Advertisment

ଚଳିତ ମାସରେ କୋଭାକ୍ସିନକୁ ମିଳିବ ହୁ’ର ମାନ୍ୟତା!

ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ମାନ୍ୟତା ମିଳିବ। ଚଳିତ ମାସରେ ହିଁ ହୁ’ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବ।  କୋଭାକ୍ସିନକୁ ନେଇ ହୁ’ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ଭାରତ ବାୟୋଟେକ ଦେଇଛି। ଏହି ଉତ୍ତରରେ ହୁ’ ସନ୍ତୁଷ୍ଟ ମଧ୍ୟ ହୋଇଛି। ତେଣୁ ଚଳିତ ମାସରେ କୋଭାକ୍ସିନକୁ ହୁ’  emergency use listing (EUL) ପାଇଁ ଅନୁମୋଦନ ଦେବ ବୋଲି କମ୍ପାନୀ ସୂତ୍ରରୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଚଳିତ ମାସରେ କୋଭାକ୍ସିନକୁ ମିଳିବ ହୁ’ର ମାନ୍ୟତା!

Covaxin

ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ମାନ୍ୟତା ମିଳିବ। ଚଳିତ ମାସରେ ହିଁ ହୁ’ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବ।  କୋଭାକ୍ସିନକୁ ନେଇ ହୁ’ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ଭାରତ ବାୟୋଟେକ ଦେଇଛି।

Advertisment

ଏହି ଉତ୍ତରରେ ହୁ’ ସନ୍ତୁଷ୍ଟ ମଧ୍ୟ ହୋଇଛି। ତେଣୁ ଚଳିତ ମାସରେ କୋଭାକ୍ସିନକୁ ହୁ’  emergency use listing (EUL) ପାଇଁ ଅନୁମୋଦନ ଦେବ ବୋଲି କମ୍ପାନୀ ସୂତ୍ରରୁ ଜଣାପଡ଼ିଛି।

କୋଭାକ୍ସିନକୁ ହୁ’ ମାନ୍ୟତା ଦେଇ ନଥିବାରୁ ଏକାଧିକ ରାଷ୍ଟ୍ର ଏହାକୁ କରୋନା ବିରୋଧରେ ବୈଧ ଟିକା ଭାବେ ଅନୁମୋଦନ କରୁନାହାନ୍ତି। ତେଣୁ ଏହି ଟିକା ନେଇଥିବା ଭାରତୀୟଙ୍କୁ ବିଦେଶ ଗସ୍ତ ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Advertisment

କାରଣ ଅନେକ ରାଷ୍ଟ୍ର ହୁ କିମ୍ବା ୟୁରୋପୀୟ ୟୁନିୟନ ପକ୍ଷରୁ ମାନ୍ୟତା ଲାଭ କରିଥିବା ଟିକାକୁ ହିଁ ବୈଧ ବବେଚନା କରୁଛନ୍ତି। ଏବେ ହୁ’ର ମାନ୍ୟତା ପରେ କୋଭାକ୍ସିନକୁ ମଧ୍ୟ ସବୁ ରାଷ୍ଟ୍ର ବୈଧ ବିବେଚନା କରିବେ। କୋଭାକ୍ସିନ ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ ତିଆରି ହୋଇଛି।

ଗତ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ହୁ’ର ମୁଖ୍ୟ ବିଜ୍ଞାନିକ ସୌମ୍ୟା ସ୍ୱାମୀନାଥନଙ୍କୁ ଭେଟିଥିଲେ। ଏହି ସମୟରେ ସେ କୋଭାକ୍ସିନର ଅନୁମୋଦନ ସଂପର୍କରେ ତାଙ୍କ ସହ କଥା ହୋଇଥିଲେ। ସୂଚନାଯୋଗ୍ୟ, ଆଇସିଏମଆର ଓ ଭାରତ ବାୟୋଟେକ କୋଭାକ୍ସିନକୁ ପ୍ରସ୍ତୁତ କରିଛନ୍ତି।

ଜାନୁଆରୀ ୩ରୁ ଏହାକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଏହା କରୋନା କରୋନା ବିରୋଧରେ ୭୮% ଫଳପ୍ରଦ ବୋଲି ବିଭିନ୍ନ ପରୀକ୍ଷାରୁ ସାମ୍ନାକୁ ଆସିଛି।