Advertisment

ଫସର ଫାଟିଲା ସବୁ ଆଶା, ଜିଏସ୍‌ଟିରେ ସାମିଲ ହେଲାନି ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଆଉଟ ପାଉଟୁ ହେଉଥିବା ଦେଶବାସୀ ୪୫ତମ ଜିଏସ୍‌ଟି ପରିଷଦ ବୈଠକରୁ ଅନେକ କିଛି ଆଶା କରିଥିଲେ। ବିଶେଷ କରି ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟିରେ ସାମିଲ ହେବ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଥିଲା। କିନ୍ତୁ ବର୍ତ୍ତମାନ ପାଇଁ ଜିଏସଟି ପରିସରକୁ ଆସିବନି ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମଜାତ ସାମଗ୍ରୀ। ଆଜି ଲକ୍ଷ୍ନୌରେ ବସିଥିବା ଜିଏସଟି ପରିଷଦର ୪୫ତମ ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରକୁ ଆଣିବାକୁ ଆଲୋଚନା ହୋଇଥିଲା। ତେବେ […]

ଫସର ଫାଟିଲା ସବୁ ଆଶା, ଜିଏସ୍‌ଟିରେ ସାମିଲ ହେଲାନି ପେଟ୍ରୋଲ ଓ ଡିଜେଲ

Petrol

Advertisment

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଆଉଟ ପାଉଟୁ ହେଉଥିବା ଦେଶବାସୀ ୪୫ତମ ଜିଏସ୍‌ଟି ପରିଷଦ ବୈଠକରୁ ଅନେକ କିଛି ଆଶା କରିଥିଲେ। ବିଶେଷ କରି ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟିରେ ସାମିଲ ହେବ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଥିଲା। କିନ୍ତୁ ବର୍ତ୍ତମାନ ପାଇଁ ଜିଏସଟି ପରିସରକୁ ଆସିବନି ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମଜାତ ସାମଗ୍ରୀ।

Advertisment

ଆଜି ଲକ୍ଷ୍ନୌରେ ବସିଥିବା ଜିଏସଟି ପରିଷଦର ୪୫ତମ ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରକୁ ଆଣିବାକୁ ଆଲୋଚନା ହୋଇଥିଲା। ତେବେ ରାଜ୍ୟମାନେ ଏହି ପ୍ରସ୍ତାବକୁ ଜୋରଦାର ବିରୋଧ କରିଥିଲେ। ଶେଷରେ ସର୍ବସମ୍ମତିକ୍ରମେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ପରିସର ବାହାରେ ରଖାଯାଇଛି।

ଏହାର ଅର୍ଥ ସାଧାରଣ ଲୋକମାନେ ପୂର୍ବଭଳି ୧୦୦ରୁ ଅଧିକ ଟଙ୍କାରେ ପେଟ୍ରୋଲ ଓ ପ୍ରାୟ ୧୦୦ ଟଙ୍କା ଦେଇ ଡିଜେଲ କିଣିବେ। ଯଦି ଏହା ଜିଏସ୍‌ଟି ପରିସର ଭୁକ୍ତ ହୋଇଥାଆନ୍ତା, ତା’ହେଲେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୫ ଟଙ୍କା ଓ ଡିଜେଲ ଲିଟର ପିଛା ୨୦ ଟଙ୍କା ଶସ୍ତା ହୋଇଥାଆନ୍ତା। ଏହାଦ୍ୱାରା ସାଧାରଣ ଲୋକ ଉପକୃତ ହୋଇଥାଆନ୍ତେ। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ନିଜର ରାଜସ୍ୱ ସଂଗ୍ରହରେ କ୍ଷତି ସହିଥାଆନ୍ତେ।

Advertisment

ପେଟ୍ରୋଲ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟ ଉତ୍ପାଦନ ଶୁଳ୍କ ବାବଦକୁ ବିପୁଳ ଟିକସ ପାଉଛନ୍ତି। କରୋନା ଲଢେଇ ପାଇଁ ଅଧିକ ଅର୍ଥ ଦରକାର ହେଉଥିବାରୁ ବର୍ତ୍ତମାନ ସ୍ଥିତିରେ ପେଟ୍ରୋଲିୟମ ଜାତ ପଦାର୍ଥକୁ ଜିଏସଟି ତାଲିକାଭୁକ୍ତ କରାଯିବାର ପ୍ରଶ୍ନ ଉଠୁନଥିବା ରାଜ୍ୟମାନେ କେନ୍ଦ୍ରକୁ କହିଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପେଟ୍ରୋଲିୟମ ଜାତୀୟ ସାମଗ୍ରୀଗୁଡ଼ିକୁ ଜିଏସ୍‌ଟି ପରିସର ଭୁକ୍ତ କରିବାକୁ ଆଜିର ବୈଠକରେ ପ୍ରସ୍ତାବ ଆସିଥିଲା। କିନ୍ତୁ ବୈଠକରେ ସଦସ୍ୟମାନେ ବେଶ ସ୍ପଷ୍ଟ ଭାବେ ସେମାନେ ଏହାକୁ ଜିଏସ୍‌ଟି ପରିସର ଭୁକ୍ତ କରିବାକୁ ଚାହୁଁ ନଥିବା କହିଥିଲେ। ବର୍ତ୍ତମାନ ସମୟରେ ଜିଏସ୍‌ଟି ପରିଷଦ ପେଟ୍ରୋଲିୟମ ପ୍ରଡକ୍ଟକୁ ଜିଏସ୍‌ଟିରେ ସାମିଲ କରିବାକୁ ଚାହୁଁ ନଥିବା ଆମେ କୋର୍ଟଙ୍କୁ ଅବଗତ କରାଇବୁ। ତେବେ ବାୟୟୋ ଡିଜେଲକୁ ୧୨% ଟିକସ ସ୍ଲାବରୁ ୫% ସ୍ଲାବକୁ ହ୍ରାସ ପରାଯାଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍‌ଟି ପରିଷଦରେ ଆଜି କରୋନା ଲଢ଼େଇକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କରୋନା ଲଢ଼େଇ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ଲାଗୁଥିବା ସଂଶୋଧିତ ଜିଏସ୍‌ଟି ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ।

ପୂର୍ବରୁ ଏହି ନିୟମ ସେପ୍ଟେମ୍ବର ୩୦ ଯାଏ ଲାଗୁ ହେବ ବୋଲି କୁହାଯାଇଥିଲା। ୪୪ତମ ଜିଏସ୍‌ଟି ପରିଷଦ ବୈଠକରେ କରୋନା ମେଡିସିନ, ପଲସ ଅକ୍ସିମିଟର, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ, ହ୍ୟାଣ୍ଡ ସାନିଟାଇଜର, ଅକ୍ସଜେନ କନସେନଟ୍ରେଟର ଓ ମାସ୍କ ଭଳି ସାମଗ୍ରୀ ଉପରେ ଏଣିକି ୫% ଜିଏସ୍‌ଟି ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ୪୫ତମ ବୈଠକରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବଭଳି କରୋନା ଟିକା ଉପରେ ମଧ୍ୟ ୫% ଜିଏସ୍‌ଟି ଲାଗୁ ହେବ।

ସେହିପରି Zolgensma and Viltepso ଭଳି ଦାମୀ ଜୀବନ ରକ୍ଷାକାରୀ ଔଷଧକୁ ମଧ୍ୟ ଜିଏସ୍‌ଟି ବାହାରେ ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ଦୁଇ ଔଷଧର ଦାମ ୧୬ କୋଟି ଟଙ୍କା। ତେଣୁ ଏହାକୁ ଜିଏସ୍‌ଟି ପରିସର ବାହାରେ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି।

ଦେଶରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ବ୍ଲାକ ଫଙ୍ଗସ ରୋଗ ଦେଖିବାକୁ ମିଳୁଛି। ଏହାର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା Tocilizumab ଓ Amphotericin B ଭଳି ମେଡିସିନ ଗୁଡ଼ିକ ଉପରେ ମଧ୍ୟ କୌଣସି ଟିକସ ଲାଗୁ ହେବନି। ଏହି ନିୟମ ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ। ଜିଏସ୍‌ଟି ହ୍ରାସ ପାଇଥିବା ମେଡିସିନ ଗୁଡ଼ିକ ମଧ୍ୟରେ ହେପାରିନ ଓ ରେମଡେସିଭିର ରହିଛି।

ଏହାବାଦ୍‌ କ୍ୟାନସର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା Keytruda ଭଳି ଔଷଧ ଗୁଡ଼ିକୁ ୧୨% ଜିଏସ୍‌ଟି ସ୍ଲାବରୁ ୫% ସ୍ଲାବକୁ ଅଣାଯାଇଛି। ଦିବ୍ୟାଙ୍ଗମାନେ ବ୍ୟବହାର କରୁଥିବା Retro Fitment Kits for vehicles ପୂର୍ବରୁ ୧୨% ଜିଏସ୍‌ଟି ସ୍ଲାବରେ ଥିଲା। କିନ୍ତୁ ଏହାକୁ ଏବେ ୫% ଜିଏସ୍‌ଟି ସ୍ଲାବ ପରିସରକୁ ଅଣାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe