ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ମାସରେ ହ୍ୱାଟସଆପ୍ ଭାରତରେ ୨ ନିୟୁତରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟ ବ୍ୟାନ କରିଥିବା ଘୋଷଣା କରିଛି। ଏହା ଜୁନ ମାସରେ ବ୍ୟାନ ହୋଇଥିବା ଆକାଉଉଣ୍ଟ ଠାରୁ ଅଧିକ। ଜୁନ ମାସରେ ପ୍ରାୟ ୨୨ ଲକ୍ଷ ଆଉଣ୍ଟକୁ ହ୍ୱାଟସଆପ ବ୍ୟାନ କରିଥିଲା। ହେଲେ ଜୁଲାଇରେ ଏହି ବ୍ୟାନ ସଂଖ୍ୟା ୨.୩ ନିୟୁତ ପାର କରି ଯାଇଛି। ତେବେ ଏତେ ସଂଖ୍ୟକ ଆକାଉଣ୍ଟକୁ କାହିଁକି ପ୍ରତିମାସରେ ବ୍ୟାନ କରୁଛି ହ୍ୱାଟସଆପ୍?
ହ୍ୱାଟସଆପ୍ କହିଛି ଯେ ଏହି ମେସେଜିଂ ଆପ୍କୁ ବ୍ୟବହାର କରୁଥିବା ବିଭିନ୍ନ ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତି କରି ବ୍ୟାନ ନିଷ୍ପତ୍ତି ନିଆଯାଇଛି। ଏହାର ଅର୍ଥ ନୁହେଁ ଯେ ଆକାଉଣ୍ଟ ହୋଲ୍ଡରଙ୍କୁ କମ୍ପାନୀ ଅଭିଯୋଗ ପାଇବା ମାତ୍ରେ ବ୍ୟାନ ନୋଟିସ ପଠାଇ ଦେଉଛି। ଅଭିଯୋଗ ପାଇବା ପରେ ଅଭିଯୁକ୍ତ ଆକାଉଣ୍ଟକୁ ଭଲ ଭାବେ ଯାଞ୍ଚ କରାଯାଏ।
ବିଶେଷଜ୍ଞ ଟିମ୍ ଏହାର ଯାଞ୍ଚ କରିବା ସହ ଅଭିଯୋଗର ସତ୍ୟାସତ୍ୟ ବିଷୟରେ ରିପୋର୍ଟ ଦିଅନ୍ତି। ଏହାପରେ ବ୍ୟାନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଏ। ଅଭଦ୍ର ଟିପ୍ପଣୀ ସହ କ୍ଷତି ପହଞ୍ଚାଇବା ପାଇଁ ବ୍ୟବହାର କରାଯାଉଥିବା ୨.୩ ମିଲିୟନ ଆକାଉଣ୍ଟକୁ ଭାରତରେ ବ୍ୟାନ କରାଯାଇଛି। ଭାରତରେ ପ୍ରଚଳିତ ଥିବା ଆଇନ ଓ ହ୍ୱାଟସଆପ୍ର ସର୍ତ୍ତ ମୂଳକ ସେବା ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଗ୍ରାହକଙ୍କୁ ସବୁବେଳେ ଉତ୍ତମ ଓ ସୁରକ୍ଷିତ ସେବା ଯୋଗାଇ ଦେବା ପାଇଁ ହ୍ୱାଟସଆପ୍ ପ୍ରତିଶ୍ରୁତିବଦ୍ଧ। ଆମ ପ୍ଲାଟଫର୍ମକୁ କେହି ବି ଅନ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ବ୍ୟବହାର କରିପାରିବେ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ହ୍ୱାଟସଆପ୍ ଆକାଉଣ୍ଟରେ ଲୋକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ସେମାନେ କେବଳ “wa@support.whatsapp.comରେ ଗୋଟିଏ ଇ-ମେଲ କରିବେ। ଏଥିସହ ନିଜର ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିବେ। ପ୍ରମାଣ ହିସାବରେ ଜଣେ ଗ୍ରାହକ ସ୍କ୍ରିନଶଟ ମଧ୍ୟ ପଠାଇପାରିବେ। ଏହାଦ୍ୱାରା କୌଣସି ଆକାଉଣ୍ଟ ବିରୋଧରେ କମ୍ପାନୀକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅଧିକ ସହଜ ହେବ।
ଜଣେ କେବଳ ବ୍ଲକ ଅପସନକୁ ବ୍ୟବହାର କରିପାରିବେ ଓ ଏ ସମ୍ପର୍କରେ ହ୍ୱାଟସଆପ୍କୁ ଜଣାଇପାରିବେ। ଯେତେବେଳେ ଆପଣ ଜଣେ ଆକାଉଣ୍ଟଧାରୀଙ୍କୁ ବ୍ଲକ କରିବେ ଓ ତାଙ୍କ ବିରୋଧରେ ରିପୋର୍ଟ କରିବେ ସେତେବେଳେ ପ୍ଲାଟଫର୍ମରେ ଆପଣଙ୍କୁ ଚାଟର ୫ଟି ମେସେଜ ପଠାଇବାକୁ କହିବ। ଏହାପରେ କମ୍ପାନୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/whatsapp.jpg)