୟରେ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିବାବେଳେ ଏହା କାଏମ ରହିଥିଲା। ହାଇକୋର୍ଟଙ୍କ ରାୟକୁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ସୁପ୍ରିମକୋର୍ଟରେ ଚାଲେଞ୍ଜ ପୂର୍ବକ ପିଟିସନ ଦାୟର କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe