ପରିଧାନର ଅଧିକାର ଭିତରେ ବିବସ୍ତ୍ରର ଅଧିକାର ଅଛି କି? କାହିଁକି ଏମିତି ପଚାରିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ପାଇଁ ଅନୁମତି ଦେବା ସପକ୍ଷରେ ଯୁକ୍ତି କରୁଥିବା ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ସାଂଘାତିକ ପ୍ରଶ୍ନ କରିଛନ୍ତି। “ଏହି ହିଜାବ ପିନ୍ଧିବା ପ୍ରସଙ୍ଗକୁ ଆପଣ କୌଣସି ପ୍ରକାରର ଅବସ୍ତାବ ସ୍ଥିତିକୁ ନିଅନ୍ତୁ ନାହିଁ। ପରିଧାନର ଅଧିକାର ଭିତରେ କ’ଣ ବିବସ୍ତ୍ରର ଅଧିକାର ମଧ୍ୟ ଆସୁଛି?” ଏହାର ଜବାବରେ ଆଇନଜୀବୀ ଦେବ ଦତ୍ତ କାମାତ କହିଛନ୍ତି, “କେହି ବି କୌଣସି ସ୍କୁଲରେ ବିବସ୍ତ୍ର ହୁଅନ୍ତି ନାହିଁ।” ହିଜାବକୁ ନେଇ ଚାଲିଥିବା […]

Hijab

Hijab

Hemant Lenka
  • Published: Wednesday, 07 September 2022
  • Updated: 07 September 2022, 08:20 PM IST

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ପାଇଁ ଅନୁମତି ଦେବା ସପକ୍ଷରେ ଯୁକ୍ତି କରୁଥିବା ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ସାଂଘାତିକ ପ୍ରଶ୍ନ କରିଛନ୍ତି। “ଏହି ହିଜାବ ପିନ୍ଧିବା ପ୍ରସଙ୍ଗକୁ ଆପଣ କୌଣସି ପ୍ରକାରର ଅବସ୍ତାବ ସ୍ଥିତିକୁ ନିଅନ୍ତୁ ନାହିଁ। ପରିଧାନର ଅଧିକାର ଭିତରେ କ’ଣ ବିବସ୍ତ୍ରର ଅଧିକାର ମଧ୍ୟ ଆସୁଛି?” ଏହାର ଜବାବରେ ଆଇନଜୀବୀ ଦେବ ଦତ୍ତ କାମାତ କହିଛନ୍ତି, “କେହି ବି କୌଣସି ସ୍କୁଲରେ ବିବସ୍ତ୍ର ହୁଅନ୍ତି ନାହିଁ।”

ହିଜାବକୁ ନେଇ ଚାଲିଥିବା ଶୁଣାଣି ଭିତରେ ଆଜି ଏପରି କଥା ଶୁଣିବାକୁ ମିଳିଛି। ଶୁଶାଣି ବେଳେ ଜଷ୍ଟିସ ଗୁପ୍ତା କହିଛନ୍ତି, “ପ୍ରକୃତ ସମସ୍ୟା ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟ ହେଡସ୍କାର୍ଫ(ହିଜାବ) ସପକ୍ଷରେ ମତ ରଖୁଛି। ହେଲେ ଅନ୍ୟ ସଂପ୍ରଦାୟାର ପିଲାମାନେ ସ୍କୁଲର ଡ୍ରେସ କୋଡ ପାଳନ କରୁଛନ୍ତି। ଅନ୍ୟ ସଂପ୍ରଦାୟର ଶିକ୍ଷାର୍ଥୀମାନେ ଆମେ ଏଇଟା ପିନ୍ଧିବୁ କିମ୍ବା ସେଇଟା ପିନ୍ଧିବୁ କଥା କହୁନାହାନ୍ତି।” ଯେତେବେଳେ ଆଇନଜୀବୀ କାମାତ କହିଥିଲେ ଯେ ଅଧିକାଂଶ ପିଲା ରୁଦ୍ରାକ୍ଷ ଓ କ୍ରସ ସଙ୍କେତ ଥିବା ଚେନ ବ୍ୟବହାର କରୁଛନ୍ତି ସେତେବେଳେ ବିଚାରପତି କହିଥିଲେ “ଏହାକୁ ଶାର୍ଟ ଭିତରେ ପରିଧାନ କରାଯାଉଛି। କେହି ବି ଶାର୍ଟ ଉଠାଉ ନାହାନ୍ତି ଓ ଦେଖୁନାହାନ୍ତି ଯେ କିଏ ରୁଦ୍ରାକ୍ଷ ପକାଇଛି।”

ହିଜାବ ପରିଧାନ ଉପରେ କର୍ଣ୍ଣାଟକା ହାଇକୋର୍ଟ ଲଗାଇଥିବା ବ୍ୟାନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଛି। ଏହାର ଶୁଣାଣି ଏବେ ସୁପ୍ରିମକୋର୍ଟରେ ଚାଲିଛି। ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରୁଛନ୍ତି। ଖଣ୍ଡପୀଠ କହିଛନ୍ତି, “ଆପଣଙ୍କର ପାଖରେ ଯେକୌଣସି ଧର୍ମକୁ ଅନୁସରଣ କରିବାର ଅଧିକାର ଥାଇପାରେ। କିନ୍ତୁ ଯେଉଁ ସ୍କୁଲଗୁଡ଼ିକରେ ନିର୍ଦ୍ଦିଷ୍ଟ ଡ୍ରେସ କୋଡ ରହିଛି, ସେଠାରେ କ’ଣ ଆପଣ ନିଜ ଧର୍ମର ପାଳନ କରିପାରିବେ? ଏହା ହିଁ ମୁଖ୍ୟ ପ୍ରଶ୍ନ।”

ହିଜାବ ଉପରେ ବ୍ୟାନ ମହିଳାମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିପାରେ ବୋଲି ଆବେଦନକାରୀ ଓକିଲ କହିଥିଲେ। ଏହାର ଜବାବରେ ଖଣ୍ଡପୀଠ କହିଛନ୍ତି, “ରାଜ୍ୟ ସରକାର କିମ୍ବା ପ୍ରଶାସନ ଆପଣଙ୍କର କୌଣସି ଅଧିକାରକୁ ମନା କରୁନାହିଁ। ରାଜ୍ୟ ସରକାର କେବଳ ଏତିକି କହିଛନ୍ତି ଯେ ଆପଣମାନେ ଯେଉଁ ସ୍କୁଲକୁ ଆସୁଛନ୍ତି, ସେଠାରେ ପ୍ରଚଳିତ ଡ୍ରେସ କୋଡକୁ ପାଳନ କରନ୍ତୁ।”

ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜ କହିଛନ୍ତି ଯେ ଏହି ପ୍ରସଙ୍ଗ ବହୁତ ସୀମିତ ଓ ଏହା ଶିକ୍ଷାନୁଷ୍ଠାନଗୁଡ଼ିକର ଅନୁଶାସନ ମଧ୍ୟରେ ଆବଦ୍ଧ। ଖଣ୍ଡପୀଠ ତାଙ୍କୁ ପଚାରିଥିଲେ “ଯଦି କୌଣସି ଛାତ୍ରୀ ହିଜାବ ପିନ୍ଧନ୍ତି, ତେବେ ସ୍କୁଲର ଶୃଙ୍ଖଳା ଉଲ୍ଲଂଘନ କିପରି ହେବ?” ଏହାର ଜବାବରେ ନଟରାଜ କହିଛନ୍ତି, “ନିଜର ଧାର୍ମିକ ଅଭ୍ୟାସ କିମ୍ବା ଧାର୍ମିକ ପ୍ରଥାର ଆଳରେ କେହି ବି ମୁଁ ଏମିତି କିମ୍ବା ସେମିତି କରିବାକୁ ହକଦାର ବୋଲି କହିପାରିବେ ନାହିଁ। ମୁଁ ହକଦାର ବୋଲି କହି ସ୍କୁଲର ଅନୁଶାସନ ଉଲ୍ଲଙ୍ଘନ କରିବାକୁ ଚାହୁଁଛି ବୋଲି ଆଳ ଦେଖାଇ ପାରିବେ ନାହିଁ।” ଏବେ ମାମଲା ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos