Advertisment

ତୁଟୁନି ବିବାଦ: କଂଗ୍ରେସ ସଭାପତି ପଦ ରେସରୁ ଓହରିବେ ଗେହଲଟ !

ଜୟପୁର: ରାଜସ୍ଥାନରେ କଂଗ୍ରେସ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ କନ୍ଦଳ ତେଜୁଥିବାରୁ କଂଗ୍ରେସ ସଭାପତି ନିର୍ବାଚନରୁ ଅଶୋକ ଗେହଲଟ ଓହରି ପାରନ୍ତି। ତାଙ୍କ ସ୍ଥାନରେ କେସି ଭେନୁଗୋପାଲ, ଦିଗ  ବିଜୟ ସିଂହ ଏବଂ ମଲ୍ଲିକାର୍ଜୁନ ଖାଡ଼ଗେ ନିର୍ବାଚନ ଲଢ଼ିପାରନ୍ତି। କାରଣ ରାଜସ୍ଥାନରେ କ୍ଷମତା ପାଇଁ ଦୁଇ କଂଗ୍ରେସ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗି ରହିଛି। ଫଳରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେନେଇ ଚୟନ ହୋଇପାରିନି।  କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲାଗି […]

ଗେହଲଟ୍‌ଙ୍କ ମନ୍ତବ୍ୟକୁ ନେଇ ଝଡ଼, ନିର୍ଭୟା କାଣ୍ଡ ପରେ ବଢ଼ୁଛି ଦୁଷ୍କର୍ମ ସହ ହତ୍ୟା ମାମଲା

Ashok-gehlot

Advertisment

ଜୟପୁର: ରାଜସ୍ଥାନରେ କଂଗ୍ରେସ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ କନ୍ଦଳ ତେଜୁଥିବାରୁ କଂଗ୍ରେସ ସଭାପତି ନିର୍ବାଚନରୁ ଅଶୋକ ଗେହଲଟ ଓହରି ପାରନ୍ତି। ତାଙ୍କ ସ୍ଥାନରେ କେସି ଭେନୁଗୋପାଲ, ଦିଗ  ବିଜୟ ସିଂହ ଏବଂ ମଲ୍ଲିକାର୍ଜୁନ ଖାଡ଼ଗେ ନିର୍ବାଚନ ଲଢ଼ିପାରନ୍ତି। କାରଣ ରାଜସ୍ଥାନରେ କ୍ଷମତା ପାଇଁ ଦୁଇ କଂଗ୍ରେସ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗି ରହିଛି। ଫଳରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେନେଇ ଚୟନ ହୋଇପାରିନି।  କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲାଗି ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବବାକୁ ପଡ଼ିବ।   ତେବେ ତାଙ୍କ ସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଲାଗି ରହିଛି ଛକାପଞ୍ଝା। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବାରୁ ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଗେହଲଟ ଗୋଷ୍ଠୀ ବିଦ୍ରୋହ ଆରମ୍ଭ କରିଥିଲେ।

Advertisment

ସଚିନ ପାଇଲଟ ନୁହେଁ ବରଂ ଗେହଲଟଙ୍କ ପସନ୍ଦର ନେତା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ସେମାନେ ଦାବି କରିଛନ୍ତି। ଯଦି ସେପରି ନହୁଏ, ତା’ହେଲେ ୯୦ରୁ ଅଧିକ ବିଧାୟକ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ। ଅନ୍ୟପଟେ  ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱ କଂଗ୍ରେସ ହାଇକମାଣ୍ଡ ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କୁ ଦାୟିତ୍ୱ ଦେଇଥିଲେ ।  ଏଆଇସିସି ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମଲିକାର୍ଜୁନ ଖାଡ଼ଗେ ରାଜସ୍ଥାନ ଯାଇଥିଲେ। ସୂଚନା ଅନୁଯାୟୀ ଅଶୋକ ଗେହଲଟଙ୍କ ଗୋଷ୍ଠୀ ଏହି ୨ ପର୍ଯ୍ୟବେକ୍ଷକଙ୍କ ଆଗରେ ୩ ସର୍ତ୍ତ ରଖିଛନ୍ତି  ।

ଅକ୍ଟୋବର ୧୯ ପରେ ମୁଖ୍ୟମନ୍ତ୍ରୀ କିଏ ହେବ ବାଛିବା ନେଇ ସର୍ତ୍ତ ରଖିଛନ୍ତି।  ଏଥିସହ କଂଗ୍ରେସ ହାଇକମାଣ୍ଡ ହିଁ ମୁଖ୍ୟମନ୍ତ୍ରୀ ବାଛିବେ ବୋଲି ସର୍ତ୍ତ ରଖାଯାଇଥିଲା। ଅନ୍ୟପଟେ  ସଚିନ ପାଇଲଟଙ୍କ ସମର୍ଥନରେ ରାଜସ୍ଥାନର ଯୋଧପୁରରେ ଏକାଧିକ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ସଚିନ ପାଇଲଟଙ୍କ ଫଟୋ ସହ ଲେଖାଯାଇଛି ସତ୍ୟ ମେବ ଜୟତେ। ନୂଆ ଯୁଗର ଆରମ୍ଭ ବିବାଦ ମଧ୍ୟରେ ସତ୍ୟର ଜୟ ହେବ ଓ ନୂଆ ଯୁଗର ଆରମ୍ଭ ହେବ । ଏହି ପୋଷ୍ଟର ନୂଆ ଟୁଇଷ୍ଟ ଆଣିଛି । ପୋଷ୍ଟର ସଚିନ ପାଇଲଟଙ୍କ ସମର୍ଥକମାନଙ୍କ ଦ୍ୱାରା ଲଗାଯାଇଥିବା ସନ୍ଦେହ କରାଯାଉଛି ।  ତେବେ ସଚିନ ପାଇଲଟ ଏବେ ଜୟପୁରରେ ଅଛନ୍ତି  ଓ ସେ ପୋଷ୍ଟର ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe