କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ କି ରାହୁଲ ଗାନ୍ଧି? ରଖିଲେ ଜବାବ

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସର ସଭାପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ସାଂସଦ ରାହୁଲ ଗାନ୍ଧି ପ୍ରାର୍ଥୀ ହେବେ କି ନାହିଁ, ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ପୂର୍ବରୁ ଅନେକ ବରିଷ୍ଠ ନେତା ରାହୁଲ ଗାନ୍ଧି କଂଗ୍ରେସର ମଙ୍ଗ ସମ୍ଭାଳନ୍ତୁ ବୋଲି ଅନୁରୋଧ କରିଥିଲେ। ହେଲେ ସେ ଆଦୌ ରାଜି ହୋଇ ନଥିଲେ। ଶେଷରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। କିନ୍ତୁ ରାହୁଲ ଗାନ୍ଧି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। […]

Rahul-Gandhi

  • Published: Friday, 09 September 2022
  • , Updated: 09 September 2022, 05:11 PM IST

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସର ସଭାପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ସାଂସଦ ରାହୁଲ ଗାନ୍ଧି ପ୍ରାର୍ଥୀ ହେବେ କି ନାହିଁ, ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ପୂର୍ବରୁ ଅନେକ ବରିଷ୍ଠ ନେତା ରାହୁଲ ଗାନ୍ଧି କଂଗ୍ରେସର ମଙ୍ଗ ସମ୍ଭାଳନ୍ତୁ ବୋଲି ଅନୁରୋଧ କରିଥିଲେ। ହେଲେ ସେ ଆଦୌ ରାଜି ହୋଇ ନଥିଲେ।

ଶେଷରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। କିନ୍ତୁ ରାହୁଲ ଗାନ୍ଧି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଏ ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଛନ୍ତି, “ମୁଁ କଂଗ୍ରେସର ସଭାପତି ହେବି କି ନାହିଁ, ସେକଥା ଦଳର ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ। ମୁଁ କ’ଣ କରିବି, ତା’ର ନିଷ୍ପତ୍ତି ମୁଁ ନେଇ ସାରିଛି। ତା’କୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନାହିଁ।” ବର୍ତ୍ତମାନ ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧି ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ଦେଇ ନେହାନ୍ତି।

ବିଜେପି ବିରୋଧରେ ଏହି ଭାରତ ଯୋଡ଼ୋ ଯାତ୍ରା ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଆରମ୍ଭ କରିଛି। ଏହାର ନେତୃତ୍ୱ ଖୋଦ ରାହୁଲ ଗାନ୍ଧି ନେଉଛନ୍ତି। ଆଜି ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, “ଦେଶର ସବୁ ସଂସ୍ଥା ବିଜେପି ନିୟନ୍ତ୍ରଣରେ ରହିଛି। ସେହିସବୁ ସଂସ୍ଥାକୁ ବିରୋଧୀଙ୍କ ଉପରେ ଚାପ ସୃଷ୍ଟି କରିବାକୁ ବ୍ୟବହାର କରାଯାଉଛି।”

କଂଗ୍ରେସକୁ ବଞ୍ଚାଇବା ପାଇଁ ଭାରତ ଯୋଡ଼ୋ ନାଁରେ ପ୍ରୟାସ କରାଯାଉଥିବା ଅଭିଯୋଗ ଉପରେ ରାହୁଲ ଗାନ୍ଧି କହିଛନ୍ତି, ବିଜେପି ଓ ଆରଏସଏସ ନିଜର ମତ ରଖିପାରିବେ। କିନ୍ତୁ ଆମେ ଭାରତୀୟଙ୍କୁ ଏକାଠି କରିବାକୁ ଏହି ଯାତ୍ରା କରୁଛୁ। ବାସ୍ତବରେ ଦେଶରେ କ’ଣ ଚାଲିଛି ସେକଥା ଜାଣିବା ଓ ଲୋକଙ୍କୁ ବୁଝାଇବା ପାଇଁ ଏହି ଯାତ୍ରା କରାଯାଉଛି ବୋଲି ରାହୁଲ କହିଛନ୍ତି।

ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ସଭାପତି ନିର୍ବାଚନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ ଦେଇଥିବା ଉତ୍ତରରୁ ସ୍ପଷ୍ଟ ହେଉଛି ଯେ ରାହୁଲ ଗାନ୍ଧି ସଂପୂର୍ଣ୍ଣ ଭାବେ ସଭାପତି ଦୌଡ଼ରୁ ବାଦ ପଡ଼ିନାହାନ୍ତି। ସେ ସମ୍ଭବତଃ ସଭାପତି ନିର୍ବାଚନ ଲଢ଼ି ପାରନ୍ତି।

କଂଗ୍ରେସ ସଭାପତି ପଦ ପାଇଁ ବହୁ ପ୍ରତିକ୍ଷୀତ ନିର୍ବାଚନ ନଭେମ୍ବର ୧୭ରେ ଅନୁଷ୍ଠିତ ହେବ। ଏହାର ୨ ଦିନ ପରେ ରେଜଲ୍ଟ ବାହାରିବ। ଏଥିପାଇଁ ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ଆଶାୟୀମାନେ ନାମାଙ୍କନ ଦାଖଲ କରିପାରିବେ।

Related story