/odisha-reporter/media/post_attachments/uploads/2022/02/Sidhu.jpg)
Sidhu
ଚଣ୍ଡିଗଡ: କିଏ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସନ ପାଇଁ କାହାକୁ ବାଛିବ କଂଗ୍ରେସ। ସିଦ୍ଧୁ ନା ଚନ୍ନି? ଏହି ସସ୍ପେନ୍ସ ଉପରୁ ଆସନ୍ତା ରବିବାର ଦିନ ପରଦା ହଟିବ। କଂଗ୍ରେସ ନେତା ରାହୁଲ ଗାନ୍ଧି ପଞ୍ଜାବ ପାଇଁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ। ତେବେ ଏହା ପୂର୍ବରୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ପରୋକ୍ଷରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ କରିଛନ୍ତି ଟାର୍ଗେଟ। ନିଜ ଆକା ତଥା ମାଲିକମାନଙ୍କୁ ଏକ କଟୁ ବାର୍ତ୍ତା ପଠାଇଛନ୍ତି।
ସେ କହିଛନ୍ତି, 'ଶୀର୍ଷରେ ଥିବା ଲୋକମାନେ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଯିଏ ତାଙ୍କ କଥାରେ ନାଚି ପାରୁଥିବ। ଏକ ନୂଆ ପଞ୍ଜାବ ଗଠନ କରିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଅଛି। ଏଥର ଆପଣଙ୍କୁ ମୁଖ୍ୟମନ୍ତ୍ରୀ ବାଛିବାକୁ ପଡ଼ିବ। ଶୀର୍ଷରେ ଥିବା ଲୋକମାନେ ଏକ ଦୁର୍ବଳ ପ୍ରଧାନମନ୍ତ୍ରୀ ଚାହାଁନ୍ତି, ଯିଏକି ସେମାନଙ୍କ କଥାରେ ତା ତା ଥେଇ... ନୃତ୍ୟ କରିପାରିବେ। ଆପଣ ଏପରି ମୁଖ୍ୟମନ୍ତ୍ରୀ ଚାହାଁନ୍ତି କି? ବୋଲି ସିଦ୍ଧୁ ତାଙ୍କ ସମର୍ଥକଙ୍କୁ ପ୍ରଶ୍ନ ପଚାରିଛନ୍ତି।
କେବଳ ସେତିକି ନୁହେଁ ଏନ୍ଡି ଟିଭିକୁ ଦେଇଥିବା ଏକ ସାକ୍ଷାତକାର୍ରେ ସିଦ୍ଧୁ କହିଛନ୍ତି, 'ମୁଁ ସପୋର୍ଟିଂ ଆକ୍ଟର ତଥା ସହ-ଅଭିନେତା ନୁହେଁ। କେବଳ ପଞ୍ଜାବର ଜନତା ହିଁ ମୁଖ୍ୟମନ୍ତ୍ରୀ ଚୟନ କରିପାରିବେ। ଯଦି ଆପଣ ଆନ୍ତରିକତା ସହିତ କାହାକୁ ବାଛି ନାହାଁନ୍ତି, ତେବେ ଲୋକଙ୍କ ପାଖରେ ଏକ ବିକଳ୍ପ ଅଛି ବୋଲି କହି ନିଜ ଆଡକୁ ଇସାରା କରିଛନ୍ତି ସିଦ୍ଧୁ।
ତୁମେ ଯାହା ବାଛିଛ ତାହା ଉପରେ ତୁମର ଭାଗ୍ୟ ନିର୍ଭର କରେ। ଏହା ପସନ୍ଦ, ସୁଯୋଗ ନୁହେଁ, ଯାହା ତୁମର ଭାଗ୍ୟ ନିର୍ଣ୍ଣୟ କରେ। ଜଣେ 'ମାଫିଆ ବ୍ୟକ୍ତି' ରାଜ୍ୟକୁ ଗଢ଼ିପାରିବ ନାହିଁ। ଜଣେ ବ୍ୟକ୍ତି ଯିଏ ନିଜେ ମାଫିଆଙ୍କ ରକ୍ଷକ, ସେ କିପରି ମାଫିଆଙ୍କୁ ଖଣ୍ଡନ କରିପାରିବ ବୋଲି ସିଦ୍ଧୁ କହି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି।
ଦିର୍ଘ ଦିନ ହେବ ନବଜୋତ ସିଂହ ସିଦ୍ଧୁ ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଯେତେବେଳେ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ସେ ନିଜର ଏହି ସ୍ୱପ୍ନକୁ ପୂରା କରିବେ ବୋଲି ଭାବିଥିଲେ। କିନ୍ତୁ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କ ବଦଳରେ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ବାଛିଥିଲେ। ସେବେଠାରୁ ସିଦ୍ଧୁ ଅସନ୍ତୋଷ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
