ଝିଅ ଖୋଲିଲା ବାପାଙ୍କ ହତ୍ୟା ଗୁମର, ମା’କୁ ବାନ୍ଧିଲା ପୁଲିସ୍‌

ନାଗପୁର: ବାପାଙ୍କ ମୃତ୍ୟୁର ଗୁମର ଖୋଲିଛି ଝିଅ। ୩ ମାସ ତଳେ ବାପାଙ୍କୁ ହରାଇଥିବା ଝିଅ ହାତରେ ଲାଗିଛି ସାଂଘାତିକ ତଥ୍ୟ। ହୃଦଘାତରେ ନୁହେଁ ବରଂ ବାପାଙ୍କୁ ୩ ମାସ ତଳେ ହତ୍ୟା କରାଯାଇଥିବା ଜାଣିବାକୁ ପାଇଛି ଝିଅ। ଏହି ହତ୍ୟାକାଣ୍ଡ କେହି ଅଜଣା ଲୋକ ନୁହନ୍ତି ବରଂ ତାଙ୍କ ମା’ ହିଁ ଘଟାଇଛନ୍ତି। ଏକଥା ଜାଣିବା ପରେ ଝିଅ ଜଣଙ୍କ ପୁଲିସ୍‌କୁ ସବୁ କଥା କହିଛନ୍ତି। ପୁଲିସ୍‌ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ଗିରଫ କରିଛି। […]

ranjana

ranjana

Hemant Lenka
  • Published: Thursday, 17 November 2022
  • Updated: 17 November 2022, 05:20 PM IST

ନାଗପୁର: ବାପାଙ୍କ ମୃତ୍ୟୁର ଗୁମର ଖୋଲିଛି ଝିଅ। ୩ ମାସ ତଳେ ବାପାଙ୍କୁ ହରାଇଥିବା ଝିଅ ହାତରେ ଲାଗିଛି ସାଂଘାତିକ ତଥ୍ୟ। ହୃଦଘାତରେ ନୁହେଁ ବରଂ ବାପାଙ୍କୁ ୩ ମାସ ତଳେ ହତ୍ୟା କରାଯାଇଥିବା ଜାଣିବାକୁ ପାଇଛି ଝିଅ। ଏହି ହତ୍ୟାକାଣ୍ଡ କେହି ଅଜଣା ଲୋକ ନୁହନ୍ତି ବରଂ ତାଙ୍କ ମା’ ହିଁ ଘଟାଇଛନ୍ତି।

ଏକଥା ଜାଣିବା ପରେ ଝିଅ ଜଣଙ୍କ ପୁଲିସ୍‌କୁ ସବୁ କଥା କହିଛନ୍ତି। ପୁଲିସ୍‌ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ଗିରଫ କରିଛି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି। ବ୍ୟକ୍ତି ଜଣଙ୍କ ହୃଦଘାତରେ ପ୍ରାଣ ହରାଇଥିବା କୁହାଯାଉଥିଲା। ହେଲେ ମା’ଙ୍କ ଫୋନରୁ ଝିଅ ପାଇଥିବା ଅଡିଓ ରେକର୍ଡିଂ ଏହା ପଛର ଗୁମର ଖୋଲିବାକୁ ସକ୍ଷମ ହୋଇଛି।

ଅଗଷ୍ଟ ୬ ତାରିଖରେ ରଞ୍ଜନା ରାମତେକେ ତାଙ୍କ ସ୍ୱାମୀଙ୍କୁ ଶୋଇବା ଅବସ୍ଥାରେ ହତ୍ୟା କରିଥିଲେ। ରଞ୍ଜନାଙ୍କ ସ୍ୱାମୀ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ। ହତ୍ୟା କରିବା ପରେ ସେ ତୁରନ୍ତ ନିଜ ପ୍ରେମିକଙ୍କୁ ଫୋନ କରିଥିଲେ ଓ ବେଶ ଶାନ୍ତ ଭାବେ ନିଜର ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।

ରଞ୍ଜନା ତାଙ୍କ ପ୍ରେମିକାଙ୍କୁ କହିଥିଲେ ଯେ “ମୁଁ ତକିଆ ଦ୍ୱାରା ମୁହଁକୁ ଚିପି ମୋ ସ୍ୱାମୀଙ୍କୁ ମାରି ଦେଇଛି। ମୁଁ କାଲି ସକାଳେ(ଅଗଷ୍ଟ ୭) ସମ୍ପର୍କୀୟମାନଙ୍କୁ ଫୋନ କରିବି ଓ ମୃତ୍ୟୁ ସମ୍ପର୍କରେ ସୂଚନା ଦେବି। ମୁଁ ସେମାନଙ୍କୁ କହିବି ଯେ ତାଙ୍କର(ସ୍ୱାମୀ) ହୃଦଘାତ ହୋଇଯାଇଛି।”

ଯୋଜନା ଅନୁସାରେ ରଞ୍ଜନା ନିଜର ସମ୍ପର୍କୀୟମାନଙ୍କୁ ଫୋନ କରିଥିଲେ ଓ ସ୍ୱାମୀଙ୍କ ମୃତ୍ୟୁ ସମ୍ପର୍କରେ ଖବର ଦେଇଥିଲେ। ରଞ୍ଜନାଙ୍କ ଆଚରଣ ଓ ବ୍ୟବହାର ଦେଖି କେହି ବି ଏହା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରି ପାରି ନଥିଲେ। ଏହାପରେ ସମ୍ପର୍କୀୟଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରାଯାଇଥିଲା।

ଘଟଣା ଘଟିବା ପରଠାରୁ ୩ ମାସ ଯାଏ ସବୁ କିଛି ରଞ୍ଜନାଙ୍କ ଯୋଜନା ଅନୁସାରେ ଚାଲିଥିଲା। କିନ୍ତୁ କିଛି ଦିନ ତଳେ ମା’ଙ୍କ ପାଖକୁ ବୁଲିବାକୁ ଆସିଥିବା ଝିଅ ଶ୍ୱେତା ସବୁ କିଛି ବିଗାଡ଼ି ଦେଇଛନ୍ତି।

ଘରେ ଥିବା ବେଳେ ଶ୍ୱେତା କଲ୍‌ କରିବା ପାଇଁ ମା’ଙ୍କୁ ଫୋନ ମାଗିଥିଲେ। ସେ ମଧ୍ୟ ଦେଇ ଦେଇଥିଲେ। କଲ୍‌ କଟ କରିବା ପରେ ଗୋଟିଏ ଅଡିଓ ରେକର୍ଡିଂ ଉପରେ ଶ୍ୱେତାଙ୍କ ନଜର ପଡ଼ିଥିଲା। ଏହାକୁ ଶୁଣିବା କ୍ଷଣି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେ ଅଡିଓ ରେକର୍ଡିଂକୁ ଧରି ସିଧା ପୁଲିସ୍‌ ପାଖରେ ପହଞ୍ଚିଥିଲେ। ଏହାପରେ ସ୍ୱାମୀଙ୍କୁ ମାରିବା ଅଭିଯୋଗରେ ରଞ୍ଜନାଙ୍କୁ ଗିରଫ କରାଯାଇଛି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, “ଶ୍ୱେତା ପୁଲିସ୍‌ ଷ୍ଟେସନକୁ ଅଡିଓ ରେକର୍ଡିଂ ସହ ଆସିଥିଲେ। ଏଥିରେ ରଞ୍ଜନା ଓ ତାଙ୍କ ପ୍ରେମିକ ମୁକେଶ ତ୍ରିବେଦୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ରେକର୍ଡ ରହିଛି। କଥାବାର୍ତ୍ତା ବେଳେ ରଞ୍ଜନା କେମିତି ତକିଆ ଦ୍ୱାରା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି, ସେକଥା ମୁକେଶଙ୍କୁ କହିଥିଲେ।”

ଅଡିଓ ରେକର୍ଡିଂ ପାଇବା ପରେ ପୁଲିସ୍‌ ରଞ୍ଜନା ଓ ମୁକେଶଙ୍କୁ ଥାନାକୁ ଡାକି ମୁହାଁମୁହିଁ ଜେରା କରିଥିଲା। ଉଭୟଙ୍କୁ କଲ ରେକର୍ଡିଂ ମଧ୍ୟ ଶୁଣା ଯାଇଥିଲା। ପୁଲିସ୍‌ ବାରମ୍ବାର ଜେରା କରିବା ପରେ ଉଭୟ ଉକ୍ତ ରେକର୍ଡିଂକୁ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story