Advertisment

ପେଗାସସ୍‌କୁ ୪୫ରୁ ଅଧିକ ଦେଶ ବ୍ୟବହାର କରୁଛନ୍ତି, ଭାରତକୁ ଟାର୍ଗେଟ କାହିଁକି: ବିଜେପି

ନୂଆଦିଲ୍ଲୀ: ଇସ୍ରାଏଲ ସ୍ପାଇୱେୟାର ପେଗାସସ୍‌କୁ ଯଦି ୪୫ରୁ ଅଧିକ ଦେଶରେ ବ୍ୟବହାର କରାଯାଇଛି, ତା’ହେଲେ କେବଳ ଭାରତକୁ କାହିଁକି ଟାର୍ଗେଟ କରାଯାଉଛି ବୋଲି ଆଜି ବିଜେପି ପ୍ରଶ୍ନ କରିଛି। ପେଗାସସ୍‌ ଜରିଆରେ ଦେଶର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗକୁ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ବିଜେପି ନେତା ତଥା ପୂର୍ବତନ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏପରି କହିଛନ୍ତି। ଭାରତ ଏହାକୁ ବ୍ୟବହାର କରୁଛି କି ନାହିଁ, […]

ଅଦ୍ୟତନ ହୋଇଛି
ପରିବାରର ହିତ ପାଇଁ ସଂସଦକୁ ଅଚଳ କରୁଛି କଂଗ୍ରେସ: ବିଜେପି

Ravi-shankar

Advertisment

ନୂଆଦିଲ୍ଲୀ: ଇସ୍ରାଏଲ ସ୍ପାଇୱେୟାର ପେଗାସସ୍‌କୁ ଯଦି ୪୫ରୁ ଅଧିକ ଦେଶରେ ବ୍ୟବହାର କରାଯାଇଛି, ତା’ହେଲେ କେବଳ ଭାରତକୁ କାହିଁକି ଟାର୍ଗେଟ କରାଯାଉଛି ବୋଲି ଆଜି ବିଜେପି ପ୍ରଶ୍ନ କରିଛି। ପେଗାସସ୍‌ ଜରିଆରେ ଦେଶର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗକୁ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ବିଜେପି ନେତା ତଥା ପୂର୍ବତନ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏପରି କହିଛନ୍ତି।

Advertisment

ଭାରତ ଏହାକୁ ବ୍ୟବହାର କରୁଛି କି ନାହିଁ, ସେକଥା ରବି ଶଙ୍କର କହି ନାହାନ୍ତି। ହେଲେ ୪୫ରୁ ଅଧିକ ଦେଶରେ ଏହାକୁ ବ୍ୟବହାର କରାଯାଉଥିବା ବେଳେ କେବଳ ଭାରତକୁ କାହିଁକି ଟାର୍ଗେଟ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

୨୦୧୯ରେ ମଧ୍ୟ ସରକାର ପେଗାସସ୍‌ ବ୍ୟବହାର କରୁଥିବା ଅଭିଯୋଗ ଆସିଥିଲା। ସେତେବେଳେ ମଧ୍ୟ ଆଇଟି ମନ୍ତ୍ରୀ ହିସାବରେ ସରକାରଙ୍କୁ ରବି ଶଙ୍କର ପ୍ରସାଦ ଡିଫେଣ୍ଡ କରିଥିଲେ। ଏବେ ସେ ମନ୍ତ୍ରୀ ନଥିଲେ ମଧ୍ୟ ସରକାରଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେ କହିଛନ୍ତି, ପେଗାସସ୍‌କୁ ତିଆରି କରିଥିବା ଏନଏସ୍‌ଓ ସ୍ପଷ୍ଟ ଭାବେ କହିଛି ଯେ ଏହାର କ୍ରେତା ମୁଖ୍ୟତଃ ୱେଷ୍ଟର୍ଣ୍ଣ ଦେଶର।

Advertisment

ଏହା ସତ୍ତ୍ୱେ କାହିଁକି ଏହି ପ୍ରସଙ୍ଗରେ କେବଳ ଭାରତକୁ ଟାର୍ଗେଟ କରାଯାଉଛି? ଏହା ପଛର କାହାଣୀ କ’ଣ? ଏହା ପଛର ରହସ୍ୟ କ’ଣ? କିଛି ଲୋକ ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣି ନ୍ୟୁଜ ପ୍ରକାଶ କରୁଛନ୍ତି। ସେମାନେ ଗୋଟିଏ ନୂଆ ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି କି?

ଆମନେଷ୍ଟୀ ଭଳି ସଂସ୍ଥା ଭାରତ ବିରୋଧୀ ଏଜେଣ୍ଡାରେ କାମ କରନ୍ତି ବୋଲି ଆପଣମାନେ ମନା କରିପାରିବେ କି? ପେଗାସସ୍‌କୁ ନେଇ ପ୍ରକାଶିତ ରିପୋର୍ଟ ସହ ସରକାର କିମ୍ବା ବିଜେପିର କୌଣସି ଭୂମିକା ନାହିଁ। ସରକାର ସବୁବେଳେ ସମସ୍ତଙ୍କର ମୌଳିକ ଅଧିକାର ଓ ଗୋପନୀୟତାକୁ ସୁରକ୍ଷା ଦେଇଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପେଗାସସ୍‌ର ହ୍ୟାକ ଲିଷ୍ଟରେ ରାହୁଲ ଗାନ୍ଧି, ପ୍ରଶାନ୍ତ କିଶୋର, ଅଶ୍ୱିନୀ ବୈଷ୍ଣବ, ପ୍ରହ୍ଲାଦ ପଟେଲ, ବିଶ୍ୱ ହିନ୍ଦୁ ପରିଷଦର ପ୍ରବୀଣ ତୋଗାଡ଼ିଆ, ରାହୁଲ ଗାନ୍ଧିଙ୍କ ୫ ଜଣ ସହଯୋଗୀ, ପୂର୍ବତନ ନିର୍ବାଚନ କମିଶନ ଅଶୋକ ଲାଭସାଙ୍କ ଭଳି ବ୍ୟକ୍ତିଙ୍କ ନାଁ ରହିଛି।

Pegasus Spyware
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe