Advertisment

ଅର୍ଡର ବାତିଲ କରିବାରୁ ଗ୍ରାହକଙ୍କୁ ବାଡ଼େଇଲେ ଡେଲିଭରୀ ବୟ

ବେଙ୍ଗାଲୁରୁ: ବ୍ୟସ୍ତବହୁଳ ଜୀବନଯାପନ ଭିତରେ ଅଧିକାଂଶ ଲୋକ ଅନଲାଇନ୍ ଖାଇବା ଅର୍ଡର କରିବାକୁ ପସନ୍ଦ କରୁଛନ୍ତି। ନାଁ ଅଛି ରୋଷେଇ କରିବାର ଟେନସନ, ନାଁ ଅଛି ପରିବା, ଗ୍ରୋସରୀ କିଣିବାର ଟେନସନ… ପାଖରେ ପଇସା ଥିଲେ ଅନ୍ ଲାଇନ୍ ଅର୍ଡର କରି ଲୋକେ ଭୋକ ମେଣ୍ଟାଉଛନ୍ତି। ହେଲେ ଏହି ଅନଲାଇନ୍ ସେବା କେତେ ସୁରକ୍ଷିତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେତେବେଳେ ଜଣେ ଗ୍ରାହକ ଅନ ଲାଇନ୍ ଫୁଡ ଡେଲିଭରୀ ବୟର ଆକ୍ରମଣର ଶିକାର ହୋଇ ଥାନାରେ ସେହି […]

author-image
Subhransu Sekhar
ଅର୍ଡର ବାତିଲ କରିବାରୁ ଗ୍ରାହକଙ୍କୁ ବାଡ଼େଇଲେ ଡେଲିଭରୀ ବୟ

zomato

ବେଙ୍ଗାଲୁରୁ: ବ୍ୟସ୍ତବହୁଳ ଜୀବନଯାପନ ଭିତରେ ଅଧିକାଂଶ ଲୋକ ଅନଲାଇନ୍ ଖାଇବା ଅର୍ଡର କରିବାକୁ ପସନ୍ଦ କରୁଛନ୍ତି। ନାଁ ଅଛି ରୋଷେଇ କରିବାର ଟେନସନ, ନାଁ ଅଛି ପରିବା, ଗ୍ରୋସରୀ କିଣିବାର ଟେନସନ... ପାଖରେ ପଇସା ଥିଲେ ଅନ୍ ଲାଇନ୍ ଅର୍ଡର କରି ଲୋକେ ଭୋକ ମେଣ୍ଟାଉଛନ୍ତି। ହେଲେ ଏହି ଅନଲାଇନ୍ ସେବା କେତେ ସୁରକ୍ଷିତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେତେବେଳେ ଜଣେ ଗ୍ରାହକ ଅନ ଲାଇନ୍ ଫୁଡ ଡେଲିଭରୀ ବୟର ଆକ୍ରମଣର ଶିକାର ହୋଇ ଥାନାରେ ସେହି ବ୍ୟକ୍ତି ବିରୋଧରେ ଏତଲା ଦେଇଥିବାର ଖବର ସାମ୍ନାକୁ ଆସିଛି।

Advertisment

ଆଜି ସୋଶାଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ମହିଳାଙ୍କ ନାକରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଆଉ ସେ ଅନଲାଇନ୍ ଫୁଡ ଅର୍ଡର ବିତରଣ କମ୍ପାନୀ ଜୋମାଟୋ ବୟ ନାଁରେ ଅଭିଯୋଗ ଆଣିଛନ୍ତି।

ତେବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଖବର ବେଙ୍ଗାଲୁରୁର। ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ସଂପୃକ୍ତ ମହିଳା କହିଛନ୍ତି ଯେ ସେ ଜୋମାଟୋରୁ ଖାଇବା ଅର୍ଡର କରିଥିଲେ। ଅର୍ଡରରେ ଡେଲିଭରୀରେ ବିଳମ୍ବ ହେବାରୁ ମହିଳା ଜଣକ ଅର୍ଡର ବାତିଲ କରି ଦେଇଥିଲେ। ପରେ ସେହି ଡେଲିଭରୀ ବୟ ଖାଦ୍ୟ ସହିତ ତାଙ୍କ ଘରେ ପହଞ୍ଚିଥିଲା।

Advertisment

ମହିଳା ଜଣକ ଅଧା କବାଟ ଖୋଲି ଖାଇବା ଗ୍ରହଣ କରିବେନି ବୋଲି ମନା କରିବା ପରେ ଡେଲିଭରି ବୟ ରାଗି ଯାଇଥିଲା। ଆଉ ସେ ମହିଳାଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଥିଲା। ଆଉ ଘର ଭିତରେ ପଶି ଖାଇବା ରଖିଥିଲା ଏବଂ ମହିଳାଙ୍କ ନାକକୁ ଆଘାତ ଦେଇଥିଲା।

ଏହାପରେ ଡେଲିଭରି ବୟ ଜଣଙ୍କ ପଳାଇଥିଲା। ମହିଳା ଜଣଙ୍କ ସଂପୃକ୍ତ ଘଟଣାକୁ ନେଇ ଭୟଭୀତ ହୋଇଯାଇଥିଲେ। ପରେ ସେ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇଥିଲେ। ଆଉ ଥାନାରେ ଏତଲା ମଧ୍ୟ ଦେଇଥିଲେ। ଭିଡିଓରେ ମହିଳା ଜଣକ କହିଛନ୍ତି ଯେ ବେଙ୍ଗାଲୁରୁ ପୁଲିସ ତାଙ୍କୁ ସାହାଯ୍ୟ କରିଛି ଏବଂ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ସୁନିଶ୍ଚିତ କରିଛନ୍ତି। ମହିଳାଙ୍କ ଜଣଙ୍କ ପେଶାରେ ଜଣେ ବ୍ଲଗର। ଜୋମାଟୋ ନିକଟରେ ମଧ୍ୟ ମହିଳା ଅଭିଯୋଗ କରିଛନ୍ତି।

Zomatto