Advertisment

କର୍ମଫଳ: ଚଳନ୍ତା ବାଇକରେ ଅନ୍ୟଙ୍କୁ ଗୋଇଠା ମାରି ନିଜେ ପଡ଼ିଗଲେ

ନୂଆଦିଲ୍ଲୀ: ସବୁ କର୍ମର ଫଳ ରହିଛି । ଭଲ କର୍ମର ଭଲ ଫଳ । ଖରାପ କର୍ମର ଖରାପ ଫଳ । କେତେବେଳେ ସଙ୍ଗେ ସଙ୍ଗେ ମିଳିଯାଏ ତ କେତେ ବେଳେ ଡେରି ହୁଏ । ହେଲେ କର୍ମଫଳ ଯେମିତି ହେଲେ ମିଳେ । ଏହାର ଏକ ତାଜା ଉଦାହରଣ ସାମ୍ନାକୁ ଆସିଛି। ଚଳନ୍ତା ବାଇକ୍ ପଛରେ ବସିଥିବା ଜଣେ ମହିଳା, ଅନ୍ୟ ଜଣେ ବାଇକ ଚାଳକଙ୍କୁ ଗୋଇଠା ମାରୁଥିବା ବେଳେ ନିଜେ ଓଲଟି ପଡ଼ିଥିଲେ। ଏବେ […]

author-image
Tapas Behera
କର୍ମଫଳ: ଚଳନ୍ତା ବାଇକରେ ଅନ୍ୟଙ୍କୁ ଗୋଇଠା ମାରି ନିଜେ ପଡ଼ିଗଲେ

popp

ନୂଆଦିଲ୍ଲୀ: ସବୁ କର୍ମର ଫଳ ରହିଛି । ଭଲ କର୍ମର ଭଲ ଫଳ । ଖରାପ କର୍ମର ଖରାପ ଫଳ । କେତେବେଳେ ସଙ୍ଗେ ସଙ୍ଗେ ମିଳିଯାଏ ତ କେତେ ବେଳେ ଡେରି ହୁଏ । ହେଲେ କର୍ମଫଳ ଯେମିତି ହେଲେ ମିଳେ । ଏହାର ଏକ ତାଜା ଉଦାହରଣ ସାମ୍ନାକୁ ଆସିଛି। ଚଳନ୍ତା ବାଇକ୍ ପଛରେ ବସିଥିବା ଜଣେ ମହିଳା, ଅନ୍ୟ ଜଣେ ବାଇକ ଚାଳକଙ୍କୁ ଗୋଇଠା ମାରୁଥିବା ବେଳେ ନିଜେ ଓଲଟି ପଡ଼ିଥିଲେ। ଏବେ ଏହାର ଭିଡିଓ  ଭାଇରାଲ ହେବାରେ ଲାଗିଛି।  ମହିଳା ଜଣକ ଗୋଇଠା ମାରିବା ପରେ ନିଜକୁ ନିୟନ୍ତ୍ରଣ କରିନପାରି ତଳେ ପଡ଼ିଥିଲେ। ଭାଇରାଲ ହେଉଥିବା ଦୃଶ୍ୟ ଅନୁଯାୟୀ,  ଜଣେ ପୁରୁଷ ଏବଂ ମହିଳା ଏକ ବାଇକରେ ଯାତ୍ରା କରୁଛନ୍ତି। ପରୁଷ ଜଣକ ବାଇକ୍ ଚଳାଉଥିବା ବେଳେ ମହିଳା ଜଣକ ପଛରେ ବସିଛନ୍ତି।

Advertisment

ଏହି ସମୟରେ ତାଙ୍କ ପାଖ ଦେଇ ଅନ୍ୟ ବାଇକ୍ ଯାଉଛି। ସେଇ ବାଇକ ଚଳାଉଥିବା ବ୍ୟକ୍ତିଙ୍କୁ ମହିଳା ଜଣକ ଗୋଇଠା ମାରୁଥିବା ଲକ୍ଷ କରାଯାଇଛି। ଏହି ସମୟରେ ମହିଳା ଜଣକ ପଡ଼ିଯାଇଥିଲେ ମଧ୍ୟ ବାଇକ ଚାଳକ ଜଣକ ଜାଣିପାରି ନଥିଲେ। କିଛି ବାଟ ଗଲା ପରେ ପଛକୁ ବୁଲି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଭିଡିଓଟି ସୋଶାଲ ମଡିଆରେ ପ୍ରବଳ ମାତ୍ରାରେ ସେୟାର ହେଉଛି। ଲାଇକ ଓ କମେଣଣ୍ଟ ମଧ୍ୟ ଗଦା ହୋଯାଇଛି।