Advertisment

କଂଗ୍ରେସ, ଟିଏମସି ପରେ ବିଜେପି ମଧ୍ୟ ପ୍ରଚାର ନେଇ ନିଷ୍ପତ୍ତି ନେଲା

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶରେ ଏବେ କରୋନାର ଦୌରାତ୍ମ୍ୟ ଆଉ ଗୋଟିଏ ପଟେ ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଛି। ତେଣୁ ପ୍ରଚାର ଏବଂ ରୋଡ୍ ଶୋରେ ଭିଡ ଜମୁଛି। କରୋନାକୁ ଆଖି ଆଗରେ ରଖି ରାଜନୀତିକ ଦଳ ଗୁଡ଼ିକର ରାଲି ସମାଲୋଚିତ ହୋଇଥିଲା। ଏବେ କିନ୍ତୁ ସମସ୍ତ ରାଜନୀତିକ ଦଳ ଏହି ବଡ଼ ରାଲି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ବିଜେପି କହିଛି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସମାବେଶରେ […]

author-image
Subhransu Sekhar
ମୋଦିଙ୍କ ରାଲି ପୂର୍ବରୁ ୭୬ ଟିଏମସି ନେତା ମୁକୁଲ ରୟଙ୍କୁ ଭେଟିଲେ

narendra-modi-2

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶରେ ଏବେ କରୋନାର ଦୌରାତ୍ମ୍ୟ ଆଉ ଗୋଟିଏ ପଟେ ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଛି। ତେଣୁ ପ୍ରଚାର ଏବଂ ରୋଡ୍ ଶୋରେ ଭିଡ ଜମୁଛି। କରୋନାକୁ ଆଖି ଆଗରେ ରଖି ରାଜନୀତିକ ଦଳ ଗୁଡ଼ିକର ରାଲି ସମାଲୋଚିତ ହୋଇଥିଲା। ଏବେ କିନ୍ତୁ ସମସ୍ତ ରାଜନୀତିକ ଦଳ ଏହି ବଡ଼ ରାଲି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ବିଜେପି କହିଛି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସମାବେଶରେ ୫୦୦ରୁ ଅଧିକ ଲୋକ ଯୋଗ ଦେବେ ନାହିଁ। ସଭାଗୁଡ଼ିକ ଛୋଟ ହେବ। ଏଥିସହ ଯେଉଁମାନେ ସାମିଲ ହେବେ ସେମାନେ କୋଭିଡ ଗାଇଡ ଲାଇନ୍ ମାନିବେ। ଆଉ ଖୋଲା ସ୍ଥାନରେ ରାଲିର ଆୟୋଜନ ହେବ।

Advertisment

ବିଜେପି କହିଛି ପଶ୍ଚିମବଙ୍ଗରେ କୋଟି କୋଟି ମାସ୍କ ଏବଂ ସାନିଟାଇଜର ବାଣ୍ଟିବାକୁ ଲକ୍ଷ୍ୟ ରଖିଛି। ଦଳର ସଭାପତି ଜେପି ନାଡାଙ୍କ ଆହ୍ୱାନ କ୍ରମେ ରାଜ୍ୟରେ କୋଭିଡ ହେଲ୍ପଡେସ୍କ ଏବଂ କୋଭିଡ ହେଲ୍ପଲାଇନ ଜାରି କରାଯିବ।

https://twitter.com/ANI/status/1384158641951891469?s=20

https://twitter.com/ANI/status/1384161680121233420?s=20

ସୂଚନାଯୋଗ୍ୟ, କୋଭିଡ ମାମଲାକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ତାଙ୍କର ସମସ୍ତ ନିର୍ବାଚନ ସମାବେଶକୁ ବାତିଲ କରିଥିଲେ। ଏହାପରେ ସମସ୍ତ ରାଜନୀତିକ ଦଳକୁ ଏନେଇ ଚିନ୍ତା କରିବାକୁ ଆହ୍ୱାନ କରିଥିଲେ।

Advertisment

ଏହାପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗକୁ ରାଜ୍ୟରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତିନୋଟି ପର୍ଯ୍ୟାୟ ପରିବର୍ତ୍ତେ ଗୋଟିଏ ପର୍ଯ୍ୟାୟରେ ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ଅପିଲ କରିଛନ୍ତି।

ସେହିପରି ମମତା ମଧ୍ୟ ଆଉ ବଡ଼ ରାଲି କରିବେ ନାହିଁ। କେବଳ ଛୋଟିଆ ସଭା କରିବେ ବୋଲି ଟିଏମସି ନିଷ୍ପତ୍ତି ନେଇଛି।

West Bengal Assembly Election West Bengal Election 2021