Advertisment

କେରଳରେ କାହିଁକି କରୋନା ଦ୍ରୁତ ଗତିରେ ମାଡୁଛି?

ନୂଆଦିଲ୍ଲୀ: କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବାରେ କେରଳ ସରକାରଙ୍କ ମଡେଲକୁ ଅନେକ ପ୍ରଶଂସା ମିଳିଥିଲା। ଏବେ କିନ୍ତୁ ସମ୍ଭାବ୍ୟ ତୃତୀୟ ଲହର କବାଟ ବାଡେଇବା ଆରମ୍ଭ କରିବା ଆରମ୍ଭ କରିଛି। ବିଗତ ଦୁଇ ଦିନରେ କେରଳରୁ ପାଖାପାଖି ୮୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ତୃତୀୟ ଲହର କେରଳରୁ ଆରମ୍ଭ ହୋଇଯାଇଛି ବୋଲି ଆଶଙ୍କା କରାଯାଉଛି। କେରଳରେ ବୁଧବାର ୩୫ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଏହି […]

ଅଦ୍ୟତନ ହୋଇଛି
ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଖସୁଛି

kerala-covid-cases

Advertisment

ନୂଆଦିଲ୍ଲୀ: କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବାରେ କେରଳ ସରକାରଙ୍କ ମଡେଲକୁ ଅନେକ ପ୍ରଶଂସା ମିଳିଥିଲା। ଏବେ କିନ୍ତୁ ସମ୍ଭାବ୍ୟ ତୃତୀୟ ଲହର କବାଟ ବାଡେଇବା ଆରମ୍ଭ କରିବା ଆରମ୍ଭ କରିଛି। ବିଗତ ଦୁଇ ଦିନରେ କେରଳରୁ ପାଖାପାଖି ୮୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ତୃତୀୟ ଲହର କେରଳରୁ ଆରମ୍ଭ ହୋଇଯାଇଛି ବୋଲି ଆଶଙ୍କା କରାଯାଉଛି।

Advertisment

କେରଳରେ ବୁଧବାର ୩୫ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଏହି ସଂଖ୍ୟା ୪୬ ହଜାରରୁ ଅଧିକ ରହିଛି। ଏବେ ଦେଶରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୫୮ ପ୍ରତିଶତରୁ ଅଧିକ ରହିଥିବା ଜଣାପଡ଼ିଛି। ବାକି ରାଜ୍ୟରେ କିନ୍ତୁ କରୋନା ସଂକ୍ରମଣ ହ୍ରାସ ପାଉଛି। ତେଣୁ କେଉଁ କାରଣ ପାଇଁ କେରଳରେ ସଂକ୍ରମଣ ହଠାତ୍ ବଢ଼ିଲା ତାହା ଏବେ ପ୍ରଶ୍ନ ଉଠିଛି। କ'ଣ ହୋଇପାରେ କରୋନା ସଂକ୍ରମଣ ବୃଦ୍ଧି ପଛର କାରଣ? କରୋନାକୁ ମାତ୍ ଦେବା ପାଇଁ ମାସ୍କ ଏବଂ ସାମାଜିକ ଦୂରତା ପ୍ରାଥମିକ ପଦକ୍ଷେପ ବୋଲି ସରକାର କହିଛନ୍ତି। ହେଲେ କେରଳରେ ଏହି ସବୁ ନିୟମକୁ ଲୋକମାନେ ମାନିନଥିବା ଏବଂ ସରକାର ଠିକ୍ ଭାବରେ ପରିଚାଳନା କରି ନାହାନ୍ତି ବୋଲି କୁହାଯାଉଛି। ନିକଟରେ କେରଳରେ ଓନାମ ପର୍ବ ହୋଇଥିଲା। ଏହି ସମୟରେ କୋଭିଡ ନିୟମର ଧଜିଆ ଉଡିଥିଲା ବୋଲି କୁହାଯାଉଛି।

ତେବେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହାକୁ ନେଇ କହିଛନ୍ତି ଯେ କେବଳ କେରଳରେ ସଂକ୍ରମଣ କାହିଁକି ବଢ଼ିଲା ତାହା ଏବେ ନିଶ୍ଚିତ ଭାବେ ଚିନ୍ତାଜନକ। ତେବେ କେଉଁ କାରଣ ପାଇଁ ସଂକ୍ରମଣ ବୃଦ୍ଧି ପାଇଛି ତାର ସବିଶେଷ କାରଣ ଜଣାପଡ଼ି ନାହିଁ।

Advertisment

କରୋନାର ତୃତୀୟ ଲହର ଆଗକୁ ଆସିବ ବୋଲି କୁହାଯାଉଥିବା ବେଳେ କେରଳରେ ବଢ଼ୁଥିବା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। କରୋନା ରୂପ ବଦଳାଏ ବୋଲି ଆମେ ସମସ୍ତେ ଜାଣିଛୁ। ଏହା ଏବେ ସମଗ୍ର ଦେଶ ପାଇଁ ଚିନ୍ତାଜନକ। ଯଦିଓ ଏବେ ଦେଶର ଅନେକ ରାଜ୍ୟ ଧୀରେ ଧୀରେ ନିୟମରେ କୋହଳ କରୁଛନ୍ତି। ଲୋକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଏହି ପରିସ୍ଥିତି କରୋନାକୁ ଆଗକୁ ବଢ଼ିବାକୁ ସୁଯୋଗ ଦିଏ ବୋଲି ସଚିବ ରାଜେଶ ଭୂଷଣ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe