Advertisment

କାଁ ଭାଁ ହିଂସା ସହିତ ସରିଲା ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ମୋଟ୍ ୩୦ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ହୋଇଥିଲା। ଏହି ସମୟରେ କାଁ ଭାଁ ହିଂସା ଦେଖିବାକୁ ମିଳିଥିଲା। ରାଜ୍ୟର ପାଞ୍ଚଟି ଜିଲ୍ଲାର ମୋଟ୍ ୩୦ଟି ଆସନରେ ଏହି ସମସ୍ତ ଆସନ ରହିଛି। ମୋଟ୍ ୮ଟି ପର୍ଯ୍ୟାୟରେ ମତଦାନ ହେବ। ଏପ୍ରିଲ ୧ରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହୋଇଥିଲା। ହାରାହାରି ୭୯.୭୯% ମତଦାନ […]

କାଁ ଭାଁ ହିଂସା ସହିତ ସରିଲା ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

west-bengal-assembly

Advertisment

କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ମୋଟ୍ ୩୦ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ହୋଇଥିଲା। ଏହି ସମୟରେ କାଁ ଭାଁ ହିଂସା ଦେଖିବାକୁ ମିଳିଥିଲା। ରାଜ୍ୟର ପାଞ୍ଚଟି ଜିଲ୍ଲାର ମୋଟ୍ ୩୦ଟି ଆସନରେ ଏହି ସମସ୍ତ ଆସନ ରହିଛି। ମୋଟ୍ ୮ଟି ପର୍ଯ୍ୟାୟରେ ମତଦାନ ହେବ। ଏପ୍ରିଲ ୧ରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେବ।

Advertisment

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହୋଇଥିଲା। ହାରାହାରି ୭୯.୭୯% ମତଦାନ ରେକର୍ଡ ହୋଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ବାଙ୍କୁରା ଜିଲ୍ଲାରେ ସଂଧ୍ୟା ୬ଟା ଯାଏ ୮୦.୦୩ ପ୍ରତିଶତ ମତଦାନ ହୋଇଥିବାବେଳେ ଝାରଗ୍ରାମରେ ୮୦.୫୫ ପ୍ରତିଶତ, ପଶ୍ଚିମ ମେଦିନୀପୁରରେ ୮୦.୧୬ ପ୍ରତିଶତ ଏବଂ ପୂର୍ବ ମେଦିନୀପୁରରେ ୮୨.୪୨ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ପୁରୁଲିଆରେ ୭୭.୧୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି। ସର୍ବାଧିକ ମତଦାନ ୮୫.୨୫ ପ୍ରତିଶତ ବାଙ୍କୁରାର ସାଲାଟୋଡା ବିଧାନସଭା ଆସନରେ ହୋଇଛି। ପୂର୍ବ ମେଦିନୀପୁରର ଖେଜୁରୀରେ ୮୪.୪୩ ପ୍ରତିଶତ ମତଦାନ ହୋଇଥିବାବେଳେ ୮୩.୭୬ ପ୍ରତିଶତ ଲୋକ ଦକ୍ଷିଣ କାନ୍ଥିରେ ମତଦାନ କରିଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରିଜ ଆଫ୍ଟାବ କହିଛନ୍ତି ଯେ ଭୋଟ୍ ସମୟରେ ମୋଟ ୬୨୭ଟି ଅଭିଯୋଗ ଆସିଥିଲା। ପଟାଶପୁରରେ ହୋଇଥିବା ଏହି ଆକ୍ରମଣ ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବାବେଳେ ସୋମେନ୍ଦ୍ର ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ କଡା ମୁକାବିଲା ହେଉଛି। ଉଭୟ ସରକାର ଗଢ଼ିବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି। ନିର୍ବାଚନ ବେଳେ ହିଂସା ଦେଖିବାକୁ ମିଳୁଥିବାରୁ ବୁଥ ଗୁଡ଼ିକରେ କେନ୍ଦ୍ରୀୟ ସୁରକ୍ଷା ବଳ ସହିତ ରାଜ୍ୟ ପୁଲିସକୁ ନିୟୋଜିତ କରାଯାଇଛି। ମତଦାନ ବେଳେ ସମସ୍ତେ କୋଭିଡ୍ ନିୟମ ଅନୁଯାୟୀ ମତଦାନ କରିଛନ୍ତି।

West Bengal West Bengal Assembly Election West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe