Advertisment

ଲୌହଦାନବ ମୁହଁରୁ ମହିଳାଙ୍କୁ ବଞ୍ଚାଇଲେ, କିନ୍ତୁ..

ଲକ୍ଷ୍ନୌ: ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି ଜଣେ ମହିଳା। ସେ ରେଳ ଧାରଣା କ୍ରସ କରୁଥିବା ବେଳେ ହଠାତ୍‌ ମାଡ଼ି ଆସିଥିଲା ଟ୍ରେନ। ହେଲେ ସେଠାରେ ଥିବା ଜଣେ ରେଳବାଇ କର୍ମଚାରୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିନେଇଥିଲେ। ତଥାପି ମହିଳା ଜଣଙ୍କ ସାମାନ୍ୟ ପାଣି ବୋତଲ ପାଇଁ ଯାଉଥିବା ବେଳେ ଟ୍ରେନ୍‌ଟି ଅତି ନିକଟରେ ତାଙ୍କୁ ଅତିକ୍ରମ କରିଥିଲା। ଏହି ଦୃଶ୍ୟକୁ ଦେଖି ଲୋକମାନେ ସ୍ତବ୍ଧ ହୋଇଯାଇଛନ୍ତି। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ […]

author-image
Hemant Lenka
ଲୌହଦାନବ ମୁହଁରୁ ମହିଳାଙ୍କୁ ବଞ୍ଚାଇଲେ, କିନ୍ତୁ..

Train

ଲକ୍ଷ୍ନୌ: ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି ଜଣେ ମହିଳା। ସେ ରେଳ ଧାରଣା କ୍ରସ କରୁଥିବା ବେଳେ ହଠାତ୍‌ ମାଡ଼ି ଆସିଥିଲା ଟ୍ରେନ। ହେଲେ ସେଠାରେ ଥିବା ଜଣେ ରେଳବାଇ କର୍ମଚାରୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିନେଇଥିଲେ। ତଥାପି ମହିଳା ଜଣଙ୍କ ସାମାନ୍ୟ ପାଣି ବୋତଲ ପାଇଁ ଯାଉଥିବା ବେଳେ ଟ୍ରେନ୍‌ଟି ଅତି ନିକଟରେ ତାଙ୍କୁ ଅତିକ୍ରମ କରିଥିଲା। ଏହି ଦୃଶ୍ୟକୁ ଦେଖି ଲୋକମାନେ ସ୍ତବ୍ଧ ହୋଇଯାଇଛନ୍ତି। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଉତ୍ତର ପ୍ରଦେଶର ଶିକୋହାବାଦନ ଷ୍ଟେସନରେ ଏପରି ଘଟଣା ଘଟିଛି। ଷ୍ଟେସନରେ ଲାଗିଥିବା ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି। ଏହାକୁ ଏକାଧିକ ଲୋକ ସୋଶାଲ ମିଡିଆରେ ଭାଇରାଲ କରିବାରେ ଲାଗିଛି। ଜଣେ ମହିଳା ରେଳ ଧାରଣା ଦେଇ ଗୋଟିଏ ପ୍ଲାଟଫର୍ମରୁ ଆଉ ଗୋଟିଏ ଫ୍ଲାଟଫର୍ମକୁ ଯାଉଥିବା ବେଳେ ପୂରା ଘଟଣା ଘଟିଛି।

ସାମ୍ନାକୁ ଆସିଥିବା ଫୁଟେଜ ଅନୁଯାୟୀ, ହଳଦିଆ ରଙ୍ଗର ସାଲୱାର-କମିଜ ପିନ୍ଧିଥିବା ମହିଳା ଜଣଙ୍କ ରେଳ ଧାରଣା ଦେଇ ପ୍ଲାଟଫର୍ମକୁ ଯିବାକୁ ଚେଷ୍ଟା କରୁଛନ୍ତି। ପ୍ଲାଟଫର୍ମ ଉଚ୍ଚ ଥିବାରୁ ସେ ରେଳ ଧାରଣରୁ ଏହା ଉପରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ହଠାତ୍‌ ଗୋଟିଏ ଟ୍ରେନ ଦ୍ରୁତଗତିରେ ପ୍ଲାଟଫର୍ମରେ ପଶିଥିଲା।

Advertisment

ମହିଳା ତରବରିଆ ଭାବେ ପ୍ଲାଟଫର୍ମକୁ ଆସିବାକୁ ଚେଷ୍ଟା କରୁଥିବା ଘଟଣା ସେଠାରେ ଥିବା ରାମ ସ୍ୱରୂପ ମୀନାଙ୍କ ନଜର ପଡ଼ିଥିଲା। ସେ ମହିଳାଙ୍କ ନିକଟକୁ ଦୌଡ଼ି ଆସିଥିଲେ ଓ ତାଙ୍କ ହାତକୁ ଧରି ପ୍ଲାଟଫର୍ମକୁ ଟାଣି ଆଣିଥିଲେ। ସେ ପ୍ଲାଟଫର୍ମକୁ ଆସିବା କ୍ଷଣି ଟ୍ରେନଟି ଦ୍ରୁତଗତିରେ ତାଙ୍କ ପଛପଟେ ଅତିକ୍ରମ କରିଥିଲା। ହେଲେ ମହିଳା ଜଣଙ୍କ ପାଣି ବୋତଲ ଆଣିବାକୁ ପୁଣି ଦ୍ରୁତଗାମୀ ଟ୍ରେନର ନିକଟତର ହେବା ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଏହା ଦେଖି ତାଙ୍କୁ ରେଳ ଧାରଣାରୁ ଉଦ୍ଧାର କରିଥିବା କର୍ମଚାରୀ ଜଣଙ୍କ କିଛି କହୁଥିବା ଭିଡିଓରୁ ଜଣାପଡ଼ିଛି। ସେ ଯାହା ବି ହେଉ ମହିଳା ଜଣଙ୍କ ଅକ୍ଷତ ଅବସ୍ଥାରେ ରହିଛନ୍ତି।


ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, “ପାଣି ବୋତଲର ଦାମ ମଣିଷ ଜୀବନ ଠାରୁ ଅଧିକ ମୂଲ୍ୟବାନ।” ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ସେମାନଙ୍କୁ ଛଡ଼ା ଯିବା କଥା ନୁହେଁ ବୋଲି ଆଉ ଜଣେ ଟ୍ୱିଟର ୟୁଜର୍ସ ମତ ରଖିଛନ୍ତି।