Advertisment

କ’ଣ ମଙ୍କିପକ୍ସ ମହାମାରୀ କରୋନା ଭଳି ସ୍ଥିତି ସୃଷ୍ଟି କରିବ? ଜବାବ ରଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ମହାମାରୀ କରୋନାର ଭୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ସମସ୍ତଙ୍କୁ ମଙ୍କିପକ୍ସ ଡରାଇବା ଆରମ୍ଭ କଲାଣି। ବିଶେଷ କରି ୟୁରୋପ ଓ ଆମେରିକାରେ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହଠାତ୍‌ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ବଢ଼ିବା ଏକ ଚିନ୍ତା ବିଷୟ ବୋଲି କହିବା ପରେ ହଇଚଇ ସୃଷ୍ଟି ହୋଇଛି। ସେହିପରି ମଙ୍କିପକ୍ସ ଉପରେ ବ୍ରେକ ଲଗାଇବା ପାଇଁ ଜର୍ମାନୀ କ୍ୱାରେଣ୍ଟାଇନ ବ୍ୟବସ୍ଥା କରିଛି। ଏସବୁ ଭିତରେ […]

କ’ଣ ମଙ୍କିପକ୍ସ ମହାମାରୀ କରୋନା ଭଳି ସ୍ଥିତି ସୃଷ୍ଟି କରିବ? ଜବାବ ରଖିଲେ ବିଶେଷଜ୍ଞ

Monkeypox

Advertisment

ନୂଆଦିଲ୍ଲୀ: ମହାମାରୀ କରୋନାର ଭୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ସମସ୍ତଙ୍କୁ ମଙ୍କିପକ୍ସ ଡରାଇବା ଆରମ୍ଭ କଲାଣି। ବିଶେଷ କରି ୟୁରୋପ ଓ ଆମେରିକାରେ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହଠାତ୍‌ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ବଢ଼ିବା ଏକ ଚିନ୍ତା ବିଷୟ ବୋଲି କହିବା ପରେ ହଇଚଇ ସୃଷ୍ଟି ହୋଇଛି।

Advertisment

ସେହିପରି ମଙ୍କିପକ୍ସ ଉପରେ ବ୍ରେକ ଲଗାଇବା ପାଇଁ ଜର୍ମାନୀ କ୍ୱାରେଣ୍ଟାଇନ ବ୍ୟବସ୍ଥା କରିଛି। ଏସବୁ ଭିତରେ ମଙ୍କିପକ୍ସ ମହାମାରୀ କରୋନା ଭଳି ସାଂଘାତିକ ସୃଷ୍ଟି କରିବ କି? କ’ଣ ମଙ୍କିପକ୍ସ ଆଉ ଏକ ମହାମାରୀ? ସାରା ବିଶ୍ୱ ପୁଣି କ’ଣ ଭାଇରସ ପଞ୍ଝାରେ ପଡ଼ିବ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠିବାରେ ଲାଗିଛି। ତେବେ ଲୋକଙ୍କ ମନରୁ ମଙ୍କିପକ୍ସର ଭୟ ଦୂର କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନିଜର ମତ ରଖିଛନ୍ତି। ସେମାନଙ୍କ ମତରେ ମଙ୍କିପକ୍ସ କରୋନା ଭଳି ମହାମାରୀ ରୂପ ନେବାର ଆଶଙ୍କା ୦%।

ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା ଫହୀମ ୟୁନିସ କହିଛନ୍ତି, ମଙ୍କିପକ୍ସରେ ଅଧିକ ଲୋକ ଆକ୍ରାନ୍ତ ହେବା ଚିନ୍ତାର ବିଷୟ। କିନ୍ତୁ ଏହା ମହାମାରୀ କରୋନା ଭଳି ସ୍ଥିତି ସୃଷ୍ଟି କରିବାର ଆଶଙ୍କା ନାହିଁ କହିଲେ ଚଳେ। ସାର୍ସ କୋଭ-୨ ଭଳି ମଙ୍କିପକ୍ସ ଭାଇରସ ନୋଭେଲ ନୁହେଁ। ମଙ୍କିପକ୍ସ ସମ୍ପର୍କରେ ବିଶ୍ୱ ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟ ହେଲା ଜାଣିଛି। ଏହି ଭାଇରସ ସ୍ମଲପକ୍ସ ବର୍ଗର। କିନ୍ତୁ କରୋନା ଭାଇରସ ଭଳି ଅଧିକ ସଂକ୍ରାମକ କିମ୍ବା ଘାତକ ନୁହେଁ।

Advertisment

କରୋନା ପାଇଁ କୌଣସି ଟିକା ନଥିଲା। ହେଲେ ମଙ୍କିପକ୍ସ ପାଇଁ ବହୁ ବର୍ଷ ତଳୁ ଟିକା ରହିଛି। ଏହାକୁ ସ୍ମଲପକ୍ସ ପାଇଁ ଉପଲବ୍ଧ ହେଉଥିବା ଟିକା ଦ୍ୱାରା ରୋକା ଯାଇ ପାରିବ। ତେଣୁ କେହି ବି ମଙ୍କିପକ୍ସକୁ ନେଇ ଆତଙ୍କିତ କିମ୍ବା ଭୟଭୀତ ହେବା କଥା ନୁହେଁ ବୋଲି ଡାକ୍ତର ଫହୀମ ପରାମର୍ଶ ଦେଇଛନ୍ତି।


ସୂଚନାଯୋଗ୍ୟ, କାନାଡା, ସ୍ପେନ, ଇସ୍ରାଏଲ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ଆମେରିକା ଓ ଅଷ୍ଟ୍ରେଲିଆରେ ୧୦୦ରୁ ଅଧିକ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇ ସାରିଲେଣି। ଏହାକୁ ଦୃଷ୍ଟିରେ ରଖି କ୍ୱାଡ ବୈଠକ ପାଇଁ ଜାପାନ ଯାଇଥିବା ବାଇଡେନ ଚିନ୍ତା ପ୍ରକଟ କରିଥିଲେ। କରୋନା ଏଣ୍ଡେମିକ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମଙ୍କିପକ୍ସ ବ୍ୟାପିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ମଙ୍କିପକ୍ସକୁ ସାଧାରଣ ଭାଇରସ କୁହାଯାଉ ଥିଲେ ମଧ୍ୟ ଏହା ଜଣଙ୍କ ଠାରୁ ଆଉ ଜଣଙ୍କୁ ବ୍ୟାପୁଛି। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ବାଇଡେନ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe