ବୁଷ୍ଟର ଡୋଜ୍‌ ଭାବେ କେଉଁ ଟିକା ଦିଆଯିବ?

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରୁ ଦେଶରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ବିରୋଧରେ ଟିକାର ପ୍ରତିଷେଧମୂଳକ ବା ବୁଷ୍ଟର ଡୋଜ୍‌ ଦିଆଯିବ। ‌ଏହି ବର୍ଗରେ ଥିବା ପ୍ରାୟ ୬ କୋଟି ଲୋକ ବୁଷ୍ଟର ଡୋଜ୍‌ ନେବେ। ଶନିବାର ପ୍ରଧାନମନ୍ତ୍ରୀ ବୁଷ୍ଟର ଡୋଜ୍‌ କଥା ଘୋଷଣା କରିଥିଲେ ମଧ୍ୟ କେଉଁ ଟିକାକୁ ଏ କ୍ଷେତ୍ରରେ ବ୍ୟବହାର କରାଯିବ, ସେକଥା କହିନାହାନ୍ତି। ସେହିପରି ଦ୍ୱିତୀୟ ଡୋଜ୍‌ ନେବାର କେତେ ଦିନ […]

Vaccine

Vaccine

Hemant Lenka
  • Published: Monday, 27 December 2021
  • Updated: 27 December 2021, 07:34 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରୁ ଦେଶରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ବିରୋଧରେ ଟିକାର ପ୍ରତିଷେଧମୂଳକ ବା ବୁଷ୍ଟର ଡୋଜ୍‌ ଦିଆଯିବ। ‌ଏହି ବର୍ଗରେ ଥିବା ପ୍ରାୟ ୬ କୋଟି ଲୋକ ବୁଷ୍ଟର ଡୋଜ୍‌ ନେବେ। ଶନିବାର ପ୍ରଧାନମନ୍ତ୍ରୀ ବୁଷ୍ଟର ଡୋଜ୍‌ କଥା ଘୋଷଣା କରିଥିଲେ ମଧ୍ୟ କେଉଁ ଟିକାକୁ ଏ କ୍ଷେତ୍ରରେ ବ୍ୟବହାର କରାଯିବ, ସେକଥା କହିନାହାନ୍ତି। ସେହିପରି ଦ୍ୱିତୀୟ ଡୋଜ୍‌ ନେବାର କେତେ ଦିନ ପରେ ତୃତୀୟ ଡୋଜ୍‌ ନେବାକୁ ପଡ଼ିବ, ସେକଥା ମଧ୍ୟ କୁହାଯାଇନି।

ଏସବୁ ଭିତରେ ସରକାରୀ ସୂତ୍ରରୁ ବଡ଼ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ଡୋଜ୍‌ ନେବାର ୯ ମାସ ପରେ ହିଁ ଜଣେ ବ୍ୟକ୍ତି କରୋନା ଟିକାର ତୃତୀୟ ଡୋଜ୍‌ ନେଇପାରିବେ। ସେହିପରି ପୂର୍ବରୁ ଯେଉଁ ଟିକା ଜଣେ ବ୍ୟକ୍ତି ନେଇଥିବେ, ସେହି ଟିକାର ତୃତୀୟ ଡୋଜ୍‌ ହିଁ ତାଙ୍କୁ ନେବାକୁ ହେବ। ଏହାର ଅର୍ଥ ଯିଏ କୋଭାକ୍ସିନ ନେଇଥିବେ, ତାଙ୍କୁ ଏହାର ତୃତୀୟ ଡୋଜ୍‌ ଦିଆଯିବ। ସେହିପରି ଯିଏ କୋଭିସିଲ୍ଡ ଟିକା ନେଇଥିବେ, ତାଙ୍କୁ ଉକ୍ତ ଟିକା ହିଁ ନେବାକୁ ପଡ଼ିବ।

ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଟିକାର ମିକ୍ସିଂ ଡୋଜ୍‌ ସମ୍ପର୍କରେ ନିଷ୍ପତ୍ତି ପରବର୍ତ୍ତୀ ଅବସ୍ଥାରେ ନିଆଯିବ। କାରଣ ଟିକାର ମିକ୍ସିଂ ଡୋଜ୍‌ ଲୋକଙ୍କ ଉପରେ କ’ଣ ପ୍ରଭାବ ପକାଉଛି, ତା’ର ଟ୍ରାଏଲ ସିଏମସି ଭେଲୋରରେ କରାଯାଉଛି। ଏହି ରିପୋର୍ଟ ଆସିବା ପରେ ହିଁ ସରକାରୀ ସ୍ତରରେ ଏହା ଉପରେ ନିଷ୍ପତ୍ତି ନିଆଯିବ।

ଜାନୁଆରୀ ୧୦ରୁ ପ୍ରାଥମିକ ଅବସ୍ଥାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକାର ପ୍ରତିଷେଧମୂଳକ ଡୋଜ୍‌ ଦିଆଯିବ। ଏହାର କିଛି ସପ୍ତାହ ପରେ ବହୁବିଧି ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌ ଦେବା ପାଇଁ ପଦକ୍ଷେପ ନିଆଯିବ। କାରଣ ଏହି ବର୍ଗରେ ଥିବା ଅଧିକାଂଶ ଲୋକ ସ୍ୱାସ୍ଥ୍ୟକର୍ମୀଙ୍କ ପରେ ହିଁ କରୋନା ଟିକା ନେଇଥିଲେ। ତେଣୁ ୯ ମାସର ବ୍ୟବଧାନ ପରେ ହିଁ ସେମାନେ ବୁଷ୍ଟର ଡୋଜ୍‌ ପାଇଁ ଯୋଗ୍ୟତା ପାଇବେ।

ତଥାପି ପ୍ରାୟ ୧ କୋଟି ବହୁବିଧି ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସ୍କ ଜାନୁଆରୀ ଓ ଫେବୃଆରୀ ମାସ ସୁଦ୍ଧା କରୋନା ଟିକା ନେଇଥିଲେ। ତେଣୁ ସେମାନଙ୍କୁ ପ୍ରଥମ ଭାଗରେ ବୁଷ୍ଟର ଡୋଜ୍ ଦିଆଯାଇ ପାରେ। ଦେଶରେ ଏଯାଏ ୧୪୧ କୋଟି ଡୋଜ୍‌ର ଟିକାରକରଣ ହୋଇଛି। ଏହା ମଧ୍ୟରୁ ୮୯% ଲୋକ କୋଭିସିଲ୍ଡ ଟିକା ନେଇଛନ୍ତି। ତେଣୁ ସେହି ଆଧାରରେ ହିଁ ତୃତୀୟ ଡୋଜ୍‌ ଦିଆଯିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ସମସ୍ତଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦିଆଯିବ। କାରଣ ଡିସିଜିଆଇ କିଛି ଦିନ ତଳେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ୧୨ରୁ ୧୮ ବର୍ଷ ବର୍ଗର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛି।

ଏହାବାଦ ଜାୟଡସ କାଡିଲା ଟିକା ମଧ୍ୟ ଛୋଟ ପିଲାମାନଙ୍କୁ ଦେବା ପାଇଁ ସ୍ୱୀକୃତି ଲାଭ କରିଛି। ହେଲେ ଏହା ଏଯାଏ ମାର୍କେଟକୁ ଆସିନି। ତେଣୁ ବର୍ତ୍ତମାନ ଛୋଟ ପିଲାମାନଙ୍କୁ କୋଭାକ୍ସିନର ଡୋଜ୍‌ ହିଁ ଦିଆଯିବ। ୧୫ରୁ ୧୮ ବର୍ଷ ବର୍ଗ ମଧ୍ୟରେ ପ୍ରାୟ ୬ରୁ ୭ କୋଟି ପିଲା ରହିଛନ୍ତି। ସେମାନଙ୍କ ଟିକାକରଣ ଯଥାଶୀଘ୍ର ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story