Advertisment

ସରକାରଙ୍କ ଘୋଷଣା: ୨୦୨୧ ସରିବା ପୂର୍ବରୁ ସମସ୍ତ ଭାରତୀୟଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇ ଆହୁରି ଜୋରଦାର ହେବ। ଟିକାକରଣ ହିଁ କରୋନା ଭାଇରସ ବିରୋଧରେ ଏକମାତ୍ର ଅସ୍ତ୍ର ହୋଇଥିବାରୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲେ ହେଁ ଏଯାଏ କେବଳ ୨୦ କୋଟି ଲୋକଙ୍କୁ ଟିକା ଦିଆଯାଇ ପାରିଛି। ସେହିପରି ଦେଶର ମୋଟ ଜନସଂଖ୍ୟାର ୩%ରୁ କମ ଲୋକ ଟିକାର ଡବଲ ଡୋଜ୍‌ ନେଇଛନ୍ତି। କେନ୍ଦ୍ର ସରକାର ଠିକ୍‌ ଭାବେ ଟିକା […]

ଅଦ୍ୟତନ ହୋଇଛି
ସରକାରଙ୍କ ଘୋଷଣା: ୨୦୨୧ ସରିବା ପୂର୍ବରୁ ସମସ୍ତ ଭାରତୀୟଙ୍କୁ ଦିଆଯିବ କରୋନା ଟିକା

Vaccine

Advertisment

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇ ଆହୁରି ଜୋରଦାର ହେବ। ଟିକାକରଣ ହିଁ କରୋନା ଭାଇରସ ବିରୋଧରେ ଏକମାତ୍ର ଅସ୍ତ୍ର ହୋଇଥିବାରୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲେ ହେଁ ଏଯାଏ କେବଳ ୨୦ କୋଟି ଲୋକଙ୍କୁ ଟିକା ଦିଆଯାଇ ପାରିଛି।

Advertisment

ସେହିପରି ଦେଶର ମୋଟ ଜନସଂଖ୍ୟାର ୩%ରୁ କମ ଲୋକ ଟିକାର ଡବଲ ଡୋଜ୍‌ ନେଇଛନ୍ତି। କେନ୍ଦ୍ର ସରକାର ଠିକ୍‌ ଭାବେ ଟିକା ଯୋଗାଇ ପାରୁ ନଥିବାରୁ ଟିକାକରଣ କାର୍ଯ୍ୟକ୍ରମ ତ୍ୱାନ୍ୱିତ ହୋଇ ପାରୁ ନଥିବା ବିଭିନ୍ନ ରାଜ୍ୟର ସରକାରମାନେ ଅଭିଯୋଗ କରୁଛନ୍ତି।

ଏସବୁ ଭିତରେ ଆଜି କେନ୍ଦ୍ର ସରକାର ଟିକାକରଣ ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କ ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଧିମା ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଏଥିସହ ସେ କେନ୍ଦ୍ର ସରକାରଙ୍କୁ ଟିକାକରଣ ଶୈଳୀ ବଦଳାଇ ସମସ୍ତଙ୍କୁ ଯଥାଶୀଘ୍ର ଟିକାର ଡୋଜ୍‌ ଦେବାକୁ ପରାମର୍ଶ ଦେଇଥିଲେ।

Advertisment

ଏହାପରେ ପ୍ରକାଶ ଜାଭଡେକର ଡିସେମ୍ବର ସୁଦ୍ଧା ଟିକା ସମସ୍ତଙ୍କୁ ଦିଆଯିବ ବୋଲି କହିଛନ୍ତି। ଟିକାକରଣ କାର୍ଯ୍ୟକ୍ରମ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବ୍ଲୁ ପ୍ରିଣ୍ଟ ମଧ୍ୟ ଜାଭଡେକର ଆଜି ରାହୁଲ ଗାନ୍ଧିଙ୍କୁ ଦେଖାଇଛନ୍ତି। ସେ କହିଛନ୍ତି, ଡିସେମ୍ବର ସୁଦ୍ଧା ୧୦୮ କୋଟି ଲୋକଙ୍କୁ ଟିକା ଦିଆଯିବ। ସମସ୍ତେ ମନେ ରଖିବା ଦରକାର ଯେ ଭାରତ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ଭାବେ ଖୁବକମ ସମୟରେ ଅଧିକ ଲୋକଙ୍କ ଟିକାକରଣ କରିବାର ରେକର୍ଡ କରିଛି।

ବର୍ତ୍ତମାନ ସୁଦ୍ଧା ୨୦ କୋଟିରୁ ଅଧିକ ଲୋକଙ୍କୁ ଟିକାର ଡୋଜ୍‌ ଦିଆଯାଇ ସାରିଛି। ଭାରତର ଟିକାକରଣ କାର୍ଯ୍ୟକ୍ରମ ୨୦୨୧ ସରିବା ପୂର୍ବରୁ ଶେଷ ହେବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ସମ୍ପର୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ରାହୁଲଜୀ ଡିସେମ୍ବର ସୁଦ୍ଧା ୧୦୮ କୋଟି ଲୋକଙ୍କୁ ୨୧୬ କୋଟି ଟିକାର ଡୋଜ୍‌ ଦିଆଯିବ। ଯଦି ଆପଣ ଟିକାକରଣକୁ ନେଇ ଏତେ ବ୍ୟସ୍ତ, ତା’ହେଲେ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ଟିକାକରଣ ଉପରେ ଗୁରୁତ୍ୱ ଦିଅନ୍ତୁ। ସେମାନେ ମେ’୧ରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କ ପାଇଁ ଉପଲବ୍ଧ ଥିବା ଟିକାକୁ ମଧ୍ୟ ନେଉନାହାନ୍ତି। ତେଣୁ ଏହା ଉପରେ ରାହୁଲଜୀ ଧ୍ୟାନ ଦିଅନ୍ତୁ ବୋଲି ଜାଭଡେକର କହିଛନ୍ତି।

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe