Advertisment

ଆଶ୍ରୟ ଦେବା ନାଁରେ ମହିଳାଙ୍କୁ ଆଶ୍ରମରେ ଗଣଦୁଷ୍କର୍ମ!

ଲକ୍ଷ୍ନୌ: ଜଣେ ଅସହାୟ ମହିଳାଙ୍କୁ ଆଶ୍ରୟ ଦେବା ନାଁରେ କିଛି ଲୋକ ଆଶ୍ରମ ଭିତରେ ଗଣଦୁଷ୍କର୍ମ କରିଛନ୍ତି। ଖାଦ୍ୟରେ ନିଶା ଦେଇ ସେମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ଯଦି ମହିଳା ମୁହଁ ଖୋଲନ୍ତି, ତା’ହେଲେ ତାଙ୍କୁ ହତ୍ୟା କରି ପୋତି ଦିଆଯିବ ବୋଲି ଆଶ୍ରମର ମହନ୍ତ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ଗୋଟିଏ ଆଶ୍ରମରେ ଏପରି ଘଟଣା ଘଟିଛି। ମହିଳା ଜଣଙ୍କ ଗୋମତି ନଗର ପୁଲିସ ଷ୍ଟେସନରେ […]

ଆଶ୍ରୟ ଦେବା ନାଁରେ ମହିଳାଙ୍କୁ ଆଶ୍ରମରେ ଗଣଦୁଷ୍କର୍ମ!

stop-rape

Advertisment

ଲକ୍ଷ୍ନୌ: ଜଣେ ଅସହାୟ ମହିଳାଙ୍କୁ ଆଶ୍ରୟ ଦେବା ନାଁରେ କିଛି ଲୋକ ଆଶ୍ରମ ଭିତରେ ଗଣଦୁଷ୍କର୍ମ କରିଛନ୍ତି। ଖାଦ୍ୟରେ ନିଶା ଦେଇ ସେମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ଯଦି ମହିଳା ମୁହଁ ଖୋଲନ୍ତି, ତା’ହେଲେ ତାଙ୍କୁ ହତ୍ୟା କରି ପୋତି ଦିଆଯିବ ବୋଲି ଆଶ୍ରମର ମହନ୍ତ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି।

Advertisment

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ଗୋଟିଏ ଆଶ୍ରମରେ ଏପରି ଘଟଣା ଘଟିଛି। ମହିଳା ଜଣଙ୍କ ଗୋମତି ନଗର ପୁଲିସ ଷ୍ଟେସନରେ ଏଫଆଇଆର ଦେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ନୌର ଜାନକୀ ମନ୍ଦିର ଆଶ୍ରମରେ ଜଣେ ୫୦ ବର୍ଷୀୟ ମହିଳାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଛି। ମହିଳା ଜଣଙ୍କ ପୁଲିସ୍‌ରେ ୪ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଅଭିଯୋଗକୁ ଗ୍ରହଣ କରି ତାଙ୍କର ମେଡିକାଲ ଯାଞ୍ଚ କରାଇଛି। ଘଟଣାଟି ଅକ୍ଟୋବର ୪ ତାରିଖ ରାତିରେ ଘଟିଥିଲା।

Advertisment

ମହିଳା ଜଣଙ୍କ ପୂର୍ବରୁ ମଥୁରାର ଗୋଟିଏ ଆଶ୍ରମରେ ରହୁଥିଲେ। ପ୍ରୟାଗରାଜରେ ଆୟୋଜିତ ମାଘ ମେଳା ସମୟରେ ତାଙ୍କ ଦେଖା ଜଣେ ମହିଳା ସନ୍ନ୍ୟାସୀ ମୋନା(ଛଦ୍ମନାମ)ଙ୍କ ସହ ହୋଇଥିଲା। ମୋନା ଲକ୍ଷ୍ନୌର ଜାନକୀ ମନ୍ଦିର ଆଶ୍ରମରେ ରହୁଥିଲେ। ଉଭୟ ମାଘ ମେଳାରେ ସମୟରେ ବିତାଇବା ସହ ପରସ୍ପରକୁ ମୋବାଇଲ ନମ୍ବର ଦେଇଥିଲେ। ମାଘ ମେଳା ପରେ ମଧ୍ୟ ଉଭୟ ଯୋଗାଯୋଗରେ ରହିଥିଲେ।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ମୋନି ଶ୍ରାବଣ ମାସରେ ମଥୁରା ଆଶ୍ରମକୁ ଯାଇଥିଲେ। ସେଠାରେ ପ୍ରାୟ ୨୦ ଦିନ ରହିଥିଲେ। ଏହି ସମୟରେ ସେ ତାଙ୍କୁ କହିଥିଲେ ଯେ ଲକ୍ଷ୍ନୌ ଆଶ୍ରମରେ ତାଙ୍କ ଗୁରୁ ହନୁମାନ ଦାସ ମହନ୍ତ ଭାବେ କାମ କରନ୍ତି। ସେଠାରେ ସେ ରହୁଛନ୍ତି। ମହନ୍ତ ହନୁମାନ ଦାସ ମହିଳାଙ୍କୁ ଡାକିଥିବା ମୋନା କହିଥିଲେ। ଏଥିରେ ବିଶ୍ୱାସ କରି ପୀଡ଼ିତା ଜଣଙ୍କ ମୋନାଙ୍କ ସହ ଲକ୍ଷ୍ନୌର ଜାନକୀ ମନ୍ଦିର ଆଶ୍ରମରେ ପହଞ୍ଚିଥିଲେ। ଏଠାରେ ସେ ପ୍ରାୟ ଗୋଟିଏ ମାସ ହେଲା ରହୁଥିଲେ ହେଁ କିଛି ବି ଅସୁବିଧା ହୋଇ ନଥିଲା।

ତେବେ ଅକ୍ଟୋବର ୪ରେ ମୋନା ତାଙ୍କ ଭାଇଙ୍କ ଦେହ ଭଲ ନଥିବା କହି ବାରାଣସୀ ଚାଲି ଯାଇଥିଲେ। ଫଳରେ ପୀଡ଼ିତା ଜଣଙ୍କ ଆଶ୍ରମରେ ଏକାକୀ ରହି ଯାଇଥିଲେ। ଏହାର ଫାଇଦା ନେଇ ଆଶ୍ରମର ୩ ଜଣ ଲୋକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପ୍ରଥମେ ତାଙ୍କୁ ଆଶ୍ରମର ଖାଇବା ଦିଆଯାଇଥିଲା। ଅଭିଯୁକ୍ତମାନେ ଏଥିରେ ନିଶା ମିଶାଇ ଦେଇଥିବାରୁ ପୀଡ଼ିତା ଜଣଙ୍କ ଖାଦ୍ୟ ଖାଇବା ପରେ ଅଚେତ ହୋଇଯାଇଥିଲେ। ତାଙ୍କ ଚେତା ଫେରିବା ବେଳକୁ ତାଙ୍କର ଦେହରେ କୌଣସି ବସ୍ତ୍ର ନଥିଲା। ସେହିପରି ସେ ଛିଡ଼ା ହେବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ।

ଏ ସମ୍ପର୍କରେ ପୀଡ଼ିତା ଜଣଙ୍କ ମହନ୍ତ ହନୁମାନ ଦାସଙ୍କୁ ଜଣାଇଥିଲା। ହେଲେ ସେ ତାଙ୍କୁ ହତ୍ୟା ଧମକ ଦେଇ ମୁହଁ ବନ୍ଦ ରଖିବାକୁ ଚେତାବନୀ ଦେଇଥିଲେ। ତଥାପି ପୀଡ଼ିତା ଜଣଙ୍କ କିଛି ଲୋକଙ୍କ ସହ ଯୋଗାଯୋଗ କରି ଆଶ୍ରମ ବାହାରକୁ ଯାଇଥିଲେ ଓ ଗୋମତି ପୁଲିସ୍‌ ଷ୍ଟେସନରେ ସବୁ କଥା କହିଥିଲେ। ପୁଲିସ୍‌ ଏହାପରେ ମହନ୍ତ ଓ ଆଶ୍ରମର ୩ ଜଣଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe