Advertisment

ଅଚେତ ହୋଇ ଚଳନ୍ତା ଟ୍ରେନ ତଳକୁ ଟଳିପଡ଼ିଲେ, ପାଇଲେ ନୂଆ ଜୀବନ

ଆର୍ଜେଣ୍ଟିନା: ପ୍ଲାଟଫର୍ମ ଦେଇ ଟ୍ରେନ୍ ଦ୍ରୁତଗତିରେ ଯାଉଥିଲା। ଅନ୍ୟ ଯାତ୍ରୀଙ୍କ ଭଳି ପ୍ଲାଟଫର୍ମରେ ଠିଆ ହୋଇଥିଲେ ଜଣେ ମହିଳା। ହେଲେ କେହିକିଛି ବୁଝିବା ପୂର୍ବରୁ ତାଙ୍କ ମୁଣ୍ଡ ବୁଲାଇ ଦେଇଥିଲା। ସେ ତତକ୍ଷଣାତ୍ ଅଚେତ ହୋଇ ଚଳନ୍ତା ଟ୍ରେନ ଭିତରେ ପଡ଼ିଯାଇଥିଲେ। ପଡ଼ିବା ପୂର୍ବରୁ ଟ୍ରେନ ସହ ବାଡେଇ ହୋଇଯାଇଥିଲେ। ଚଳନ୍ତା ଟ୍ରେନ୍ ଓ ପ୍ଲାଟଫର୍ମ ଭିତରେ ସମ୍ପୂର୍ଣ୍ଣ ଶରୀର ପଶିଯାଇଥିଲା। ପ୍ଲାଟଫର୍ମରେ ଉପସ୍ଥିତ ଯାତ୍ରୀମୋନେ ଦୌଡି ଆସି ଏହି ମହିଳାଙ୍କୁ ଭିଡି ବାହାର କରିଥିଲେ। ମହିଳାଙ୍କ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଅଚେତ ହୋଇ ଚଳନ୍ତା ଟ୍ରେନ ତଳକୁ ଟଳିପଡ଼ିଲେ, ପାଇଲେ ନୂଆ ଜୀବନ

girl

ଆର୍ଜେଣ୍ଟିନା: ପ୍ଲାଟଫର୍ମ ଦେଇ ଟ୍ରେନ୍ ଦ୍ରୁତଗତିରେ ଯାଉଥିଲା। ଅନ୍ୟ ଯାତ୍ରୀଙ୍କ ଭଳି ପ୍ଲାଟଫର୍ମରେ ଠିଆ ହୋଇଥିଲେ ଜଣେ ମହିଳା। ହେଲେ କେହିକିଛି ବୁଝିବା ପୂର୍ବରୁ ତାଙ୍କ ମୁଣ୍ଡ ବୁଲାଇ ଦେଇଥିଲା। ସେ ତତକ୍ଷଣାତ୍ ଅଚେତ ହୋଇ ଚଳନ୍ତା ଟ୍ରେନ ଭିତରେ ପଡ଼ିଯାଇଥିଲେ। ପଡ଼ିବା ପୂର୍ବରୁ ଟ୍ରେନ ସହ ବାଡେଇ ହୋଇଯାଇଥିଲେ। ଚଳନ୍ତା ଟ୍ରେନ୍ ଓ ପ୍ଲାଟଫର୍ମ ଭିତରେ ସମ୍ପୂର୍ଣ୍ଣ ଶରୀର ପଶିଯାଇଥିଲା। ପ୍ଲାଟଫର୍ମରେ ଉପସ୍ଥିତ ଯାତ୍ରୀମୋନେ ଦୌଡି ଆସି ଏହି ମହିଳାଙ୍କୁ ଭିଡି ବାହାର କରିଥିଲେ। ମହିଳାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ହେଲେ ସୌଭାଗ୍ୟକୁ ନିଶ୍ଚିନ୍ତ ମୃତ୍ୟୁମୁଖରୁ ସେ ବର୍ତ୍ତି ଯାଇଥିଲେ। ଅର୍ଜେଣ୍ଟିନା ଇଣ୍ଡିପେଣ୍ଡେନ୍ସ ଷ୍ଟେସନରେ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ଏହି ଘଟଣା ଘଟିଥିଲା। ଯାହାର ଦୃଶ୍ୟ ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହେବା ପରେ ଏବେ ଭାଇରାଲ ହୋଇଛି।

Advertisment


ଏହି ମହିଳାଙ୍କ ନାମ କାଣ୍ଡେଲା। ତେବେ ମହିଳାଙ୍କ କହିବା କଥା ସେ ନିଜକୁ ଏହି ଘଟଣାରେ ଜୀବନ୍ତ ଥିବା ଜାଣି ଆଶ୍ଚର୍ଯ୍ୟ। ରକ୍ତଚାପ ଯୋଗୁ ମୁଣ୍ଡ ବୁଲାଇ ଦେବାରୁ ସେ ପଡ଼ିଯାଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ବୁଇନସ୍ ଏୟାରସ୍ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଥିଲା। ସେଠାରେ ଡାକ୍ତର ଜୀବନପ୍ରତି ବିପଦ ନ ଥିବା କହିବା ପରେ ଆଶ୍ୱସ୍ତି ମିଳିଥିଲା।

Advertisment