Advertisment

ଭାଉଜ ଓ ତାଙ୍କ ଛୋଟ ପିଲାକୁ ଜୀବନ୍ତ ଜାଳି ହତ୍ୟା କଲା ଦିଅର

ଚେନ୍ନାଇ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଯୌନ ନିର୍ଯାତନାକୁ ବିରୋଧ କରିବାରୁ ଭାଉଜ ଓ ତାଙ୍କ ଛୋଟ ପିଲାକୁ ଦିଅର ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ପ୍ରଥମେ ସେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ରକ୍ତାକ୍ତ କରିଥିଲା। ଏହାପରେ ଉଭୟଙ୍କୁ ଜୀବନ୍ତ ଜାଳି ହତ୍ୟା କରିଛି। ତାମିଲନାଡୁର ଦିନଦିଗୁଲ ଜିଲ୍ଲାରେ ଥିବା ନାଥମ ଗାଁରେ ଏପରି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାର ଶିକାର ହୋଇଥିବା […]

ଭାଉଜ ଓ ତାଙ୍କ ଛୋଟ ପିଲାକୁ ଜୀବନ୍ତ ଜାଳି ହତ୍ୟା କଲା ଦିଅର

alive

Advertisment

ଚେନ୍ନାଇ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଯୌନ ନିର୍ଯାତନାକୁ ବିରୋଧ କରିବାରୁ ଭାଉଜ ଓ ତାଙ୍କ ଛୋଟ ପିଲାକୁ ଦିଅର ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ପ୍ରଥମେ ସେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ରକ୍ତାକ୍ତ କରିଥିଲା। ଏହାପରେ ଉଭୟଙ୍କୁ ଜୀବନ୍ତ ଜାଳି ହତ୍ୟା କରିଛି। ତାମିଲନାଡୁର ଦିନଦିଗୁଲ ଜିଲ୍ଲାରେ ଥିବା ନାଥମ ଗାଁରେ ଏପରି ଘଟଣା ଘଟିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାର ଶିକାର ହୋଇଥିବା ଅଞ୍ଜଳୀଙ୍କ ବୟସ ୨୨ ବର୍ଷ। ଘଟଣାରେ ଅଞ୍ଜଳୀଙ୍କ ଦେଢ଼ ବର୍ଷର ପିଲା ମାଲାରଭିଜ ମଧ୍ୟ ପ୍ରାଣ ହରାଇଛନ୍ତି। ଅଞ୍ଜଳୀ କିଛି ବର୍ଷ ତଳେ ଦିନ ମଜୁରିଆ ଭାବେ କାମ କରୁଥିବା ଶିବକୁମାରଙ୍କୁ ବିବାହ କରିଥିଲେ।

ବାହାଘରେ ପରେ ପୂରା ପରିବାର ସହ ଶିବକୁମାର ନିଜ ସଂସାରର ଗାଡ଼ିକୁ ଆଗକୁ ନେଇଥିଲେ। କିନ୍ତୁ ଶିବକୁମାରଙ୍କ ଭାଇ କରୁପ୍ପାଇ(୩୦) ସବୁବେଳେ ଅଞ୍ଜଳୀଙ୍କୁ ଖରାପ ବ୍ୟବହାର କରୁଥିଲା। ଏଥିସହ ସେ ତାଙ୍କୁ ହଇରାଣ ମଧ୍ୟ କରେ। ଶନିବାର ଶିବକୁମାର କାମକୁ ଯିବା ପରେ ଅଞ୍ଜଳୀ ମେଣ୍ଢାମାନଙ୍କୁ ଖାଇବାକୁ ଦେଇଥିଲେ।

Advertisment

କରୁପ୍ପାଇ ମଧ୍ୟ ତାଙ୍କ ପିଛା କରି ମେଣ୍ଢାଶାଳରେ ପହଞ୍ଚିଥିଲା। ସେଠାରେ ସେ ତାଙ୍କୁ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲା। ଅଞ୍ଜଳୀ ଏହାକୁ ବିରୋଧ କରି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଏଥିରେ ରାଗି ଯାଇ କରୁପ୍ପାଇ ଅଞ୍ଜଳୀ ଓ ତାଙ୍କ ଦେଢ଼ ବର୍ଷର ପିଲାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା।

ସେମାନେ ତଳେ ପଡ଼ି ଯିବାରୁ ସେ ଉଭୟଙ୍କୁ କିରାସିନ ଢାଳି ଜୀବନ୍ତ ନିଆଁ ଲଗାଇ ଦେଇଥିଲା। ଘଟଣା ଏତେ ଭୟଙ୍କର ଥିଲା ଯେ ଅଞ୍ଜଳୀ ଓ ତାଙ୍କ ପିଲା ସେହି ସ୍ଥାନରେ ହିଁ ପ୍ରାଣ ହରାଇଥିଲେ। ଘଟଣା ପରେ ପୁଲିସ୍‌ କରୁପ୍ପାଇକୁ ଧରି ପଚରାଉଚରା କରିଥିଲା। ହେଲେ ସେ ପ୍ରଥମେ କିଛି ଜାଣି ନଥିବା କହିଥିଲା। କିନ୍ତୁ ପୁଲିସ୍‌ ତାକୁ ମାଡ଼ ମାରିବାରୁ ସେ ପୂରା ଘଟଣାକୁ ସ୍ୱୀକାର କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe