Advertisment

ଟଙ୍କା ମାଗିବାରୁ ଜମାକାରୀଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ଚେନ୍ନାଇ: ଟଙ୍କା ମାଗିବାରୁ ଚିଟଫଣ୍ଡ କମ୍ପାନୀର ଏଜେଣ୍ଟ ଜମାକାରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଦିନ ଦିଃପ୍ରହରରେ ଜମାକାରୀଙ୍କୁ ପେଟ୍ରୋଲ ଢ଼ାଳି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଚିଟଫଣ୍ଡ କମ୍ପାନୀର ଏଜେଣ୍ଟ। ଏଭଳି ଅଭିଯୋଗ ଆସିଛି ତେଲେଙ୍ଗାନା ୱାରଙ୍ଗଲ ଜିଲ୍ଲାର ହନମକୋଣ୍ଡା ସହରରୁ। ମିଳିଥିବା ସୂଚନା ଅନୁଯାୟୀ ହନମକୋଣ୍ଡା ସହରର ଅଶୋକା ମାର୍କେଟର ମୋବାଇଲ ଦୋକାନୀ ରାଜୁ ‘ଅଚଳା’ ନାମକ ଚିଟଫଣ୍ଡ କମ୍ପାନୀର ଜଣେ ଏଜେଣ୍ଟ ଗଣେଶଙ୍କ କଥାରେ ପଡ଼ି ଅଧିକ ସୁଧ ପାଇବା ଆଶାରେ ଚିଟଫଣ୍ଡ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଟଙ୍କା ମାଗିବାରୁ ଜମାକାରୀଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ChitFund

ଚେନ୍ନାଇ: ଟଙ୍କା ମାଗିବାରୁ ଚିଟଫଣ୍ଡ କମ୍ପାନୀର ଏଜେଣ୍ଟ ଜମାକାରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଦିନ ଦିଃପ୍ରହରରେ ଜମାକାରୀଙ୍କୁ ପେଟ୍ରୋଲ ଢ଼ାଳି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଚିଟଫଣ୍ଡ କମ୍ପାନୀର ଏଜେଣ୍ଟ। ଏଭଳି ଅଭିଯୋଗ ଆସିଛି ତେଲେଙ୍ଗାନା ୱାରଙ୍ଗଲ ଜିଲ୍ଲାର ହନମକୋଣ୍ଡା ସହରରୁ।

Advertisment

ମିଳିଥିବା ସୂଚନା ଅନୁଯାୟୀ ହନମକୋଣ୍ଡା ସହରର ଅଶୋକା ମାର୍କେଟର ମୋବାଇଲ ଦୋକାନୀ ରାଜୁ 'ଅଚଳା' ନାମକ ଚିଟଫଣ୍ଡ କମ୍ପାନୀର ଜଣେ ଏଜେଣ୍ଟ ଗଣେଶଙ୍କ କଥାରେ ପଡ଼ି ଅଧିକ ସୁଧ ପାଇବା ଆଶାରେ ଚିଟଫଣ୍ଡ କମ୍ପାନୀରେ ଟଙ୍କା ଜମା ରଖିଥିଲେ। ଯାହାର ଅବଧି ଚଳିତ ବର୍ଷ ଶେଷ ହୋଇଯାଇଥିଲା। ଚୁକ୍ତି ଅନୁଯାୟୀ ଚିଟଫଣ୍ଡ କମ୍ପାନୀ ରାଜୁଙ୍କୁ ୫ ଲକ୍ଷ ଟଙ୍କା ଫେରାଇବା କଥା କିନ୍ତୁ ୬ ମାସ ବିତି ଯାଇଥିଲେ ସୁଦ୍ଧା କମ୍ପାନୀ ଜମା ରାଶି ନ ଫେରାଇ ତାଙ୍କୁ ଭୁଆଁ ବୁଲାଉଥିଲା।

ରାଜୁ ଏଥିରେ ବିଚଳିତ ହୋଇ ଚିଟଫଣ୍ଡ କମ୍ପାନୀର ଅଫିସକୁ ଯାଇ ଅଭିଯୋଗ କରିଥିଲେ। ଅଫିସ କର୍ମଚାରୀ କିନ୍ତୁ ପଇସା ଦିଆଯିବ କହି ଆଉ କିଛି ଦିନର ସମୟ ମାଗି ଥିଲେ ରାଜୁଙ୍କୁ। ହେଲେ ଆଜି ଚିଟଫଣ୍ଡ କମ୍ପାନୀର ଏଜେଣ୍ଟ ଗଣେଶ ଓ ତାଙ୍କ ସ୍ତ୍ରୀ କାବ୍ୟା ଆସି ହଠାତ ରାଜୁଙ୍କ ମୋବାଇଲ ଦୋକାନ ନିକଟରେ ପହଞ୍ଚିଥିଲେ। ଗଣେଶ ଦୋକାନ ବାହାରେ ଥିବା ବେଳେ ତାଙ୍କ ସ୍ତ୍ରୀ କାବ୍ୟା ଦୋକାନ ଭିତରୁ ଯାଇ ରାଜୁଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହାପରେ ଘଟଣାସ୍ଥଳରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଫେରାର ହୋଇଯାଇଥିଲେ।

Advertisment

ଏହି ଘଟଣାରେ ରାଜୁଙ୍କ ଶରୀର ଶତକଡା ୯୦ ଭାଗ ଜଳି ଯାଇଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ନିକଟରେ ଥିବା ଜଣେ ପାନ ଦୋକାନୀ ରଙ୍ଗାୟା ମଧ୍ୟ ଗୁରୁତର ଭାବରେ ପୋଡି ଯାଇଛନ୍ତି। ଏହି ଘଟଣାରେ ରାଜୁଙ୍କ ମୋବାଇଲ ଦୋକାନଟି ସମ୍ପୂର୍ଣ ପୋଡି ଯାଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ହାନାମକୋଣ୍ଡା ଇନ୍ସପେକ୍ଟର ଭି ଭେନୁମାଧବ କହିଛନ୍ତି ଯେ ପୁଲିସ ପକ୍ଷରୁ ଅଚଳା ଚିଟଫଣ୍ଡ କମ୍ପାନୀ ମାଲିକ, ଏଜେଣ୍ଟ ଗଣେଶ ଓ ତାଙ୍କ ସ୍ତ୍ରୀ କାବ୍ୟା ଉପରେ ହତ୍ୟା ମାମଲା ରୁଜୁ ହୋଇଛି। ଏଥିସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ବର୍ତ୍ତମାନ ଜମାକାରୀ ରାଜୁ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ପାନ ଦୋକାନୀ ରଙ୍ଗାୟା ଗୁରୁତର ରହିଛନ୍ତି।

ତେବେ ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ ବହୁ ଚିଟ୍ ଫଣ୍ଡ କମ୍ପାନୀ ମାଲିକ ଜମାକାରୀଙ୍କ ଚୁକ୍ତି ଟଙ୍କା ଠିକ୍ ସମୟ ସୀମାରେ ଫେରାଉ ନଥିବା ଅଭିଯୋଗ ହୋଇଛି। ଏ ନେଇ ଜମାକାରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ପୁଲିସ ଚିଟ୍ ଫଣ୍ଡ କମ୍ପାନୀ ମାଲିକଙ୍କ ଉପରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି।