Advertisment

ଟିକା ପାଇଁ ଭାରତକୁ ଧନ୍ୟବାଦ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ପ୍ରାନ୍ତଙ୍କୁ କୋଭାକ୍ସ ଜରିଆରେ କରୋନା ଟିକା ଯୋଗାଇ ଦେବାକୁ ଭାରତ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତା’ହା ପୂରଣ କରିବା ଦିଗରେ ପୁଣି ପ୍ରୟାସ ଆରମ୍ଭ କରିଛି। କୋଭାକ୍ସ ଜରିଆରେ ବିଭିନ୍ନ ଗରିବ ରାଷ୍ଟ୍ରକୁ ଟିକା ଯୋଗାଇ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରୟାସ କରୁଛି। କିଛି ଦିନର ବ୍ୟବଧାନ ପରେ ଭାରତ ପୁଣି କୋଭାକ୍ସକୁ ଟିକା ରପ୍ତାନୀ କରିବାକୁ ଘୋଷଣା କରିଥିବାରୁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରିୟସ […]

ଅଦ୍ୟତନ ହୋଇଛି
ଟିକା ପାଇଁ ଭାରତକୁ ଧନ୍ୟବାଦ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

WHO

Advertisment

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ପ୍ରାନ୍ତଙ୍କୁ କୋଭାକ୍ସ ଜରିଆରେ କରୋନା ଟିକା ଯୋଗାଇ ଦେବାକୁ ଭାରତ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତା’ହା ପୂରଣ କରିବା ଦିଗରେ ପୁଣି ପ୍ରୟାସ ଆରମ୍ଭ କରିଛି। କୋଭାକ୍ସ ଜରିଆରେ ବିଭିନ୍ନ ଗରିବ ରାଷ୍ଟ୍ରକୁ ଟିକା ଯୋଗାଇ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରୟାସ କରୁଛି।

Advertisment

କିଛି ଦିନର ବ୍ୟବଧାନ ପରେ ଭାରତ ପୁଣି କୋଭାକ୍ସକୁ ଟିକା ରପ୍ତାନୀ କରିବାକୁ ଘୋଷଣା କରିଥିବାରୁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରିୟସ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “କୋଭାକ୍ସକୁ ଅକ୍ଟୋବର ମାସରୁ ପୁଣି କରୋନା ବିରୋଧୀ ଟିକା ରପ୍ତାନୀ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଧନ୍ୟବାଦ। ଭାରତର ଏପରି ନିଷ୍ପତ୍ତି ବେଶ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ବିଶ୍ୱର ସବୁ ରାଷ୍ଟ୍ରରେ ଚଳିତ ବର୍ଷ ଶେଷ ସୁଦ୍ଧା ୪୦% ଟିକାକରଣ ଟାର୍ଗେଟ ପୂରଣ ହୋଇପାରିବ।”

Advertisment

ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସ ପୂର୍ବରୁ ଭାରତ ସରକାର କୋଭାକ୍ସକୁ ଟିକା ପଠାଉଥିଲେ। କିନ୍ତୁ ଦେଶରେ ସଂକ୍ରମଣ ହୁହୁ ହୋଇ ବଢ଼ିବାରୁ ଏହି ରପ୍ତାନୀ ଉପରେ ରୋକ ଲାଗିଥିଲା। ତେବେ ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ କହିଥିଲେ ଯେ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ କରୋନା ଟିକା ଯୋଗାଇ ଦେବା ପାଇଁ ଭାରତ ସରକାର ଅକ୍ଟୋବର ମାସରୁ ପୁଣିଥରେ ‘ଟିକା ମୈତ୍ରୀ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଭାରତବାସୀଙ୍କ ଚାହିଦା ପୂରଣ ହେବା ପରେ ଅତିରିକ୍ତ ଟିକାକୁ ହିଁ ଅନ୍ୟତ୍ର ପଠାଯିବ।


ଭାରତର ଟିକା ମୈତ୍ରୀ କାର୍ଯ୍ୟକ୍ରମ ଦ୍ୱାରା ବାଂଲାଦେଶ, ମିଆଁମାର, ନେପାଳ, ଭୁଟାନ, ମାଳଦ୍ୱୀପ, ମରିସସ, ଶ୍ରୀଲଙ୍କା, ବ୍ରାଜିଲ, ମରୋକୋ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ମେକ୍ସିକୋ, ଡିଆର କଙ୍ଗୋ, ନାଇଜେରିଆ ଓ ୟୁକେ ଭଳି ଦେଶଗୁଡ଼ିକ ଲାଭବାନ ହେବେ।

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe