ଶବକୁ ୩୫ ଖଣ୍ଡ କରିବାକୁ ଲାଗିଥିଲା ୧୦ ଘଣ୍ଟା, ବିୟର ପିଇବାକୁ ନେଇଥିଲା ବ୍ରେକ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକର ହତ୍ୟା ଘଟଣାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମୁମ୍ବାଇ ଝିଅ ଶ୍ରଦ୍ଧାଙ୍କୁ ଦିଲ୍ଲୀର ଗୋଟିଏ ଫ୍ଲାଟ ଭିତରେ ତାଙ୍କ ଲିଭ ଇନ ପାର୍ଟନର ଅଫତାବ ପୁନାୱାଲା ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ନଷ୍ଟ କରିବାକୁ ୩୫ ଖଣ୍ଡ କରି କାଟି ଦେଇଥିଲା। ମୃତଦେହକୁ ଖଣ୍ଡଖଣ୍ଡ କରି କାଟିବା ପାଇଁ ଅଫତାବ ଦୀର୍ଘ ୧୦ ଘଣ୍ଟା ଧରି ପରିଶ୍ରମ କରିଥିଲା। ଏପରି ଜଘନ୍ୟକାଣ୍ଡ ଘଟାଇବା ସମୟରେ […]

Shraddha

Shraddha

Hemant Lenka
  • Published: Thursday, 17 November 2022
  • Updated: 17 November 2022, 09:42 PM IST

Sports

Latest News

ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକର ହତ୍ୟା ଘଟଣାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମୁମ୍ବାଇ ଝିଅ ଶ୍ରଦ୍ଧାଙ୍କୁ ଦିଲ୍ଲୀର ଗୋଟିଏ ଫ୍ଲାଟ ଭିତରେ ତାଙ୍କ ଲିଭ ଇନ ପାର୍ଟନର ଅଫତାବ ପୁନାୱାଲା ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ନଷ୍ଟ କରିବାକୁ ୩୫ ଖଣ୍ଡ କରି କାଟି ଦେଇଥିଲା।

ମୃତଦେହକୁ ଖଣ୍ଡଖଣ୍ଡ କରି କାଟିବା ପାଇଁ ଅଫତାବ ଦୀର୍ଘ ୧୦ ଘଣ୍ଟା ଧରି ପରିଶ୍ରମ କରିଥିଲା। ଏପରି ଜଘନ୍ୟକାଣ୍ଡ ଘଟାଇବା ସମୟରେ ଅଫତାବ ମଝିରେମଝିରେ ବ୍ରେକ ମଧ୍ୟ ନେଉଥିଲା। ସେ ବିୟର ପିଇବା ସହ ଓ ସିଗାରେଟ ଟାଣୁଥିଲା। ସେହିପରି ଜୋମାଟରୁ ଖାଦ୍ୟ ଅର୍ଡର ମଧ୍ୟ କରି ଶବ ପାଖରେ ବସି ଖାଇଥିଲା।

ନିଜ ପ୍ରେମିକାଙ୍କୁ ହତ୍ୟା ପରେ ଖଣ୍ଡଖଣ୍ଡ କରି ମୃତଦେହକୁ ସେ କାଟୁଥିଲେ ମଧ୍ୟ ଆଦୌ ବିଚଳିତ ହେଉ ନଥିଲା। ସେ ସ୍ୱାଭାବିକ ଭାବେ ସବୁ କିଛି କରୁଥିବା ପୁଲିସ୍‌ ତଦନ୍ତ ବେଳେ ଅଫତାବ ଠାରୁ ଏହା ଜାଣିବାକୁ ପାଇଛି।

ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଅଫତାବକୁ ଯେତିକି ଅଧିକ ଜେରା କରାଯାଉଛି, ତା’ ପାଖରୁ ସେତିକି ଚକିତ କରିବା ଭଳି ଖବର ମିଳୁଛି। ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ସେ ବେଶ ଥଣ୍ଡା ମୁଣ୍ଡରେ ସବୁ କିଛି ଯୋଜନା କରିଥିଲା। ପ୍ରମାଣକୁ କେମିତି ନଷ୍ଟ କରାଯିବ, ସେ ବିଷୟରେ ସେ ଚିନ୍ତା କରିବା ସହ ତଦ୍‌ନୁସାରେ ସବୁ କିଛି ପଦକ୍ଷେପ ନେଇଥିଲା।

ଅଫିତାବ ପୁଲିସ୍‌କୁ କହିଛି ଯେ ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡ କରି କାଟିବା ପାଇଁ ତାକୁ ୧୦ ଘଣ୍ଟା ସମୟ ଲାଗିଥିଲା। ଶବକୁ କାଟିବା ବେଳେ ସେ ହାଲିଆ ହେଇ ଯାଉଥିଲା। ତେଣୁ ମଝିରେ ମଝିରେ ବ୍ରେକ ନେଇ ବିୟର ପିଉଥିବା ଓ ସିଗାରେଟ ଟାଣୁଥିଲା। ଅଫତାବ ବାଥରୁମ ଭିତରେ ହିଁ ଶ୍ରଦ୍ଧାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଥିଲା। ଏହି ସମୟରେ ସେ ପାଣି ଟ୍ୟାପକୁ ଖୋଲା ରଖିଥିଲା। ଏହାଦ୍ୱାରା ରକ୍ତ ସବୁ ସହଜରେ ଧୋଇ ହୋଇ ଯାଇଥିଲା।

ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡ କରି କାଟିବା ପରେ ଅଫତାବ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲା। ଖାଦ୍ୟ ଖାଇବା ପରେ ସେ ନେଟଫ୍ଲିକ୍ସରେ ସିନେମା ଦେଖି ଚିଲ କରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

ପୁଲିସ୍‌ ଅଫତାବକୁ ଆଜି ଠାରୁ ଆଉ ୫ ଦିନ ରିମାଣ୍ଡରେ ଆଣିଛି। ଏହି ସମୟରେ ତା’ ମିଛ ଧରା ପରୀକ୍ଷା ହେବ। ସେହିପରି ବିଭିନ୍ନ ସ୍ଥାନକୁ ନେଇ ପୁଲିସ୍‌ ତା’ ବିରୋଧରେ ପ୍ରମାଣ ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛି। କାରଣ ଏବେ ଯାଏ ପୁଲିସ୍‌ କେବଳ ତା’ର ସ୍ୱୀକାରୋକ୍ତି ରେକର୍ଡ କରିଛି। ଏହା କୋର୍ଟରେ କାଟ ଖାଇଯାଇ ପାରେ। ତେଣୁ ଅଫତାବ ବିରୋଧରେ ପ୍ରମାଣ ଯୋଗାଡ଼ କରିବା ପାଇଁ ପୁଲିସ ଉଦ୍ୟମ କରୁଛି।

ଅଫତାବ ମେ’ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି କାଟି ପକାଇଥିଲା। ଏହାପରେ ୧୮ ଦିନ ଧରି ସେ ଏହି ଖଣ୍ଡବିଖଣ୍ଡିତ ଅଂଶକୁ ନେଇ ଦିଲ୍ଲୀର ମେହରାଉଲି ଜଙ୍ଗଲରେ ଫିଙ୍ଗଥିଲା। ଶ୍ରଦ୍ଧାଙ୍କ ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ସେ ଗୋଟିଏ ୩୦୦ ଲିଟିରିଆ ଫ୍ରିଜ୍‌ରେ ସଂରକ୍ଷିତ କରି ରଖିଥିଲା। ଦୁର୍ଗନ୍ଧ ନ ବାହାରିବା ପାଇଁ ଧୂପକାଠିର ବ୍ୟବହାର ମଧ୍ୟ କରିଥିଲା। ରକ୍ତ ନମୁନା ଯେମିତି ଠାବ ନ ହେବ, ସେଥିପାଇଁ କେମିକାଲ ପ୍ରୟୋଗ କରିଥିଲା।

ସେ ବେଶ ଭଲ ଭାବେ ଦୀର୍ଘ ୫ ମାସ ହେଲା ସମସ୍ତଙ୍କ ଠାରୁ ଶ୍ରଦ୍ଧାଙ୍କ ହତ୍ୟା ଘଟଣା ଲୁଚାଇ ରଖିଥିଲା। ଏଥିସହ ଶ୍ରଦ୍ଧାଙ୍କ ସୋଶାଲ ମିଡିଆ ଆକାଉଣ୍ଟକୁ ଆକ୍ଟିଭ ରଖିଥିଲା। ତେବେ ଅଗଷ୍ଟ ମାସରେ ଶ୍ରଦ୍ଧାଙ୍କ ବାପା ଝିଅର କୌଣସି ପତ୍ତା ନ ପାଇବାରୁ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ନଭେମ୍ବର ୮ରେ ଦିଲ୍ଲୀ ପୁଲିସ୍‌ ଗୋଟିଏ ଅପହରଣ ମାମଲା ରୁଜୁ କରିଥିଲା। ଏଥିସହ ଅଫତାବକୁ ଜେରା ମଧ୍ୟ କରିଥିଲା। ନଭେମ୍ବର ୧୪ରେ ଅଫତାବ ନିଜର ଅପରାଧ ସ୍ୱୀକାର କରିବା ପରେ ପୁଲିସ ତା’କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story