Advertisment

'ବିଲ୍ ପାସ କରାଇଲେ ଜୋରଦାର ହଙ୍ଗାମା ହେବ, ବିରୋଧୀ ଧମକ ଦେଇଥିଲେ'

ନୂଆଦିଲ୍ଲୀ: ସଂସଦରେ ସରକାର ଆଲୋଚନା କରିବାକୁ ରାଜି ହେଲେନି। ତେଣୁ ମୌସୁମୀ ଅଧିବେଶନ ଠିକ୍ ଭାବରେ ଚାଲିପାରିଲା ନାହିଁ। ବିରୋଧୀ ବାରମ୍ବାର ଏଭଳି ଅଭିଯୋଗ କରିବା ପରେ ଆଜି କେନ୍ଦ୍ର ସରକାରର ୭ ମନ୍ତ୍ରୀ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ୭ ମନ୍ତ୍ରୀ ପ୍ରେସ କନଫରେନସ କରି ସରକାରଙ୍କ ପକ୍ଷ ରଖିଛନ୍ତି। ଯେଉଁଥିରେ ବିରୋଧୀ କିଭଳି ରାଜନୀତି କରୁଛି ତାର ପୋଲ୍ ଖୋଲିଛନ୍ତି ମନ୍ତ୍ରୀ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ, ପୀୟୁଷ ଗୋଏଲ, ଅନୁରାଗ ଠାକୁରଙ୍କ […]

ଅଦ୍ୟତନ ହୋଇଛି
'ବିଲ୍ ପାସ କରାଇଲେ ଜୋରଦାର ହଙ୍ଗାମା ହେବ, ବିରୋଧୀ ଧମକ ଦେଇଥିଲେ'

7-union-minister

Advertisment

ନୂଆଦିଲ୍ଲୀ: ସଂସଦରେ ସରକାର ଆଲୋଚନା କରିବାକୁ ରାଜି ହେଲେନି। ତେଣୁ ମୌସୁମୀ ଅଧିବେଶନ ଠିକ୍ ଭାବରେ ଚାଲିପାରିଲା ନାହିଁ। ବିରୋଧୀ ବାରମ୍ବାର ଏଭଳି ଅଭିଯୋଗ କରିବା ପରେ ଆଜି କେନ୍ଦ୍ର ସରକାରର ୭ ମନ୍ତ୍ରୀ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ୭ ମନ୍ତ୍ରୀ ପ୍ରେସ କନଫରେନସ କରି ସରକାରଙ୍କ ପକ୍ଷ ରଖିଛନ୍ତି। ଯେଉଁଥିରେ ବିରୋଧୀ କିଭଳି ରାଜନୀତି କରୁଛି ତାର ପୋଲ୍ ଖୋଲିଛନ୍ତି ମନ୍ତ୍ରୀ।

Advertisment

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ, ପୀୟୁଷ ଗୋଏଲ, ଅନୁରାଗ ଠାକୁରଙ୍କ ସମେତ ମୋଟ୍ ୭ ମନ୍ତ୍ରୀ ଗୁରୁବାର ବିରୋଧୀଙ୍କ ସାଂସଦଙ୍କ ଉଚାରଣ ଏବଂ ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ସାଂସଦ ସଂସଦର ମୌସୁମୀ ଅଧିବେଶନ ବେଳେ ଯାହା କରିଛନ୍ତି ତାହା ସଂସଦର ଗାରିମାକୁ କ୍ଷତି ପହଞ୍ଚାଇଛି। ଏଥିପାଇଁ ବିରୋଧୀ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର। ମୌସୁମୀ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ଉଦ୍ଦେଶ୍ୟ ଥିଲା ସଂସଦକୁ କିଭଳି ଅଚଳ କରିବେ।

କେନ୍ଦ୍ର ସଂସଦୀୟ ମନ୍ତ୍ରୀ କହିଛନ୍ତି, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଗୃହ ଅଚଳ କରିବା ମୁଡରେ ଥିଲେ। ଟିଏମସି ଏବଂ କଂଗ୍ରେସ ସାଂସଦ ଅଧିବେଶନ ଚଳାଇନଦେବା ମୁଡରେ ଥିଲେ। ନୂଆ କେନ୍ଦ୍ରମନ୍ତ୍ରୀଙ୍କ ପରିଚୟ ମଧ୍ୟ କରାଇ ଦେବାକୁ ଦେଇନଥିଲେ ବିରୋଧୀ। ଟିଏମସି ଏବଂ କଂଗ୍ରେସ ସାଂସଦଙ୍କ ପାଇଁ ମୌସୁମୀ ଅଧିବେଶନ ଧୋଇ ହୋଇ ଯାଇଛି। ଯାହା ଏହି ଦଳର ସାଂସଦଙ୍କ ଉଦ୍ଦେଶ୍ୟ ଥିଲା। ମନ୍ତ୍ରୀ ପୀୟୁଷ ଗୋୟଲ ବିରୋଧୀଙ୍କ ସହ ଅନେକ ଥର ଏ ବାବଦରେ କଥା ହୋଇଥିଲେ। ନୂଆ ମନ୍ତ୍ରୀଙ୍କ ପରିଚୟ କରାଇବାକୁ ଅନୁମତି ଦେବାକୁ ସେ ବିରୋଧୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ ଏଥିରେ ସହମତ ହୋଇନଥିଲେ।

Advertisment

ଅଗଷ୍ଟ ୪ରେ ବିରୋଧୀ ସାଂସଦ ସଂସଦର କାଚ ଭାଙ୍ଗି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଜଣେ ମହିଳା ସାଂସଦ ଏହି କାରଣ ପାଇଁ ଆହତ ହୋଇଛନ୍ତି। ଏହାକୁ ନେଇ ମହିଳା ସାଂସଦ ଅଭିଯୋଗ ମଧ୍ୟ କରିଛନ୍ତି।

ବୀମା ବିଲ୍ ଏବଂ ଓବିସି ବିଲ୍ ପାସ୍ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ଯଦି ସରକାର ଏପରି କରିବେ ତାହେଲେ ମଙ୍ଗଳବାର (ଅଗଷ୍ଟ ୧୨) ହଙ୍ଗାମା ହେବ। ବିରୋଧୀ ଏପରି ଧମକ ଦେଇଥିଲେ ବୋଲି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ବିରୋଧୀ ନୂଆ ମନ୍ତ୍ରୀଙ୍କୁ ପରିଚୟ କରିବାକୁ ଦେଇନାହାନ୍ତି। ଯେତେବେଳେ ମନ୍ତ୍ରୀ ବିବୃତ୍ତି ରଖୁଥିଲେ ସେତେବେଳେ ସେ ତାଙ୍କ ହାତରୁ କାଗଜ ଛଡ଼ାଇ ନେଇ ଚିରି ଦେଲେ। ସଂସଦରେ ଟେବଲ କଣ ନାଚିବା ପାଇଁ ହୋଇଛି? ଲୋକମାନେ ସଂସଦରେ ଆଲୋଚନା ହେବାକୁ ଅପେକ୍ଷା କରନ୍ତି କିନ୍ତୁ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ଲୋକଙ୍କ ଟିକସରୁ ଆସୁଥିବା ଟଙ୍କାକୁ ନେଇ ବିରୋଧୀ ଚିନ୍ତିତ ନୁହଁନ୍ତି।

ପୀୟୁଷ ଗୋଏଲ କହିଛନ୍ତି, 'ଉଭୟ ସଦନକୁ ଚଳାଇ ନଦେବାକୁ ବିରୋଧୀ ପ୍ରୟାସ କରିଛନ୍ତି। ବିଶେଷ କରି ରାଜ୍ୟସଭାରେ ବିରୋଧୀଙ୍କ ଆଚରଣ ଯୋଗୁଁ ପୂରା ଗୃହର ସମ୍ମାନକୁ କ୍ଷତି ପହଞ୍ଚାଇଛି। କୌଣସି ଯୁକ୍ତିଯୁକ୍ତ ପ୍ରସଙ୍ଗରେ ଆଲୋଚନା ନକରି ସେ ଗୃହର ଅଧ୍ୟକ୍ଷଙ୍କୁ ଆଘାତ ଦେଇଥିଲେ। ମୋବାଇଲ୍ ଫୋନ୍ ସହିତ କାଚ ଭାଙ୍ଗିବା ଏବଂ ଚାମ୍ବରରେ ପ୍ରବେଶ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ।

Monsoon Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe