Advertisment

୨୦ ଲକ୍ଷ ଭାରତୀୟ ଆକାଉଣ୍ଟକୁ ବନ୍ଦ କଲା ହ୍ୱାଟସଆପ୍‌

ନୂଆଦିଲ୍ଲୀ: ଦେଶରେ ନୂଆ ଡିଜିଟାଲ ଆଇନ କାର୍ଯ୍ୟକାରୀ ହେବା ପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମେସେଜିଂ ଆପ୍‌ ହ୍ୱାଟସଆପ୍। ଅଶ୍ଳୀଳ ତଥା ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିବା ଅଭିଯୋଗରେ ମେ’ ୧୫ରୁ ମେ’ ୨୫ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ହ୍ୱାଟସଆପ୍‌ ନିଜ ତରଫରୁ ବନ୍ଦ କରି ଦେଇଛି। ସଂସ୍ଥା ପକ୍ଷରୁ ଜାରି ସୁରକ୍ଷା ସମ୍ପର୍କିତ ନିୟମକୁ ଏହି ଆକାଉଣ୍ଟଗୁଡ଼ିକ ଉଲ୍ଲଙ୍ଘନ କରିଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଅଭିଯୋଗ ଆସିବା ପରେ […]

author-image
Hemant Lenka
ଅଦ୍ୟତନ ହୋଇଛି
୨୦ ଲକ୍ଷ ଭାରତୀୟ ଆକାଉଣ୍ଟକୁ ବନ୍ଦ କଲା ହ୍ୱାଟସଆପ୍‌

WhatsUp

ନୂଆଦିଲ୍ଲୀ: ଦେଶରେ ନୂଆ ଡିଜିଟାଲ ଆଇନ କାର୍ଯ୍ୟକାରୀ ହେବା ପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମେସେଜିଂ ଆପ୍‌ ହ୍ୱାଟସଆପ୍। ଅଶ୍ଳୀଳ ତଥା ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିବା ଅଭିଯୋଗରେ ମେ’ ୧୫ରୁ ମେ’ ୨୫ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ହ୍ୱାଟସଆପ୍‌ ନିଜ ତରଫରୁ ବନ୍ଦ କରି ଦେଇଛି।

Advertisment

ସଂସ୍ଥା ପକ୍ଷରୁ ଜାରି ସୁରକ୍ଷା ସମ୍ପର୍କିତ ନିୟମକୁ ଏହି ଆକାଉଣ୍ଟଗୁଡ଼ିକ ଉଲ୍ଲଙ୍ଘନ କରିଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଏହି ଆକାଉଣ୍ଟ ଗୁଡ଼ିକ ଜାରି ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଥିଲା। ଏହାପରେ ଏଗୁଡ଼ିକ ବ୍ୟାନ୍‌ କରାଯାଇଛି ବୋଲି ହ୍ୱାଟସଆପ୍‌ କହିଛି।

ନୂଆ ଡିଜିଟାଲ ଆଇନ ଅନୁସାରେ, ସୋଶାଲ ମିଡିଆ ସଂସ୍ଥା ଗୁଡ଼ିକ ନିୟମ ଉଲ୍ଲଙ୍ଘନ କରୁଥିବା ଆକାଉଣ୍ଟଧାରୀଙ୍କ ବିରୋଧରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି, ତା’ର ମାସିକ ରିପୋର୍ଟ ସାର୍ବଜନୀନ କରିବେ। ଏହି ଆଧାରରେ ହ୍ୱାଟସଆପ୍‌ ତା’ର ମାସିକ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ଏପରି ତଥ୍ୟ ରହିଛି।

Advertisment

ଏହାପୂର୍ବରୁ ଫେସବୁକ ୩୦ ନିୟୁତରୁ ଅଧିକ ପୋଷ୍ଟ, ଇନଷ୍ଟାଗ୍ରାମ ୨ ନିୟୁତ ପୋଷ୍ଟ ଓ ଗୁଗଲ ୫୯,୩୫୦ ଲିଙ୍କ ନିଜ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଥିଲେ। ମେ’ ୧୫ରୁ ଜୁନ୍‌ ୧୫ ମଧ୍ୟରେ ଅଶ୍ଳୀଳ ଓ ଆପତ୍ତିଜନକ ପୋଷ୍ଟର ଆଳରେ ସଂସ୍ଥାଗୁଡ଼ିକ ଏପରି ପଦକ୍ଷେପ ନେଇଥିବା କହିଥିଲେ।

ଏହି ୩ ସଂସ୍ଥା ସହ ଭାରତରେ ତିଆରି କୁ ଆପ୍‌ ମଧ୍ୟ ୫୫୦୨ଟି ଅଭିଯୋଗ ଆଧାରରେ ୧୨୫୩ଟି ଆକାଉଣ୍ଟ ବିରୋଧରେ ପଦକ୍ଷେପ ନେଇଥିବା ସୂଚନା ଦେଇଥିଲା।

New IT Act