Advertisment

ଦିଲ୍ଲୀ ଦଙ୍ଗା ମାମଲାରେ ଆପର ପୂର୍ବତନ କାଉନସିଲର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ତାହିର ହୁସେନ ଦିଲ୍ଲୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ। ଦିଲ୍ଲୀର ଏକ କୋର୍ଟ ଗତକାଲି ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ଅନ୍ୟ ୫ ଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ଦଙ୍ଗା ହଠାତ୍ ହୋଇନଥିଲା ବରଂ ଏହା ଏକ ସୁନିୟୋଜିତ ଷଡଯନ୍ତ୍ର ବୋଲି କୋର୍ଟ କହିଛନ୍ତି। ଅତିରିକ୍ତ ସେସନ୍ସ ଜଜ୍ ବିରେନ୍ଦର ଭଟ୍ଟ କହିଛନ୍ତି, ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଏହି ଦଙ୍ଗା ଘଟଣାଟି ଏକ ସୁଚିନ୍ତିତ ଷଡଯନ୍ତ୍ର। […]

ଦିଲ୍ଲୀ ଦଙ୍ଗା ମାମଲାରେ ଆପର ପୂର୍ବତନ କାଉନସିଲର ଦୋଷୀ ସାବ୍ୟସ୍ତ

Tahir Husen

Advertisment

ନୂଆଦିଲ୍ଲୀ: ତାହିର ହୁସେନ ଦିଲ୍ଲୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ। ଦିଲ୍ଲୀର ଏକ କୋର୍ଟ ଗତକାଲି ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ଅନ୍ୟ ୫ ଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ଦଙ୍ଗା ହଠାତ୍ ହୋଇନଥିଲା ବରଂ ଏହା ଏକ ସୁନିୟୋଜିତ ଷଡଯନ୍ତ୍ର ବୋଲି କୋର୍ଟ କହିଛନ୍ତି।

Advertisment

ଅତିରିକ୍ତ ସେସନ୍ସ ଜଜ୍ ବିରେନ୍ଦର ଭଟ୍ଟ କହିଛନ୍ତି, ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଏହି ଦଙ୍ଗା ଘଟଣାଟି ଏକ ସୁଚିନ୍ତିତ ଷଡଯନ୍ତ୍ର। ତେଣୁ ଯୋଜନା ଅନୁଯାୟୀ ଏହି ଦଙ୍ଗା ପାଇଁ ଅନୁକୂଳ ବାତାବାରଣ ସୃଷ୍ଟି ହୋଇଥିଲା। ଏମାନଙ୍କ ବିରୋଧରେ ଦଫା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର), ୧୪୮ (ଦଙ୍ଗା, ମାରାତ୍ମକ ଅସ୍ତ୍ର ଶସ୍ତ୍ର ରଖିବା), ୪୨୭, ୪୩୬ ଏବଂ ୩୯୫ ଭଳି ଦଫା ଲଗାଇଛନ୍ତି।

କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି ଯେ, ପ୍ରାଥମିକ ତଦନ୍ତ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେଥିରେ ତାହିର ହୁସେନ୍ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିବା ଜଣାପଡିଛି। ସେହିପରି ତାହିର ହୁସେନ୍‌ଙ୍କ ଘରେ ପଥର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜମା ହୋଇଥିଲା ବୋଲି ଜଣାପଡିଛି।

Advertisment

କୋର୍ଟ ରାୟ ଶୁଣାଣି କରିବା ପୂର୍ବରୁ ପୁଲିସ ଏକ ଚାର୍ଜସିଟ ଦାଖଲ କରିଥିଲା। ଯେଉଁଥିରେ କୁହାଯାଇଛି ୨୦୨୦ ମସିହାରେ ହୋଇଥିବା ଦଙ୍ଗା ସମୟରେ, ପୂର୍ବତନ ଆମ୍ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନଙ୍କ ଘରୁ ପଥର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ପ୍ରମାଣ ମିଳିଛି। ଚାର୍ଜସିଟରେ ପୁଲିସ କହିଛି ଯେ ତାହିର ହୁସେନ୍ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଆକ୍ରମଣ କରିବା ସହ ଦଙ୍ଗା ସୃଷ୍ଟି କରିବାରେ ସମ୍ପୃକ୍ତ ଥିଲେ।

ଏହି ମାମଲାରେ ହୁସେନ ଯେତେବେଳେ ଗିରଫ ହୋଇଥିଲେ ସେତେବେଳେ ଆମ୍ ଆଦମୀ ପାର୍ଟିର ନେତା ଓ ବିଧାୟକ ନିଜର ଆଭିମୁଖ୍ୟ ରଖି କହିଥିଲେ ତାହିର ହୁସେନ୍‌ ଜଣେ ମୁସଲମାନ, ତେଣୁ ତାଙ୍କୁ କେନ୍ଦ୍ରର ବିଜେପି ସରକାର ଟାର୍ଗେଟ କରାଯାଉଛି। ଏବେ କୋର୍ଟଙ୍କ ରାୟ ପରେ ଆପ୍ ଏ ବାବଦରେ କୌଣସି ଆଭିମୁଖ୍ୟ ରଖିନାହିଁ। ହେଲେ ବିଜେପି ମୌକା ଦେଖି ଏଠାରେ ଚୌକା ମାରିଛି ଏବଂ ଆପ୍ ଉପରେ ବର୍ଷିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe