Advertisment

ପ୍ରଚାର କରୁଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ବେକରେ ବାଜିଲା ଗୁଳି

କୋଲକାତା: ପଶ୍ଚିମବଙ୍ଗରେ ରାଜନୀତିକ ହିଂସା ଜାରି ରହିଛି। ଆଜି ବିଜେପିର ମାଲଦା ବିଧାନସଭାର ପ୍ରାର୍ଥୀ ଗୋପାଲ ଚନ୍ଦ୍ର ଶାହ ପ୍ରଚାର କରୁଥିବା ବେଳେ ତାଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ। ତାଙ୍କ ବେକରେ ଗୁଳି ବାଜିଥିବା ସୂଚନା ରହିଛି। ସଂଧ୍ୟା ବେଲେ ଏହି ଘଟଣା ଘଟିଛି। ଏବେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଲଦା ଶାହାପୁର ଏରିଆରେ ଗୋପାଳ ପ୍ରଚାର କରୁଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ ଗୁଳି କରିଥିବା ଜଣାପଡ଼ିଛି। ଗୋପାଳ ଏକ ବୁଥକୁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପ୍ରଚାର କରୁଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ବେକରେ ବାଜିଲା ଗୁଳି

Gopal-Chandra-Saha

କୋଲକାତା: ପଶ୍ଚିମବଙ୍ଗରେ ରାଜନୀତିକ ହିଂସା ଜାରି ରହିଛି। ଆଜି ବିଜେପିର ମାଲଦା ବିଧାନସଭାର ପ୍ରାର୍ଥୀ ଗୋପାଲ ଚନ୍ଦ୍ର ଶାହ ପ୍ରଚାର କରୁଥିବା ବେଳେ ତାଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ। ତାଙ୍କ ବେକରେ ଗୁଳି ବାଜିଥିବା ସୂଚନା ରହିଛି। ସଂଧ୍ୟା ବେଲେ ଏହି ଘଟଣା ଘଟିଛି।

Advertisment

ଏବେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଲଦା ଶାହାପୁର ଏରିଆରେ ଗୋପାଳ ପ୍ରଚାର କରୁଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ ଗୁଳି କରିଥିବା ଜଣାପଡ଼ିଛି। ଗୋପାଳ ଏକ ବୁଥକୁ ଯାଇ ପ୍ରଚାର କରି ଫେରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଏହି ବିଜେପି ପ୍ରାର୍ଥୀଙ୍କୁ ଏବେ ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି। ଏବେ ସଂପୃକ୍ତ ଅଞ୍ଚଳରେ ରାଜନୀତିକ ମାହୋଲ ଗରମ ରହିଥିବା ବେଳେ ଲୋକଙ୍କୁ ଆୟତ୍ତ କରିବା ପାଇଁ ପୁଲିସ ଛାଉଣୀ ହୋଇଛି। ବେଙ୍ଗଲ ପୁଲିସ ଏବେ ଦୁର୍ବୃତ୍ତଙ୍କୁ ଖୋଜୁଥିବା ବେଳେ ବିଜେପି ଏଯାବତ କୌଣସି ପ୍ରତିକ୍ରିୟା ରଖିନାହିଁ।

Advertisment

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ। ଏଥିମଧ୍ୟରୁ ୫ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଏବେ ଷଷ୍ଠ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର ଚାଲିଛି। ରାଜ୍ୟରେ ନିର୍ବାଚନ ବେଳେ ରାଜନୀତିକ ହିଂସା ଦେଖିବାକୁ ମିଳିଛି। ବିଜେପି ଓ ଟିଏମସି ମୁଖ୍ୟତଃ ପରସ୍ପର ବିରୋଧରେ ହିଂସାକୁ ଉସକାଉଥିବା ଅଭିଯୋଗ ଆଣିଛନ୍ତି। ହିଂସାକୁ ରୋକିବା ପାଇଁ ନିର୍ବାଚନ କମିଶନ ସିଆରପିଏଫ ସମେତ ପୁଲିସଙ୍କୁ ନିୟୋଜିତ କରାଯାଇଛି।

West Bengal Assembly Election West Bengal Election 2021