/odisha-reporter/media/post_attachments/uploads/2021/06/Mamata-3.jpg)
Mamata
କୋଲକାତା: ନିକଟରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲା ନେଇ ହାଇକୋର୍ଟ ଦ୍ୱାରା କଡା ସମାଲୋଚିତ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରେସ କନଫରେନସ କରି ରାଜ୍ୟପାଳଙ୍କୁ ଦୁର୍ନୀତିଗ୍ରସ୍ତ କହିଥିଲେ। ଏବେ ଏହାର ଜବାବ ଦେଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖେର। ସେ କହିଛନ୍ତି, ରାଜ୍ୟପାଳ ପଦବୀରେ ରହିଛି। ତେଣୁ ମୋର କାମ ଯେଉଁ ସବୁ ପ୍ରସଙ୍ଗକୁ ନେଇ ଆଶଙ୍କା ରହିବ ତାକୁ ସରକାରକୁ ଅବଗତ କରାଇବି ଏବଂ କାମ କରାଇବି। ଉତ୍ତର ବେଙ୍ଗଲରେ ପରିସ୍ଥିତି ଗମ୍ଭୀର। ଲୋକଙ୍କ ଗଣତାନ୍ତ୍ରିକ ଅଧିକାର କ୍ରମାଗତ ଭାବରେ ଉଲ୍ଲଂଘନ କରାଯାଉଛି।
https://twitter.com/jdhankhar1/status/1409514526236549126?s=20
ଏଥିସହ ତାଙ୍କ ବିରୋଧରେ ହାୱାଲା ମାମଲାରେ ଚାର୍ଜସିଟ୍ ଅଭିଯୋଗ ଉପରେ ରାଜ୍ୟପାଳ ସ୍ପଷ୍ଟ କରି କହିଛନ୍ତି, 'ଆପଣଙ୍କ ରାଜ୍ୟପାଳଙ୍କ ଉପରେ ଚାର୍ଜସିଟ୍ ଦିଆଯାଇ ନାହିଁ। ସେପରି କୌଣସି ଡକ୍ୟୁମେଣ୍ଟ ନାହିଁ। ଯେଉଁ ସୂଚନା ପାଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ। କୌଣସି ହାୱାଲା ମାମଲାରେ ମୋ ବିରୋଧରେ ଚାର୍ଜସିଟ ନାହିଁ। ମୁଁ କେବଳ ଭାରତର ସମ୍ବିଧାନ ଆଗରେ ମୁଣ୍ଡ ନୁଆଁଇବି। ସବୁବେଳେ ଧୌର୍ଯ୍ୟ ରଖେ, କେବେ ବି ନିଜ ସୀମା ଅତିକ୍ରମ କରେ ନାହିଁ।'
ତେବେ ଏଭଳି ଅଭିଯୋଗ ମୁଖ୍ୟମନ୍ତ୍ରୀ ଆଣିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ସାମ୍ୱାଦିକ ମାନେ ରାଜ୍ୟପାଳଙ୍କୁ ପଚାରିଥିଲେ ଆଉ ଏହାର ଜବାବରେ ସେ କହିଛନ୍ତି, 'ଜରୁରୀକାଳୀନ ଭଳି ପରିସ୍ଥିତି କରାଯାଇଥିଲା କିନ୍ତୁ ଆପଣ ଗୋଟିଏ ଶବ୍ଦ ମଧ୍ୟ କହିଲେନି। ମୁଁ ବୁଝିପାରୁଛି ସେମାନଙ୍କର ସମସ୍ୟା କ’ଣ? ମୁଁ ଏହାକୁ ସାର୍ବଜନୀନ କରିପାରିବି ନାହିଁ। ମୁଁ ତାଙ୍କୁ ସାନ ଭଉଣୀ ବୋଲି ଭାବେ, ସେ ଯାହା କହିଛନ୍ତି ତାହା ସତର ବାହାରେ। ଆମ ସଂସ୍କୃତିରେ ସାନ ଭଉଣୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ। ମୁଁ ମଧ୍ୟ ସେହି ମାର୍ଗକୁ ଯିବି ନାହିଁ’।
ସୂଚନାଯୋଗ୍ୟ, ଆଜି ମମତା ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟପାଳ ଜଗଦୀପଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ରାଜ୍ୟର ଉତ୍ତର ଭାଗକୁ ଭାଗ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଉଛି ବୋଲି ମମତା ଅଭିଯୋଗ କରିଛନ୍ତି। ରାଜ୍ୟ ସଚିବାଳୟରେ ମମତା କହିଛନ୍ତି ଯେ ସେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ୧୯୯୬ରେ ହାୱାଲା ମାମଲାରେ ତାଙ୍କ ନାମ ଚାର୍ଜସିଟରେ ଥିଲା। କେନ୍ଦ୍ର ସରକାର ରାଜ୍ୟପାଳଙ୍କୁ ଏପରି ପଦବୀରେ ରହିବାକୁ କାହିଁକି ଅନୁମତି ଦେଇଛନ୍ତି?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
