/odisha-reporter/media/post_attachments/uploads/2021/03/prashant-kishore.jpg)
prashant-kishore
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ବିଜୟୀ ହେବ। ବିଜେପି ୧୦୦ରୁ ଗୋଟିଏ ବି ଅଧିକ ଆସନ ବିଜୟୀ ହୋଇପାରିବ ନାହିଁ। ନିର୍ବାଚନ ବେଳେ ଟିଏମସିର ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଇଣ୍ଡିଆ ଟୁଡେକୁ ଏହା କହିଛନ୍ତି।
ଯଦି ବିଜେପି ୧୦୦ରୁ ଅଧିକ ଆସନରେ ବିଜୟୀ ହେବ ତାହେଲେ ସେ ଆଉ ରାଜନୀତିକ ରଣନୀତି କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ରାଜ୍ୟରେ କିଛି ସ୍ଥାନରେ ଟିଏମସି ବିରୋଧରେ ମତ ରହିଛି ହେଲେ ଏବେ ବି ରାଜ୍ୟରେ ମମତା ଲୋକପ୍ରିୟ। ତାଙ୍କ ପ୍ରତି ଲୋକଙ୍କର ବିଶ୍ୱାସ ରହିଛି ତେଣୁ ତାଙ୍କ ନେତୃତ୍ୱାଧୀନ ଦଳ ଟିଏମସି ବିଧାନସଭା ନିର୍ବାଚନରେ ବିଜୟୀ ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ପ୍ରଶାନ୍ତି କିଶୋର ଦୋମ୍ଭୋକ୍ତି ପ୍ରକାଶ କରିଛନ୍ତି।
ରାଜନୀତିକ ରଣନୀତିଜ୍ଞଙ୍କ କାମ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବା। କେଉଁ ଦଳ ଜିତିବ କିଏ ହାରିବ ସେ କାମ ସ୍ଥିର କରିବା ତାଙ୍କର ନୁହେଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋରଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କର ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି। ପଞ୍ଜାବ ସରକାରରେ ପ୍ରଶାନ୍ତ ଏବେ କ୍ୟାବିନେଟ ମନ୍ତ୍ରୀର ମାନ୍ୟତା ପାଇବେ।
ଏବେ ପ୍ରଶାନ୍ତ କିଶୋରଙ୍କ କମ୍ପାନୀ ଇଣ୍ଡିଆନ୍ ପଲିଟିକାସ ଆକ୍ସନ କମିଟି (ଆଇ-ପିଏସି) ପଶ୍ଚିମବଙ୍ଗରେ ଟିଏମସି ପାଇଁ ସହାୟତା କରୁଛି। ୨୦୧୪ରେ ମୋଦିଙ୍କ ନିର୍ବାଚନ ଦାୟିତ୍ୱ ପିଏକଙ୍କ କମ୍ପାନୀ ବୁଝୁଥିଲା। ଏହାପରେ ସେ କଂଗ୍ରେସ ପାଇଁ ମଧ୍ୟ ପ୍ରଚାର ଦାୟିତ୍ୱ ନେଇଥିଲେ। ହେଲେ ୟୁପିରେ ପ୍ରଶାନ୍ତଙ୍କ ଗୋଟି ଚାଲିନଥିଲା ମୋଦି-ଶାହଙ୍କ ଗୋଟି ଆଗରେ। ପରେ ଜେଡିୟୁ, ଆମ୍ ଆଦମୀ ପାର୍ଟି, ଓ୍ୱାଇଏସଆର କଂଗ୍ରେସ, ଡିଏମକେ ପାଇଁ ମଧ୍ୟ ପ୍ରଶାନ୍ତ ନିର୍ବାଚନରେ ସହାୟତା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
