Advertisment

ହ୍ୱାଟସଆପ କେତେ ସୁରକ୍ଷିତ? କେମିତି ଲିକ୍‌ ହେଉଛି ବଲିଉଡ ସେଲେବ୍ରିଟିଙ୍କ ଚ୍ୟାଟ୍‌?

ନୂଆଦିଲ୍ଲୀ: ହ୍ୱାଟସଆପ ଚ୍ୟାଟ୍‌ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ। ଫେସବୁକ୍ ମାଲିକାନାରେ ଥିବା ଏହି କମ୍ପାନୀ ଏନେଇ ବଡ଼ବଡ଼ ବିଜ୍ଞାପନ ଦେଉଛି। ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଅର୍ଥ ହେଉଛି କେବଳ ମେସେଜ ପଠାଇଥିବା ଓ ଏହାକୁ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କେହି ଏହାକୁ କେବେ ହେଲେ ଦେଖିପାରିବେ ନାହିଁ। ଏପରି କି କମ୍ପାନୀ ମଧ୍ୟ ମେସେଜକୁ ପଢ଼ି ପାରିବ ନାହିଁ। ତେବେ ଏଭଳି କଡ଼ା ସୁରକ୍ଷା ସତ୍ତ୍ୱେ ପ୍ରତ୍ୟେକ ମାମଲାରେ ବଲିଉଡର ସେଲେବ୍ରିଟିଙ୍କ ହ୍ୱାଟସଆପ୍‌ ଚ୍ୟାଟ୍‌ କେମିତି ଲିକ୍‌ […]

author-image
Hemant Lenka
ହ୍ୱାଟସଆପ କେତେ ସୁରକ୍ଷିତ? କେମିତି ଲିକ୍‌ ହେଉଛି ବଲିଉଡ ସେଲେବ୍ରିଟିଙ୍କ ଚ୍ୟାଟ୍‌?

whatsapp

ନୂଆଦିଲ୍ଲୀ: ହ୍ୱାଟସଆପ ଚ୍ୟାଟ୍‌ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ। ଫେସବୁକ୍ ମାଲିକାନାରେ ଥିବା ଏହି କମ୍ପାନୀ ଏନେଇ ବଡ଼ବଡ଼ ବିଜ୍ଞାପନ ଦେଉଛି। ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଅର୍ଥ ହେଉଛି କେବଳ ମେସେଜ ପଠାଇଥିବା ଓ ଏହାକୁ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କେହି ଏହାକୁ କେବେ ହେଲେ ଦେଖିପାରିବେ ନାହିଁ।

Advertisment

ଏପରି କି କମ୍ପାନୀ ମଧ୍ୟ ମେସେଜକୁ ପଢ଼ି ପାରିବ ନାହିଁ। ତେବେ ଏଭଳି କଡ଼ା ସୁରକ୍ଷା ସତ୍ତ୍ୱେ ପ୍ରତ୍ୟେକ ମାମଲାରେ ବଲିଉଡର ସେଲେବ୍ରିଟିଙ୍କ ହ୍ୱାଟସଆପ୍‌ ଚ୍ୟାଟ୍‌ କେମିତି ଲିକ୍‌ ହେଉଛି?

୨୦୨୦ରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟସଆପ ଚ୍ୟାଟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ତା’ପରେ ଦୀପିକା ପାଦୁକୋନ୍ ଜଣେ ଡ୍ରଗ୍ ଡିଲରଙ୍କ ସହ ଚ୍ୟାଟ କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଏନସିବି ଜେରା କରିଥିଲା। ଏବେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଆର୍ଯ୍ୟନ ଖାନଙ୍କ ସହ ଚ୍ୟାଟ କରିବା ଘଟଣାରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏନସିବି ସ୍କାନରେ ଅଛନ୍ତି।

Advertisment

ଏହି ସମସ୍ତ ଘଟଣା ଗୋଟିଏ ପ୍ରଶ୍ନ ସୃଷ୍ଟି କରୁଛି ଯେ ହ୍ୱାଟସଆପ୍‌ ମେସେଜ ପ୍ରକୃତରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ କି? ଯଦି ହଁ, ତା’ହେଲେ ଏହାର ଚ୍ୟାଟଗୁଡ଼ିକ କେମିତି ଲିକ୍ ହେଉଛି? ଅନ୍ୟମାନେ କେମିତି ଜଣଙ୍କ ହ୍ୱାଟସଆପ୍‌ ଚ୍ୟାଟକୁ ପଢ଼ୁଛନ୍ତି?

-ଯଦି କେହି କାହାର ହ୍ୱାଟସଆପ୍‌ ଚ୍ୟାଟ୍‌ ବିଷୟରେ ଜାଣିବାକୁ ଚାହୁଁଛି, ତା’ହେଲେ ମୋବାଇଲ ବ୍ୟବହାରକାରୀ ହିଁ ଏହାର ଅନୁମତି ଦେଇପାରିବେ। ଯଦି ସଂପୃକ୍ତ ବ୍ୟକ୍ତି ଜଣଙ୍କ ନିଜ ଫୋନକୁ ଅନଲକ କରୁଛନ୍ତି, ତା’ହେଲେ ତୃତୀୟ ବ୍ୟକ୍ତି ତାଙ୍କ ଚ୍ୟାଟ ପଢ଼ିପାରିବେ, ଏହାକୁ କପି କରିପାରିବେ ଓ ଅନ୍ୟତ୍ର ଉକ୍ତ ଫୋନରୁ ପଠାଇପାରିବେ।

-ଯଦି ଫୋନ ଅନଲକ ହୋଇନି ତା’ହେଲେ ଫରେନ୍ସିକ ଟିମ୍‌ ସ୍ୱତନ୍ତ୍ର ଜ୍ଞାନକୌଶଳ ଦ୍ୱାରା ଏହାକୁ ଖୋଲିପାରିବେ। ହ୍ୱାଟସଆପ୍‌ ଚ୍ୟାଟ ଏନକ୍ରିପ୍ଟ। କିନ୍ତୁ କିଛି ଦିନ ପୂର୍ବରୁ ଏହି ଚ୍ୟାଟଗୁଡ଼ିକ ଗୁଗଲ ଡ୍ରାଇଭ ଓ ଆଇକ୍ଲାଉଡରେ ବ୍ୟାକଅପ ଭାବେ ରହିବାର ବ୍ୟବସ୍ଥା ଥିଲା। ଏଥିରୁ ଜଣେ ବେଶ ଆରାମରେ ସ୍ୱତନ୍ତ୍ର ଟୁଲ ଦ୍ୱାରା ଚ୍ୟାଟ୍‌ଗୁଡ଼ିକୁ ପଢ଼ିପାରିବ।

ଉହାହରଣ ସ୍ୱରୂପ, ଯଦି କାହା ପାଖରେ ଫୋନ ରହିଛି, ତା’ହେଲେ ଏହାର ଡାଟାକୁ କମ୍ପ୍ୟୁଟରକୁ ନିଆଯାଇ ପାରିବ। ଏହାପରେ ଫରେନ୍ସିକ ଟୁଲ ଦ୍ୱାରା ତଥ୍ୟଗୁଡ଼ିକ ବିଷୟରେ ଜାଣିହେବ।

-ଜରୁରୀକାଳୀନ ପରିସ୍ଥିତିରେ ଜଣେ ଉପଭୋକ୍ତାଙ୍କର ଆକାଉଣ୍ଟ ରେକର୍ଡ ଶେୟାର କରିବାକୁ ତଦନ୍ତକାରୀ କର୍ତ୍ତୃପକ୍ଷ ହ୍ୱାଟସଆପ୍ ସହିତ ଯୋଗାଯୋଗ କରିପାରିବେ। ପ୍ରୋଫାଇଲ୍ ଫଟୋ, ଗ୍ରୁପ ଇନଫରମମେସନ ଓ ଠିକଣା ଆଦି ଷ୍ଟୋର କଣ୍ଟେଣ୍ଟ ମଧ୍ୟରେ ରହିଛି। ତଦନ୍ତକାରୀ ସଂସ୍ଥାର ଅନୁରୋଧ ପାଇବା ପରେ ହ୍ୱାଟସଆପ୍‌ ପ୍ରଚଳିତ ଆଇନ ଓ ନୀତି ଉପରେ ଆବେଦନକୁ ସମୀକ୍ଷା କରେ। କିନ୍ତୁ ହ୍ୱାଟସଆପ୍‌ର ଏଫଏକ୍ୟୁ ପେଜ୍‌ର କୌଣସି ସ୍ଥାନରେ କୁହାଯାଇ ନାହିଁ ଯେ ମେସେଜ୍ ବିଷୟବସ୍ତୁକୁ କମ୍ପାନୀ ତଦନ୍ତକାରୀ କର୍ତ୍ତୃପକ୍ଷଙ୍କ ସହ ଶେୟାର କରିଥାଏ।

କାରଣ ହ୍ୱାଟସଆପ୍‌ରେ ମେସେଜ ଥରେ ଡେଲିଭରୀ ହୋଇଗଲେ, ଏହାକୁ କମ୍ପାନୀ ଗଚ୍ଛିତ କରି ରଖେନାହିଁ। ସେହିପରି ଡେଲିଭରି ହୋଇ ନଥିବା ମେସେଜ ୩୦ ଦିନ ମଧ୍ୟରେ ହ୍ୱାଟସଆପ୍‌ର ସର୍ଭରରୁ ଡିଲିଟ ହୋଇଯାଏ। ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଆକ୍ଟିଭ ଥିବାରୁ ଜଣେ ବ୍ୟବହାରକାରୀଙ୍କ ଚ୍ୟାଟକୁ ତୃତୀୟ ବ୍ୟକ୍ତି ପଢ଼ିପାରନ୍ତି ନାହିଁ। ଏହା ସତ୍ତ୍ୱେ ବଲିଡଉ ସେଲେବ୍ରିଟିଙ୍କ ଚ୍ୟାଟ କେମିତି ଲିକ୍‌ ହେଉଛି, ତାହା ସବୁଠାରୁ ବଡ଼ ପ୍ରଶ୍ନ।