Advertisment

ଜନସଂଖ୍ୟା ନିୟନ୍ତ୍ରଣରେ ବିଫଳ ରାଜ୍ୟକୁ ସଂସଦରେ ଅଧିକ ଆସନ କାହିଁକି ଦିଆଯାଉଛି?

ଚେନ୍ନାଇ: ଜନସଂଖ୍ୟା ନିୟନ୍ତ୍ରଣକୁ ରୋକିବାରେ ବିଫଳ ହୋଇଥିବା ରାଜ୍ୟକୁ ସଂସଦରେ ଅଧିକ ଆସନ କାହିଁକି ଦିଆଯାଉଛି? ଏ ନେଇ ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, ଦେଶର ଦକ୍ଷିଣ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପୂର୍ବ ତୁଳନାରେ ବର୍ତ୍ତମାନ ଜନସଂଖ୍ୟା ନିୟନ୍ତ୍ରଣରେ ରହିଛି। ହେଲେ ରାଜ୍ୟର ସାଂସଦଙ୍କ ସଂଖ୍ୟା କମ୍ ରହିଛି। ଏହାକୁ ତୁଳନା କରି ହାଇକୋର୍ଟ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାରର ଉଦାହରଣ ଦେଇଛନ୍ତି ଯେଉଁଠି ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିନି। […]

ଅଦ୍ୟତନ ହୋଇଛି
ଜନସଂଖ୍ୟା ନିୟନ୍ତ୍ରଣରେ ବିଫଳ ରାଜ୍ୟକୁ ସଂସଦରେ ଅଧିକ ଆସନ କାହିଁକି ଦିଆଯାଉଛି?

Madras-HC

Advertisment

ଚେନ୍ନାଇ: ଜନସଂଖ୍ୟା ନିୟନ୍ତ୍ରଣକୁ ରୋକିବାରେ ବିଫଳ ହୋଇଥିବା ରାଜ୍ୟକୁ ସଂସଦରେ ଅଧିକ ଆସନ କାହିଁକି ଦିଆଯାଉଛି? ଏ ନେଇ ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, ଦେଶର ଦକ୍ଷିଣ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପୂର୍ବ ତୁଳନାରେ ବର୍ତ୍ତମାନ ଜନସଂଖ୍ୟା ନିୟନ୍ତ୍ରଣରେ ରହିଛି। ହେଲେ ରାଜ୍ୟର ସାଂସଦଙ୍କ ସଂଖ୍ୟା କମ୍ ରହିଛି। ଏହାକୁ ତୁଳନା କରି ହାଇକୋର୍ଟ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାରର ଉଦାହରଣ ଦେଇଛନ୍ତି ଯେଉଁଠି ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିନି। କିନ୍ତୁ ଏଠାରୁ ଅଧିକ ସଂଖ୍ୟକ ସାଂସଦ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି।

Advertisment

କୋର୍ଟ ଏପରି କହିବାର କାରଣ ବୁଝାଇବାକୁ ଯାଇ କହିଛନ୍ତି, ଯେଉଁ ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି ସେଠି ଉପହାର ସ୍ୱରୂପ ଅଧିକାଂଶ ସାଂସଦଙ୍କୁ ସଂସଦ ପଠାଇବା ଦରକାର। ମାଡ୍ରାସ ହାଇକୋର୍ଟରୁ ବିଚାରପତି ଭାବରେ ଅବସର ଗ୍ରହଣ କରିସାରିଛନ୍ତି ଜଷ୍ଟିସ ଏ କିରୁବକରଣ। ଏହା ପୂର୍ବରୁ ଅଗଷ୍ଟ ୧୭ରେ ଜଷ୍ଟିସ କିରୁବକରଣ ଏବଂ ଜଷ୍ଟିସ ବି ପୁଗଲେନ୍ଧି ଖଣ୍ଡପୀଠ ଗୋଟିଏ ମାମଲାର ରାୟ ପ୍ରକାଶ କରି ଏପରି କହିଛନ୍ତି।

ଦୁଇ ଜଣିଆ ଖଣ୍ଡପୀଠ ରାୟ ଶୁଣାଣି କରିବା ବେଳେ କହିଛନ୍ତି, ବିଗତ ୧୪ଟି ନିର୍ବାଚନ ପାଇଁ ତାମିଲନାଡୁ ପୁରସ୍କୃତ ହେବା କଥା। ଏହି ପୁରସ୍କାରର ପରିମାଣ ପାଖାପାଖି ୫,୬୦୦ କୋଟି ଟଙ୍କା ହେବ। ୧୯୬୨ ମସିହାରେ ତାମିଲନାଡୁରୁ ୪୧ ଜଣ ସାଂସଦ ସଂସଦକୁ ନିର୍ବାଚିତ ହୋଇଯାଉଥିଲେ। ହେଲେ ଜନସଂଖ୍ୟା କମିବା ପରେ ଏହି ସଂଖ୍ୟା ୩୯କୁ ଖସି ଆସିଛି। ଜନସଂଖ୍ୟାକୁ ଆଧାର କରି ନିର୍ବାଚିତ ପ୍ରତିନିଧି ସଂଖ୍ୟା ହ୍ରାସ ହୋଇଥିବାରୁ ରାଜ୍ୟରେ କୌଣସି ଦୋଷ ନାହିଁ ବୋଲି କୋର୍ଟ କହିଛନ୍ତି। ଜନସଂଖ୍ୟା କମିବାରୁ ଯେଉଁଠି ଲୋକସଭା ସାଂସଦଙ୍କ ସଂଖ୍ୟା କମିଛି ସେଠାରେ ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ବଢ଼ାଇବା ଦରକାର। ଯଦି ଏପରି ହେବ ତାହେଲେ ତାମିଲନାଡୁରେ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କାମକୁ ସ୍ୱୀକୃତି ମିଳିବ ବୋଲି ଖଣ୍ଡପୀଠ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe