Advertisment

ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି ପେଙ୍ଗୁଇନ୍‌

ମୁମ୍ବାଇ: ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପେଙ୍ଗୁଇନ୍। ଯିଏ ଦେଖୁଛି ସିଏ ଘଡିଏ ଅଟକି ଯାଉଛି। ମୁମ୍ବାଇର ବାଇକୁଲା ଚିଡିଆଖାନାରେ ଏବେ ନବଜନ୍ମିତ ପେଙ୍ଗୁଇନ୍ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ୩ ପେଙ୍ଗୁଇନ୍ ଶାବକ ଫ୍ଲାସ, ବିଙ୍ଗୋ ଓ ଆଲେକ୍ସାକୁ ଦେଖିବାକୁ ଏବେ ମୁମ୍ବାଇ ଜୁରେ ପର୍ଯ୍ୟଟକଙ୍କ ଭିଡ ଲାଗୁଛି। ଗତ ଏପ୍ରିଲରେ ଫ୍ଲାସ୍ ଓ ବିଙ୍ଗୋ ଜନ୍ମ ନେଇଥିବା ବେଳ ଅଗଷ୍ଟରେ ଜନ୍ମ ହୋଇଥିଲା ଆଲେକ୍ସା। ଏବେ ୩ ଶାବକ ଟିକିଏ ବଡ଼ ହୋଇଯାଇଥିବା […]

author-image
Madhupriya Mistry
ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି ପେଙ୍ଗୁଇନ୍‌

penguins

ମୁମ୍ବାଇ: ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପେଙ୍ଗୁଇନ୍। ଯିଏ ଦେଖୁଛି ସିଏ ଘଡିଏ ଅଟକି ଯାଉଛି। ମୁମ୍ବାଇର ବାଇକୁଲା ଚିଡିଆଖାନାରେ ଏବେ ନବଜନ୍ମିତ ପେଙ୍ଗୁଇନ୍ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ୩ ପେଙ୍ଗୁଇନ୍ ଶାବକ ଫ୍ଲାସ, ବିଙ୍ଗୋ ଓ ଆଲେକ୍ସାକୁ ଦେଖିବାକୁ ଏବେ ମୁମ୍ବାଇ ଜୁରେ ପର୍ଯ୍ୟଟକଙ୍କ ଭିଡ ଲାଗୁଛି।

Advertisment

ଗତ ଏପ୍ରିଲରେ ଫ୍ଲାସ୍ ଓ ବିଙ୍ଗୋ ଜନ୍ମ ନେଇଥିବା ବେଳ ଅଗଷ୍ଟରେ ଜନ୍ମ ହୋଇଥିଲା ଆଲେକ୍ସା। ଏବେ ୩ ଶାବକ ଟିକିଏ ବଡ଼ ହୋଇଯାଇଥିବା ବେଳେ, ଖୁଆଡରେ ଖେଳକୁଦ କରୁଛନ୍ତି। ଯାହାକୁ ପର୍ଯ୍ୟଟକ ବେଶ ଉପଭୋଗ କରିବା ସହ ମୁମ୍ବାଇରେ ଆଣ୍ଟାର୍ଟିକାର ଅନୁଭୂତି ସାଉଣ୍ଟିଛନ୍ତି।

https://twitter.com/ANI/status/1595156660326379520?s=20&t=etyaOkl_4_--CDwAKTn2Gg

Advertisment

୨୦୧୬ରେ ସାଉଥ କୋରିଆରୁ ମୁମ୍ବାଇ ଜୁ କୁ ପେଙ୍ଗୁଇନ୍ ଅଣାଯାଇଥିଲା। ପେଙ୍ଗୁଇନକୁ ସୁହାଇଲା ଭଳି ସ୍ୱତନ୍ତ୍ର ଖୁଆଡ଼ ନିର୍ମାଣ କରି ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଉଛି। ଏମାନଙ୍କୁ ଦିନରେ ତିନି ଥର ଖାଇବାକୁ ଦିଆଯାଉଛି। ଏଥିସହ ପେଙ୍ଗୁଇନ୍‌ର ସ୍ୱାସ୍ଥ୍ୟା ଉପରେ ମଧ୍ୟ ୨୪ ଘଣ୍ଟିଆ ନଜର ରଖାଯାଉଥିବା ଚିଡିଆଖାନା ଅଧିକାରୀ କହିଛନ୍ତି।

ଏହି ପେଙ୍ଗୁଇନ୍‌କୁ ଦେଖିବା ପାଇଁ ଅକ୍ଟୋବର ମାସରୁ ଦୀପାବଳି ଯାଏଁ ପ୍ରାୟ ୩୧ ହଜାର ପର୍ଯ୍ୟଟକ ଚିଡିଆଖାନାକୁ ଆସିଛନ୍ତି। ଦିନକ ମଧ୍ୟରେ ହଜାରେ ଉପରେ ପର୍ଯ୍ୟଟକ ଜୁ’ରେ ଭିଡ ଜମାଉଛନ୍ତି। ଫଳରେ ଚିଡିଆ ଖାନାର ରେଭେନ୍ୟୁ ବଢ଼ିଥିବା କୁହାଯାଉଛି।