Advertisment

ରୁଷ-ୟୁକ୍ରେନ ବିବାଦ ପଛର କାରଣ କ’ଣ? ଜବାବ ଦେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତା ଦେଖିବାକୁ ମିଳିଛି। ରୁଷ ପଡ଼ୋଶୀ ୟୁକ୍ରେନକୁ ନାଲି ଆଖି ଦେଖାଉଥିବାରୁ ଏହା ବିରୋଧରେ ଜର୍ମାନୀ, ବ୍ରିଟେନ ଓ ଆମେରିକା ଭଳି ଦେଶ ଖୋଲାଖୋଲି ଭାବେ ଛିଡ଼ା ହୋଇଛନ୍ତି। ସେହିପରି ଭାରତ ସମେତ ଅନେକ ଦେଶ ସବୁ ପକ୍ଷଙ୍କୁ ଶାନ୍ତି ପ୍ରତିଷ୍ଠା ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଉଛନ୍ତି। ରୁଷ ଓ ୟୁକ୍ରେନ ବିବାଦକୁ ଦୃଷ୍ଟିରେ ରଖି ମଙ୍ଗଳବାର ଜାତିସଂଘ ସୁରକ୍ଷା […]

ଅଦ୍ୟତନ ହୋଇଛି
ରୁଷ-ୟୁକ୍ରେନ ବିବାଦ ପଛର କାରଣ କ’ଣ? ଜବାବ ଦେଲେ ବୈଦେଶିକ ମନ୍ତ୍ରୀ

Ukraine

Advertisment

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତା ଦେଖିବାକୁ ମିଳିଛି। ରୁଷ ପଡ଼ୋଶୀ ୟୁକ୍ରେନକୁ ନାଲି ଆଖି ଦେଖାଉଥିବାରୁ ଏହା ବିରୋଧରେ ଜର୍ମାନୀ, ବ୍ରିଟେନ ଓ ଆମେରିକା ଭଳି ଦେଶ ଖୋଲାଖୋଲି ଭାବେ ଛିଡ଼ା ହୋଇଛନ୍ତି। ସେହିପରି ଭାରତ ସମେତ ଅନେକ ଦେଶ ସବୁ ପକ୍ଷଙ୍କୁ ଶାନ୍ତି ପ୍ରତିଷ୍ଠା ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଉଛନ୍ତି।

Advertisment

ରୁଷ ଓ ୟୁକ୍ରେନ ବିବାଦକୁ ଦୃଷ୍ଟିରେ ରଖି ମଙ୍ଗଳବାର ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ବସିଥିଲା। ଏହି ସମୟରେ ଭାରତ ପୂରା ପ୍ରସଙ୍ଗରେ ନିରପେକ୍ଷ ଆଚରଣ ପ୍ରଦର୍ଶନ କରିବା ସହ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ସପକ୍ଷରେ ମତ ରଖିଥିଲା। ଏବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରୁଷ ଓ ୟୁକ୍ରେନ ମଧ୍ୟରେ ବିବାଦ ସୃଷ୍ଟି ହେବାର କାରଣ ସମ୍ପର୍କରେ ନିଜର ମତ ରଖିଛନ୍ତି।

ଫ୍ରାନ୍ସର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ବିବାଦର ମୂଳ ସୋଭିଏତ ରାଜନୀତିରେ ରହିଛି। ସୋଭିଏତ ସଂଘ ଭାଙ୍ଗିବା ପରେ ହିଁ ବିବାଦ ଜନ୍ମ ନେଇଥିଲା। ଏହାବାଦ ୟୁକ୍ରେନରେ ବର୍ତ୍ତମାନ ଦେଖାଯାଇଥିବା ସ୍ଥିତି ନାଟୋର ସଂପ୍ରସାରଣ ଆଭିମୁଖ୍ୟ ଓ ୟୁରୋପୀୟ ଦେଶ ସହ ରୁଷର ପରିବର୍ତ୍ତିତ ସମ୍ପର୍କ ମଧ୍ୟ ଦାୟୀ। ନାଟୋରେ ୟୁକ୍ରେନକୁ ସାମିଲ କରିବା ପାଇଁ ଯୋଜନା ଚାଲିଛି। ଏହାଦ୍ୱାରା ରୁଷର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ବୋଲି ମସ୍କୋ ଆଶଙ୍କା କରିଛି।

Advertisment

ଗତ ୩୦ ବର୍ଷ ହେଲା ଜାରି ରହିଥିବା ଜଟିଳ ପରିସ୍ଥିତି ଏବେ ଉଗ୍ର ରୂପ ଧାରଣ କରିଛି। ଉକ୍ତ ସୋଭିଏତ ରାଜନୀତିର ଏହା ହେଉଛି ଏକ ପ୍ରତିଫଳନ। ତେବେ ଭାରତ ଓ ଫ୍ରାନ୍ସ ପରି ଦେଶ ଏହି ସମସ୍ୟାର କୂଟନୀତିକ ସମାଧାନ ଚାହୁଁଥିବା ସେ କହିଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆହୁରି କହିଛନ୍ତି, ବର୍ତ୍ତମାନ ବିଶ୍ୱ ଅନେକ ପ୍ରକାରର ସଙ୍କଟ ଦେଇ ଗତି କରୁଛି। ଏପରି ଏକ ସ୍ଥିତିରେ ରୁଷ ଓ ୟୁକ୍ରେନ ବିବାଦ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜକୁ ଆହୁରି ବଢ଼ାଇ ଦେଇଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟଙ୍କ ସହ ମିଶି ଭାରତ ମଧ୍ୟ ସମାଧାନ ପାଇଁ ରୁଷ ସହ କଥା ହୋଇପାରିବ। ପୂରା ପ୍ରସଙ୍ଗରେ ଫ୍ରାନ୍ସ ଗ୍ରହଣ କରିଥିବା ସମାଧାନର ପଦକ୍ଷେପକୁ ମଧ୍ୟ ଭାରତ ସମର୍ଥନ କରିବ ବୋଲି ସେ କହିଛନ୍ତି।

ରୁଷ ପକ୍ଷରୁ ୟୁକ୍ରେନ ସୀମାରେ ଯୁଦ୍ଧାସ୍ତ୍ର ଓ ଯବାନ ବୃଦ୍ଧି କରାଯାଉଥିଲେ ମଧ୍ୟ ଭାରତ କାହିଁକି ଏହାକୁ ନିନ୍ଦା କରୁନାହିଁ ବୋଲି ଏସ ଜୟଶଙ୍କରଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ ଏପରି ବୟାନ ଦେଇଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe