Advertisment

ଇସ୍ତଫା ଦେଲେ ହ୍ୱାଟସଆପର ଭାରତ ମୁଖ୍ୟ ଓ ମେଟାର ପବ୍ଲିକ ପଲିସି ମୁଖ୍ୟ

ନୂଆଦିଲ୍ଲୀ: ମେଟାର ଭାରତୀୟ ମୁଖ୍ୟ ଅଜିତ ମୋହନ ଦୁଇ ସପ୍ତାହ ତଳେ ଇସ୍ତଫା ଦେଇଥିବା ବେଳେ ଆଜି କମ୍ପାନୀର ପବ୍ଲିକ ପଲିସି ମୁଖ୍ୟ ରାଜୀବ ଅଗ୍ରୱାଲ ସମାନ ପଦକ୍ଷେପ ନେଇଛନ୍ତି। ସେ ଭାରତରେ ମେଟାର ପବ୍ଲିକ ପଲିସି ମୁଖ୍ୟ ଭାବେ କାମ କରୁଥିଲେ। କିନ୍ତୁ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ମେଟା ଦ୍ୱାରା ପରିଚାଳିତ ହ୍ୱାଟସଆପ୍‌ ମେସେଜିଂ ଆପ୍‌ର ଭାରତ ମୁଖ୍ୟ ଅଭିଜିତ ବୋଷ ମଧ୍ୟ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। […]

author-image
Hemant Lenka
ଇସ୍ତଫା ଦେଲେ ହ୍ୱାଟସଆପର ଭାରତ ମୁଖ୍ୟ ଓ ମେଟାର ପବ୍ଲିକ ପଲିସି ମୁଖ୍ୟ

Meta

ନୂଆଦିଲ୍ଲୀ: ମେଟାର ଭାରତୀୟ ମୁଖ୍ୟ ଅଜିତ ମୋହନ ଦୁଇ ସପ୍ତାହ ତଳେ ଇସ୍ତଫା ଦେଇଥିବା ବେଳେ ଆଜି କମ୍ପାନୀର ପବ୍ଲିକ ପଲିସି ମୁଖ୍ୟ ରାଜୀବ ଅଗ୍ରୱାଲ ସମାନ ପଦକ୍ଷେପ ନେଇଛନ୍ତି। ସେ ଭାରତରେ ମେଟାର ପବ୍ଲିକ ପଲିସି ମୁଖ୍ୟ ଭାବେ କାମ କରୁଥିଲେ। କିନ୍ତୁ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ସେହିପରି ମେଟା ଦ୍ୱାରା ପରିଚାଳିତ ହ୍ୱାଟସଆପ୍‌ ମେସେଜିଂ ଆପ୍‌ର ଭାରତ ମୁଖ୍ୟ ଅଭିଜିତ ବୋଷ ମଧ୍ୟ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ନିଜେ ମେଟା ଗୋଟିଏ ବିବୃତି ଜାରି କରି ସୂଚନା ଦେଇଛି।

ଅଜିତ ମୋହନ ମେଟା ଛାଡ଼ିବା ପରେ କମ୍ପାନୀର ଚୀର ପ୍ରତିଦ୍ୱନ୍ଦ୍ୱୀ ସ୍ନାପରେ ଯୋଗଦେଇଛନ୍ତି। ଏବେ ରାଜୀବ ଅଗ୍ରୱାଲ ମଧ୍ୟ ସମାନ ନୀତି ଆପଣାଇ ପାରନ୍ତି। ସେ ଭଲ ସୁଯୋଗ ପାଇଥିବାରୁ ମେଟା ଦାୟିତ୍ୱରୁ ବିରାମ ନେଇଛନ୍ତି। ଏଥିପାଇଁ ମେଟା ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛି।

Advertisment

ହ୍ୱାଟସଆପ୍‌ର ବିଶ୍ୱ ମୁଖ୍ୟ ୱିଲ କ୍ୟାଥକାର୍ଟ ଦୀର୍ଘ ବର୍ଷ ଧରି ଭାରତୀୟ ମୁଖ୍ୟ ଭାବେ କାମ କରୁଥିବା ଅଭିଜିତ ବୋଷଙ୍କୁ ମଧ୍ୟ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଅବଦାନ ଓ ପରିଶ୍ରମ ଯୋଗୁ ହ୍ୱାଟଆପ୍ ଆଜି ଭଲ ବ୍ୟବସାୟ କରିବା ସହ ଲକ୍ଷାଧିକ ଲୋକଙ୍କୁ ଫାଇଦା ଦେଇଛି। ଆଗକୁ ଭାରତରେ ହ୍ୱାଟସଆପ୍‌ ଆହୁରି ଭଲ କାମ କରିବାକୁ ଲକ୍ଷ୍ୟ ରଖିଛି। ଭାରତର ଡିଜିଟାଲ ଟ୍ରନ୍ସଫରମେସନରେ ହ୍ୱାଟସଆପ୍‌ର ଯୋଗାଦାନ ରହିବ ବୋଲି ୱିଲ କହିଛନ୍ତି।

ଏହି ଇସ୍ତଫା ପର୍ବ ପରେ ମେଟା ପକ୍ଷରୁ ନୂଆ ନିଯୁକ୍ତି ମଧ୍ୟ ଦିଆଯାଇଛି। ଭାରତରେ ହ୍ୱାଟସଆପର ପବ୍ଲିକ ପଲିସି ନିର୍ଦ୍ଦେଶକ ଭାବେ କାମ କରୁଥିବା ଶିବନାଥ ଠୁକରାଲଙ୍କ ତତ୍କାଳ ଭାବେ ମେଟାର ସମସ୍ତ ଭାରତୀୟ ପ୍ଲାଟଫର୍ମର ପବ୍ଲିକ ପଲିସି ନିର୍ଦ୍ଦେଶକ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।